ETV Bharat / state

ଓଡ଼ିଶାରେ 5G ଯୁଗ ଆରମ୍ଭ, ୧୦ ଗୁଣା ଅଧିକ ସ୍ପିଡ ହେବ ଇଣ୍ଟରନେଟ

ଓଡିଶାରେ 5ଜି ସେବାର ଶୁଭାରମ୍ଭ । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାର ଉଦଘାଟନ କରିଛନ୍ତି ( 5g service in odisha )। ଅଧିକ ପଢନ୍ତୁ

author img

By

Published : Jan 5, 2023, 10:39 AM IST

Updated : Jan 5, 2023, 2:09 PM IST

5g service launched in Odisha
ଓଡ଼ିଶାରେ ଆରମ୍ଭ ହେଲା 5G ସେବା
ଓଡ଼ିଶାରେ 5G ଯୁଗ ଆରମ୍ଭ, ୧୦ ଗୁଣା ଅଧିକ ସ୍ପିଡ ହେବ ଇଣ୍ଟରନେଟ

ଭୁବନେଶ୍ବର: ଏଣିକି ସବୁ କାମ ହେବ ସହଜ । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ହେବ ଉନ୍ନତି । ଶିକ୍ଷାର ମାନ ବଢାଇବ 5ଜି ସେବା । ଗ୍ରାମାଞ୍ଚଳରେ ବଢିବ ଶିକ୍ଷାର ମାନ । ଘରେ ବସି ଡାକ୍ତରଙ୍କଠୁ ପରାମର୍ଶ ନେଇପାରିବେ ରୋଗୀ । କୃଷିକ୍ଷେତ୍ର ସ୍ମାର୍ଟ ହେବ ପାଣିପାଗ ନେଇ ଆଗୁଆ ସୂଚନା ପାଇବେ ଚାଷୀ । ଡିଜିଟାଲ ଇଣ୍ଡିଆକୁ ଅଧିକ ମଜବୁତ କରିବ 5ଜି ସେବା । 2025 ସୁଦ୍ଧା ଡିଜିଟାଲ ଅଭିବୃଦ୍ଧି ଏ ଟ୍ରିଲିୟନ ଛୁଇଁବ । 4G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ ହେବ ଇଣ୍ଟରନେଟ । ଓଡିଶାରେ 5ଜିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ( 5g service in odisha ) ।

ପ୍ରାଥମିକ ପର୍ଯ୍ୟାୟରେ ଟ୍ବିନ ସିଟି ସହ କିଛି ସହରରେ ଯୋଡି ହୋଇଛି 5ଜି ସେବା । ଏଣିକି 4ଜି ତୁଳନାରେ 10ଗୁଣା ଅଧିକ ସ୍ପିଡ ଇଣ୍ଟରନେଟ ପ୍ରଦାନ କରିବ 5ଜି । ଆଗକୁ ଅନ୍ୟ ସହର ସହ ଗ୍ରାମାଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯିବ । ରିଲିୟାନ୍ସ ଓ ଏୟାରଟେଲ ତରଫରୁ ଓଡିଶାରେ 5ଜି ସେବା ଯୋଗାଇ ଦେବାକୁ ଅନିମତି ମିଳିଛି । ରାଜ୍ୟରେ 5ଜି ସେବାର ଆରମ୍ଭ ହେବା ଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । କେବଳ ସହରାଞ୍ଚଳ ନୁହେଁ ରାଜ୍ୟର ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ଏହି ସେବାକୁ ପହଞ୍ଚାଇବା ଦିଗରେ ପ୍ରାଥମିକତା ଦିଆଯିବ । 5ଜି ଏକ ବିରାଟ ପରିବର୍ତ୍ତନ ଆଣିବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । 5ଜି ସେବାର ଡାଟା ଡାଉନଲୋଡ ଓ ଅପଲୋଡ ସ୍ପିଡ ବଢିବ । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ହେବ ଏହି ସେବା । ବିଜୁଳି ବେଗରେ ମିଳିବ ଇଣ୍ଟରନେଟ ସେବା । 4ଜି ତୁଳନାରେ 10ଗୁଣ ଅଧିକ ସ୍ପିଡ ହେବ । ଶିକ୍ଷାକୁ କୌତୁହଳ ପ୍ରଦ ଓ ଆନନ୍ଦଦାୟକ କରିବ ବିଷୟକୁ ବିଦ୍ୟାର୍ଥୀଙ୍କ ପାଇଁ ସହଜ କରିବ 5ଜି ସେବା ।

ରାଜ୍ୟରେ 5G ସେବା ପାଇଁ ବର୍ତ୍ତମାନ ସୁଦ୍ଧା ୫୧୦ଟି BTS ବା ବେସ ଟ୍ରାନ୍ସିଭର ଷ୍ଟେସନ ଇନଷ୍ଟଲ ହୋଇଛି । 5G ସେବା ମିଳିଲେ ଇଣ୍ଟରନେଟ ଜଗତରେ ବ୍ୟାପକ ପରିବର୍ତ୍ତନ ହେବ । ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟାଙ୍କି, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସଂସ୍ଥା ଆଦି କ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ଆସିବ । 5ଜିରେ ଉଚ୍ଚ ଗତି ଓ କମ ବିଳମ୍ବର ସୁବିଧା ପ୍ରଦାନ କରିବ । 5ଜି ରୋବଟ ଓ ଡାକ୍ତରୀପ୍ରଣାଳୀ ପାଇଁ ବ୍ୟବହାର କରାଯାଇ ପାରିବ । ପ୍ରତ୍ୟେକ ଉପକରଣ ଚିହ୍ନି ଉପଯୁକ୍ତ ଚ୍ୟାନେଲ ବିତରଣ କରିବ । 5ଜି ସେବା ସହିତ ଗ୍ରାମାଞ୍ଚଳ ପାଇଁ 100ଟି 4ଜି ଟାୱାରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଓଡିଶାରେ 5 ହଜାର ଟାୱାର ନିର୍ମିତ ହେବ । ପ୍ରାଥମିକ ପର୍ଯ୍ୟାୟରେ 100ଟି ଟାୱାରର ଶୁଭାରମ୍ଭ ହୋଇଛି । ଏହି ଟାୱାର ଗୁଡିକ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡା ଓ ରାୟଗଡା ଜିଲ୍ଲାରେ ସ୍ଥାପିତ ହୋଇଛି । ଖୁବଶୀଘ୍ର ଏହା ଅନ୍ୟ ଜିଲ୍ଲାରେ ଉପଲବ୍ଧ ହେବ । ବିଚ୍ଛିନ୍ନାଞ୍ଚଳରେ ଏହି ସେବା ପହଞ୍ଚିବ । ପ୍ରତିମାସରେ ବିଭିନ୍ନ ସହରରେ ଏହି ଟାୱାର ସଂଖ୍ୟା ବଢିବ । ଏନେଇ କେନ୍ଦ୍ର ସରକାର ଓଡିଶାକୁ 5600 କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 5, 2023, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.