ETV Bharat / state

ସମ୍ବଲପୁର ଘଟଣା ନେଇ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ, କହିଲେ ହିନ୍ଦୁ ନିଜ ପର୍ବ କେଉଁଠି ପାଳନ କରିବେ ?

author img

By

Published : Apr 16, 2023, 6:59 PM IST

ହନୁମାନ ଜୟନ୍ତୀ ପାଳନ ସମୟରେ ସମ୍ବଲପୁରରେ ହିଂସାକାଣ୍ଡ ମାମଲା । ରାଜ୍ୟ ସରକରଙ୍କ ଉପରେ ବର୍ଷିଲ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଅଧିକ ପଢ଼ନ୍ତୁ ନିନ୍ଦା

ସମ୍ବଲପୁର ଘଟଣାକୁ ନେଇ ରାଜ୍ୟ ସରକରଙ୍କ ଉପରେ ବର୍ଷିଲ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ସମ୍ବଲପୁର ଘଟଣାକୁ ନେଇ ରାଜ୍ୟ ସରକରଙ୍କ ଉପରେ ବର୍ଷିଲ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ସମ୍ବଲପୁରର ଘଟଣା ରାଜ୍ୟ ଓ ଦେଶକୁ ଦୋହଲାଇ ଦେବା ଭଳି ଘଟଣା ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ତୁଷ୍ଟି କରଣ କରୁଛନ୍ତି । ରାଜ୍ୟ ସରକାର ଦଙ୍ଗାକାରୀଙ୍କୁ ବଞ୍ଚାଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସେ ପ୍ରଶ୍ନ କରିଛନ୍ତି, ‘‘75 ବର୍ଷ ଭିତରେ କେବେ ଓଡ଼ିଶାର ହିନ୍ଦୁମାନେ କାହା ଶୋଭାଯାତ୍ରାରେ ପଥର ପକାଇଛନ୍ତି କି ? କାରଣ ଆମେ ବସୁଧୈବଂ କୁଟୁମ୍ବକମଂରେ ବିଶ୍ୱାସ କରୁ । ଯଦି ଏପରି ଭାବରେ ଆମ ଶୋଭାଯାତ୍ରରେ ପଥର ମାଡ କରାଯିବ ଆମେ ହନୁମାନ ଜୟନ୍ତୀ କେଉଁଠି ପାଳନ କରିବୁ ? କ’ଣ ଓଡ଼ିଶାର ହିନ୍ଦୁ, ସମ୍ବଲପୁର ଓ ଭଦ୍ରକର ହିନ୍ଦୁମାନେ ବଙ୍ଗଳାଦେଶ ଓ ପାକିସ୍ତାନକୁ ଯାଇ ହନୁମାନ ଜୟନ୍ତୀ ପାଳନ କରିବେ ? 75 ବର୍ଷ ପୂର୍ବରୁ ହିନ୍ଦୁ ଓ ମୁସଲମାନ ଆଧାରରେ ଦେଶ ବିଭାଜନ ହୋଇଥିଲା ।’’

ଏହାସହ ଗିରିରାଜ କହିଛନ୍ତି, ‘‘ଦେଶ ବିଭାଜନ ସମୟରେ ଯଦି ଓଡ଼ିଶାର ମୁସଲମାନଙ୍କୁ ପାକିସ୍ତାନ ପଠାଇ ଦିଆ ଯାଇଥାଆନ୍ତା ତେବେ ଆଜି ହନୁମାନ ଜୟନ୍ତୀ ପାଇଁ ପଥର ମାଡ଼ ଖାଇବକୁ ପଡି ନଥାଆନ୍ତା । ସରକାର ଭୋଟ ପାଇଁ ତୁଷ୍ଟିକରଣ ରାଜନୀତି କରି ଆମକୁ ସୁରକ୍ଷା ଦେବା ବଦଳରେ ଆମ ଉପରେ ହିଁ ଅରୋପ ଲଗାଉଛନ୍ତି । ମୁଁ ସରକାର, ଟୁକଡେ ଟୁକଡେ ଗ୍ୟାଙ୍ଗ ଓ ମୁସଲମାନଙ୍କୁ ପଚାରୁଛି ଆମକୁ କେତେ ଦିନ ଏମିତି ଚାପିବାକୁ ଚେଷ୍ଟା କରିବ । ଆମେ ତ କେବେ ପଥର ଫୋପଡିନୁ ତୁମ ଶୋଭାଯାତ୍ରାରେ ତେବେ ଆମ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ କାହିଁକି ? ଯଦି ଏମିତି ହେବ ତେବେ ଆଗାମୀ ଦିନରେ ହିନ୍ଦୁ ବି ଚୁପ୍‌ ବସିବେନି ଏହା ବିରୁଦ୍ଧରେ ସ୍ୱର ଉଠାଇବେ ।’’

ସୂଚନା ଅନୁଯାୟୀ, ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଅଶାନ୍ତ ହୋଇଯାଇଥିଲା । ପଥର ଫିଙ୍ଗା, ଗଣ୍ଡୋଗଳ ଯୋଗୁଁ ଉଭୟ ପୋଲିସ ଏବଂ ଜନତା ଆହତ ହୋଇଥିଲେ । ସହରର ବିଭିନ୍ନ ସ୍ଥାନରେ 144 ଧାରା ଜାରି କରାଯାଇଥିଲା । ଦୁଇ ବେଳାରେ ଦୁଇ ଘଣ୍ଟା ଜନସାଧାରଣଙ୍କ ପାଇଁ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ଦେଇଥିଲେ ଜିଲ୍ଲା ପ୍ରଶାସନ । ଗତକାଲି ପୋଲିସ ଡିଜିପି ସୁନୀଲ ବଂସଲ ସମ୍ବଲପୁର ଗସ୍ତ କରି ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.