ETV Bharat / state

ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି, ଦଳକୁ ଅନୁରୋଧ କରିଛି: ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Oct 6, 2023, 9:07 PM IST

ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଟିଆଇ ସହ ଏକ ସାକ୍ଷାତକାରରେ ସେ ନିଜ ମନକଥା କହିଛନ୍ତି । ଏନେଇ ସେ ଦଳକୁ ଅନୁରୋଧ ମଧ୍ୟ କରିଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ରାଜ୍ୟସଭା ନୁହେଁ, ବରଂ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ମାଟିରୁ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ପିଟିଆଇ (ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ) ସହ ଏକ ସାକ୍ଷାତକାରରେ କହିଛନ୍ତି ଧର୍ମେନ୍ଦ୍ର । ଏନେଇ ସେ ଦଳକୁ ମଧ୍ୟ ଅନୁରୋଧ କରିଥିବା କହିଛନ୍ତି । ଯଦି ବିଜେପି ତାଙ୍କୁ ଅନୁମତି ଦିଏ, ତେବେ ସେ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି ।

ଏହି ସାକ୍ଷାତକାରରେ ସେ କହିଛନ୍ତି, "ମୁଁ ୨୦୨୪ ମସିହାରେ ଓଡିଶାରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବାକୁ ଚାହୁଁଛି । ମୁଁ ଏ ସମ୍ପର୍କରେ ଦଳକୁ ଅନୁରୋଧ ମଧ୍ୟ କରିଛି ।" ଏହି ସାକ୍ଷାତକାର ସମୟରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମୁଁ ବିରୋଧୀ ମେଣ୍ଟ 'ଇଣ୍ଡିଆ'କୁ ମଧ୍ୟ ଏକ ଆହ୍ବାନ ବୋଲି ମନେକରେ । ବିଜେପି ଏବଂ ଏନ୍‌ଡିଏର ଲୋକେ କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରନ୍ତିନାହିଁ । ବିଜେପିର ଏଜେଣ୍ଡା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ଦେଶର ସେବା କରିବାକୁ ସୁଯୋଗ ମିଳୁ ।" ଚଳିତ ବର୍ଷ ଶେଷରେ ହେବାକୁ ଥିବା ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ ମଧ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜେପି ସରକାର ଗଠନ କରିବ ବୋଲି ଧର୍ମେନ୍ଦ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବର୍ତ୍ତମାନ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ସରକାର ଥିବାବେଳେ ମଧ୍ୟପ୍ରଦେଶରେ ବିଜେପି ଓ ତେଲେଙ୍ଗାନାରେ ବିଆର୍‌ଏସ୍‌ କ୍ଷମତାରେ ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ଉଜ୍ଜ୍ୱଳା ଗ୍ୟାସ ସବସିଡି ବୃଦ୍ଧି, ମାଆ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପୂଜା ଉପହାର କହିଲେ ଧର୍ମେନ୍ଦ୍ର

ସେହିପରି କେନ୍ଦ୍ର ସରକାର ଇଡିର ଅପବ୍ୟବହାର କରୁଥିବା ନେଇ ବିରୋଧୀ ଆଣିଥିବା ଅଭିଯୋଗ ଉପରେ ମଧ୍ୟ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଯେଉଁମାନେ ଭୁଲ୍ କାମ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିଲ୍ଲୀରେ ଅବକାରୀ ନୀତି ମାମଲାରେ ଦୁର୍ନୀତି ସାମ୍ନାକୁ ଆସିଥିଲା ।" ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ କିଭଳି ଛଡ଼ାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ କିଛି ମାସ ତଳେ ଧର୍ମେନ୍ଦ୍ର ଓଡ଼ିଶାର ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏହି ଦୁଇଟି ଲୋକସଭା ଆସନ ମଧ୍ୟରୁ ଗୋଟିକରେ ନିର୍ବାଚନ ଲଢ଼ିବାକୁ ବିଜେପି ଧର୍ମେନ୍ଦ୍ରଙ୍କୁ ବିକଳ୍ପ ଦେଇଥିବା କୁହାଯାଉଥିଲା । ସେହି ସମୟରେ ଧର୍ମେନ୍ଦ୍ର ମଧ୍ୟ ଓଡ଼ିଶାଗସ୍ତରେ ଆସିଲେ ଅଧିକାଂଶ ସମୟରେ ଢେଙ୍କାନାଳ ଓ ସମ୍ବଲପୁର ଗସ୍ତ କରୁଥିଲେ । ଏବେ ସେ ନିଜେ ସାକ୍ଷାତକାରରେ ଏଭଳି ସୂଚନା ଦେବା ପୁଣିଥରେ ଏହି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.