ETV Bharat / state

ହଇଜା ସଂକ୍ରମଣ ନେଇ ଚିନ୍ତାପ୍ରକଟ କଲେ ଧର୍ମେନ୍ଦ୍ର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି - ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ

Cholera outbreak in Rourkela: ହଇଜା ସଂକ୍ରମଣ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିନ୍ତୁ ଏବଂ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ କହିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି । ଅଧିକ ପଢନ୍ତୁ

ରାଉରକେଲାରେ ହଇଜା ସଂକ୍ରମଣ: 'କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଅ' ଧ୍ରର୍ମେନ୍ଦ୍ର

author img

By ETV Bharat Odisha Team

Published : Dec 20, 2023, 6:29 PM IST

Updated : Dec 20, 2023, 6:51 PM IST

ରାଉରକେଲାରେ ହଇଜା ସଂକ୍ରମଣ: 'କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଅ' ଧ୍ରର୍ମେନ୍ଦ୍ର

ଭୁବନେଶ୍ୱର: ରାଉରକେଲାରେ ହଇଜା ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂକ୍ରମଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ଏକ୍ସରେ ଟ୍ବିଟ କରିଛନ୍ତି । ଏନେଇ ରାଜ୍ୟ ସରକାର ତୁରନ୍ତ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ ଭାବେ ତଦାରଖ କରି ସଂକ୍ରମଣ ରୋକିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସରେ କହିଛନ୍ତି," ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଡାଇରିଆ ଲାଗି ରହିଥିବା କାରଣରୁ ଲୋକମାନେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଚିକିତ୍ସିତ ହେଉଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା । ରାଉରକେଲା ଭଳି ମହାନଗର ଅଞ୍ଚଳରେ ଡାଇରିଆ ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ ।"

  • ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଡାଇରିଆ ଲାଗି ରହିଥିବା କାରଣରୁ ଲୋକମାନେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଚିକିତ୍ସିତ ହେଉଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ…

    — Dharmendra Pradhan (@dpradhanbjp) December 20, 2023 " class="align-text-top noRightClick twitterSection" data=" ">

ସେ ଆହୁରୀ ମଧ୍ୟ କହିଛନ୍ତି,"ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସଂକ୍ରମିତ ଅଞ୍ଚଳରେ ଘର ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉ । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ସହ ଉକ୍ତ ଅଞ୍ଚଳରେ ନାଗରିକଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ । "

ଏହା ମଧ୍ୟ ପଢନ୍ତୁ....ରାଉରକେଲାରେ ଡରାଉଛି ହଇଜା; ସ୍ଥିତି ସମୀକ୍ଷା ପାଇଁ ଗଲା ଉଚ୍ଚ ସ୍ତରୀୟ ଟିମ

ସେପଟେ ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି," ସାରା ବିଶ୍ୱରେ ମଧ୍ୟ ହଇଜା ଲୋପ ପାଇଲାଣି । ରାଉରକେଲା ଭଳି ଗୋଟେ ସ୍ମାର୍ଟ ସିଟିରେ ହଇଜାର ଆତଙ୍କ, ଲୋକେ ମରୁଛନ୍ତି, ଠିକରେ ପାଣି ପାଉ ନାହାନ୍ତି। ନବୀନ ବାବୁଙ୍କ ଏହା ଶ୍ରେଷ୍ଠ ଉପହାର । ରାଜ୍ୟ ସରକାରଙ୍କ କିଭଳି ବ୍ୟବସ୍ଥା ଯେ, ରାଉରକେଲା ଭଳି ସିଟିରେ ହଇଜା ବ୍ୟାପିଛି। ୟା ପୂର୍ବରୁ କାଶିପୁର ବ୍ୟାପିଥିଲା ଏବେ ରାଉରକେଲାରେ ବ୍ୟାପିଛି । ୟାଠୁ ଲଜ୍ଜାକର ଆଉ କିଛି ନାହିଁ। ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ଅଯୋଗ୍ୟ। ସ୍ବାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । "

ସ୍ବାସ୍ଥ୍ୟ ହେଉଛି ରାଜ୍ୟ ସରକାରଙ୍କ ବିଷୟ । ଯଦି ରାଜ୍ୟ ସରକାର ଅପାରଗ, ଯଦି ରାଜ୍ୟ ସରକାର ସ୍ଥାଣୁ । ତେବେ ତାଙ୍କର ଅଯୋଗ୍ୟତା ସ୍ୱୀକାର କରନ୍ତୁ । କେନ୍ଦ୍ରଙ୍କୁ କହିଲେ କେନ୍ଦ୍ର ତୁରନ୍ତ ସହଯୋଗ କରିବ । କେନ୍ଦ୍ର ସବୁ ସମୟରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ବିଜେପି କହିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Dec 20, 2023, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.