ETV Bharat / state

ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ସମ୍ବଲପୁର ହିଂସାକୁ ନିନ୍ଦା କଲେ

author img

By

Published : Apr 14, 2023, 12:51 PM IST

ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢନ୍ତୁ

Union Minister Giriraj Singh
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ
Union Minister Giriraj Singh

ଭୁବନେଶ୍ବର: ଓଡିଶାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଓଡିଶା ଆସିଥିବା ସୂଚନା ମିଳିଛି । ଭୁବନେଶ୍ବରରେ କେନ୍ଦ୍ର ମନ୍ତ୍ରୀ ପହଁଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ପାଛୋଟି ନେଇଛନ୍ତି ଦଳୀୟ କର୍ମକର୍ତ୍ତା ।

ଅନୁଗୋଳରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ସେ ଆଜି ଓଡିଶା ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଭୁବନେଶ୍ବରରେ ପହଁଚିବା ପରେ ତାଙ୍କୁ ଦଳୀୟ କର୍ମକର୍ତ୍ତା ସ୍ବାଗତ କରିଥିଲେ । ପ୍ରତିକ୍ରିୟାରେ ସେ କହିଛନ୍ତି, ''ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ପ୍ରତିବନ୍ଧତା । ତେଣୁ ଓଡ଼ିଶାର ଗ୍ରାମୀଣ ଓ ପଞ୍ଚାୟତର ବିକାଶ ପାଇଁ କେନ୍ଦ୍ର ସରକାର ୮ ବର୍ଷରେ ୨୬ ହଜାର କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶା ପାଇଁ 1 ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ।''

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଥିଲେ ଗିରିରାଜ ସିଂ । ସେ କହିଛନ୍ତି, ''ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ଓଡିଶା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଯୋଗ୍ୟ ଲୋକେ ଆବାସ ପାଉନଥିବା ଅଭିଯୋଗ ଆସୁଛି । ତେଣୁ ବାଟମାରଣା ହେଉଥିବା ଆବାସ ଯୋଜନର ଯାଞ୍ଚ କରାଯିବାର ଆଵଶ୍ୟକତା ରହିଛି । ସବୁ ନିୟମରୁ ଊର୍ଦ୍ଧ୍ବକୁ ଯାଇ ଓଡିଶାକୁ ୩୮ ଲକ୍ଷ ଘର ଦିଆଯାଇଛି । ଉପା ସରକାର ସମୟରେ ଗ୍ରାମୀଣ ବିକାଶ ବିଭାଗରୁ ରାଜ୍ୟକୁ ମାତ୍ର ୨୬ ହଜାର କୋଟି ଆବାସ ମିଳୁଥିଲା । ହେଲେ ମୋଦି ସରକାର ସମୟରେ ଏହା ୧ ଲକ୍ଷ କୋଟିକୁ ବୃଦ୍ଧି ହୋଇଛି । ତେଣୁ ଓଡିଶା ପ୍ରତି ମୋଦି ସରକାରଙ୍କ ଭଲ ପାଇବା ଜଣାପଡୁଛି । ହେଲେ ଦୁର୍ଭାଗ୍ୟର ବିଷୟ କି ଏଠାରେ ଗ୍ରାମୀଣ ବିକାଶକୁ ଆସୁଥିବା ଟଙ୍କା ବା ଯୋଜନାର ସଠିକ ବିନିଯୋଗ ହୋଇପାରୁନାହିଁ ।''

ଏହା ବି ପଢନ୍ତୁ...ରାଜ୍ୟରେ ବିଜୁଳି ବିଭ୍ରାଟ, ଶକ୍ତି ମନ୍ତ୍ରୀଙ୍କୁ ତିନୋଟି ପ୍ରଶ୍ନ କଲା ଆପ୍

ଏହା ବି ପଢନ୍ତୁ...ଭାଙ୍ଗିଲା ବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ବଫର, ଯାତ୍ରୀ ସୁରକ୍ଷିତ

ସେହିପରି ସମ୍ବଲପୁର ହିଂସା କାଣ୍ଡ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ହିଂସାକୁ ନେଇ ସେ କହିଛନ୍ତି, ଓଡିଶା ଭଳି ଶାନ୍ତ ଓ ସାଂସ୍କୃତିକ ରାଜ୍ୟରେ ଗଣ୍ଡଗୋଳ, ହିଂସା ମୁଣ୍ଡ ଟେକିଲାଣି । ହିଂସା ଘଟାଉଥିବା ଲୋକଙ୍କ ଏପରି ଚିନ୍ତାଧାରା ଚଳିବ ନାହିଁ । ହନୁମାନ ଜୟନ୍ତୀ ଏବଂ ରାମନବମୀ ଭଳି ପବିତ୍ର ଶୋଭାଯାତ୍ରାରେ ପଥର ମାଡ଼ ଓଡ଼ିଶାରେ କିମ୍ବା ଦେଶରେ ଏହା ଗ୍ରହଣୀୟ ନୁହେଁ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.