ETV Bharat / state

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରନ୍ତୁ ଓଡିଶା ସରକାର: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ - ଏମସ ପରିଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (Pradhan Mantri Jan Arogya Yojana) ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ବର AIIMS ପରିଦର୍ଶନ କରିବା ଅବସରରେ ସେ ଏହି ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରନ୍ତୁ ଓଡିଶା ସରକାର: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

author img

By

Published : Dec 5, 2022, 6:35 AM IST

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (Pradhan Mantri Jan Arogya Yojana) ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ବର AIIMS ପରିଦର୍ଶନ କରିବା ଅବସରରେ ସେ ଏହି ନିବେଦନ କରିଛନ୍ତି । ରାଜ୍ୟର ଜନସାଧାରଣଙ୍କୁ ଅଧିକା ସୁବିଧା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଗରିବ ଲୋକଙ୍କ ପାଖରେ ଏହି ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କା ପହଞ୍ଚିପାରିବ । ତେଣୁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରନ୍ତୁ । ଭାରତରେ ୩ ରାଜ୍ୟକୁ ଛାଡିଦେଲେ ଆଉ ସମସ୍ତ ରାଜ୍ୟରେ ଏହି ଯୋଜନା ଚାଲିଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କେନ୍ଦ୍ର ସରକାରଙ୍କର ଏକ ଉଜ୍ଵଳ ଯୋଜନା ଅଟେ । କିନ୍ତୁ ଦୁଃଖରେ କହିବାକୁ ପଡୁଛି ଯେ ଓଡିଶା ସରକାର ଏପର୍ଯ୍ୟନ୍ତ ଏହି ଯୋଜୋନାକୁ ସ୍ବୀକୃତି ଦେଇନାହାନ୍ତି । ରୋଗୀମାନଙ୍କ ପାଇଁ ଏହି ଯୋଜୋନା ମାଧ୍ୟମରେ ୫ ଲକ୍ଷ ବୀମା ମିଳିବ । ତେଣୁ ଓଡିଶା ସରକାର ଏହି ଯୋଜୋନାକୁ ସ୍ବୀକୃତି ଦିଅନ୍ତୁ । ଫଳରେ ରୋଗୀମାନଙ୍କୁ ସହାୟତା ମିଳିପାରିବ ।"

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରନ୍ତୁ ଓଡିଶା ସରକାର: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ଓଡ଼ିଶାରେ ୬ ହଜାରରୁ ଅଧିକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ କେନ୍ଦ୍ର ସରକାର ରାଜ୍ୟକୁ ୧୩୪୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରତି ଜିଲ୍ଲାରେ ସ୍ବାସ୍ଥ୍ୟ ଯାଞ୍ଚରେ ଉନ୍ନତି ଆଣିବା ତଥା ଭିତ୍ତିଭୂମି ବିକାଶ ପାଇଁ ଆଗୁଆ ପ୍ରଯୁକ୍ତି ଉପଯୋଗ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି । ରାଜ୍ୟର ଜନସାଧାରଣଙ୍କ ଅଧିକ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ବରାନ୍ବିତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.