ETV Bharat / state

ଶଶୀକଳା ସିଣ୍ଡ୍ରୋମରେ ଦେଶ ବଡ ହବନି କି ରାଜ୍ୟ, ଅପରାଜିତା ମୋ ଭଉଣୀ: ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅପରାଜିତା ମୋ ଭଉଣୀ ଓ ଆମେ ତାଙ୍କୁ ଡାକି ଆଣି ଏଠି ତାଙ୍କୁ ପ୍ରାର୍ଥୀ କରିଛୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ନେଇ ରାଜନୀତି କରିବାକୁ ଯଦି କେହି ଭାବୁଛନ୍ତି, ତେବେ ତାହା ଭୁଲ ହେବ ବୋଲି କହି ସେ ବିଜେଡିକୁ ଟାର୍ଗେଟ କରିଛନ୍ତି । ଅଧିକ ପଢ଼ନ୍ତୁ

ଶଶୀକଳା ସିଣ୍ଡ୍ରୋମ ବିଜେଡିକୁ ବାଧିଥିଲା କହିଲେ ଧର୍ମେନ୍ଦ୍ର

author img

By

Published : May 16, 2023, 9:43 PM IST

ଶଶିକଳା ସିଣ୍ଡ୍ରୋମ ବିଜେଡିକୁ ବାଧିଥିଲା କହିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: "ଶଶିକଳା ସିଣ୍ଡ୍ରୋମ ତାଙ୍କୁ ବହୁତ ବାଧିଥିଲା । ମୋ ଭଉଣୀ ଅପରାଜିତା । ଆମେ ତାଙ୍କୁ ଡାକି ଆଣି ଏଠି ତାଙ୍କୁ ପ୍ରାର୍ଥୀ କରିଛୁ । ଯଦି ସେମାନେ ଭାବିବେ ଏହାଦ୍ବାରା ରାଜନୀତି କରିବେ, ତାହେଲେ ଏହା ଭୁଲ ହବ । ମୂଳ ବିଷୟ ହେଉଛି ଓଡିଶାର ଅସ୍ମିତା, ସ୍ବାଭିମାନ, ଓଡିଶାବାସୀଙ୍କ ସ୍ବପ୍ନ ଓଡିଶାକୁ ବଡ଼ କରିବା, ଦେଶର ଏକ ନମ୍ବର ରାଜ୍ୟ କରିବା ଏଥିପାଇଁ ସମସ୍ତେ କାମ କରନ୍ତୁ । ଶଶିକଳା ସିଣ୍ଡ୍ରୋମରେ ଦେଶ ବଡ଼ ହବନି କି ରାଜ୍ୟ ବଡ଼ ହେବନାହିଁ ।" ବିଜେଡି ନେତାଙ୍କୁ ଟାର୍ଗେଟ କରି ଆଜି ଏପରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, "ଅକ୍ଷୟ ତୃତୀୟା ଦିନରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ ସମୟରେ ଜଣେ ମହିଳା ନେତ୍ରୀ କାନ୍ଦି କାନ୍ଦି କହିଲେ, ମୋତେ ଜଣେ ମନ୍ତ୍ରୀ ଅତ୍ୟାଚାର କଲେ । ଏହା ଅସାମାଜିକ ତତ୍ତ୍ବ ନଥିଲା । ଏହି ସରକାରର ଅଧା ଡ୍ରଜନ ମନ୍ତ୍ରୀଙ୍କ ନାମରେ ଯୌନ କେଳେଙ୍କାରୀର ଆପତ୍ତି ଉଠିଥିଲା । ଦଳର ବିଧାୟକଙ୍କ ବିରୋଧରେ ହାଇକୋର୍ଟ ଆଦେଶ ଦେଲା ପରେ ବି ଏଫ୍ଆଇଆର ଦାୟର ହୁଏନାହିଁ । ହତ୍ୟା ଅଭିଯୋଗରେ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ନାମରେ ମୃତ୍ୟୁ ପୂର୍ବର ଜମାନବନ୍ଦୀ ହୁଏ । ସେମାନେ ଏଡ଼େ ବଡ଼ ଲୋକଙ୍କୁ ମୁଁ ଜଣେ ସାମାନ୍ୟ ଲୋକ କଣ ଉତ୍ତର ଦେବି । ଓଡିଶାବାସୀ ଯାହା କହିବେ ।" ସେହିପରି କପିଳେଶ୍ଵର ମନ୍ଦିର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ସାନଭାଇ ଲେନିନର ଗୋଟିଏ ବକ୍ତବ୍ୟ ଦେଖିଥିଲି । ମୁଁ ଅପରାଜିତାଙ୍କଠୁ ଶିଖିବା କଥା ବୋଲି ସେ କହିଛନ୍ତି । ମୁଁ ତ ସମସ୍ତଙ୍କଠୁ ଶିଖୁଛି, ମୁଁ ତ ଲେନିନଙ୍କଠୁ ଶିଖୁଛି । କପିଳେଶ୍ଵର ମନ୍ଦିରକୁ ଭାରତ ସରକାର ଏନଏମଏକୁ ନେଲେ ଏହାକୁ ମୁଁ ବି ଅନୁରୋଧ କରିଥିଲି । ଏଠିକାର ସ୍ଥାନୀୟ ସାଂସଦ ଅପରାଜିତା ମଧ୍ୟ ଅନୁରୋଧ କରିଥିଲେ । ଉଭୟ ଆମେ ଲୋକଙ୍କୁ ଜଣେଇଲୁ ଯେତେବେଳେ ଘୋଷଣା ହେଲା । ଭୁଲ କେଉଁଠି ରହିଲା । ମନ୍ଦିର ପ୍ରୋଗ୍ରେସ ଉପରେ ସଂସ୍କୃତି ବିଭାଗର ଅଧିକାରୀଙ୍କୁ ପଚାରିଲେ ସେ କହିବେ । ନହେଲେ ଲେନିନଙ୍କୁ ପଚାରନ୍ତୁ ସେ କହିଦେବେ ।"

ସୂଚନାଯୋଗ୍ୟ ଯେ, କପିଳେଶ୍ଵର ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏଏସ୍ଆଇକୁ ଦେବା ପାଇଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କ ସହିତ ଆଲୋଚନା କରିଥିଲେ । ତାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ଚିଠି ଲେଖିଥିଲେ ଜି କିଷାନ ରେଡ୍ଡୀଙ୍କୁ । ଏହାର ଶ୍ରେୟ ନେବା ପାଇଁ ବୋଲି ରାଜନୀତି ହୋଇଥିଲା । ଏନେଇ ଧର୍ମେନ୍ଦ୍ର କହିଛନ୍ତି, "ଶଶିକଳା ସିଣ୍ଡ୍ରୋମ ତାଙ୍କୁ ବେଶୀ ବାଧିଥିଲା । ମୋ ଭଉଣୀ ଅପରାଜିତା । ତାଙ୍କୁ ଡାକି ଆଣି ଏଠାରେ ପ୍ରାର୍ଥୀ କରାଇଛୁ । ଯଦି ସେ ଭାବିବେ ଏହାଦ୍ବାରା ରାଜନୀତି କରିବେ, ତାହେଲେ ଏହା ଭୁଲ ହେବ । ମୂଳ ବିଷୟ ହେଉଛି ଓଡିଶାର ଅସ୍ମିତା, ସ୍ବାଭିମାନ, ଓଡିଶାବାସୀଙ୍କ ସ୍ବପ୍ନ ଓଡିଶାକୁ ବଡ଼ କରିବା, ଦେଶର ଏକ ନମ୍ବର ରାଜ୍ୟ କରିବା । ଏଥିପାଇଁ ସମସ୍ତେ କାମ କରନ୍ତୁ । ଶଶିକଳା ସିଣ୍ଡ୍ରୋମରେ ଦେଶ ବଡ଼ ହବନି କି ରାଜ୍ୟ ବଡ଼ ହେବନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.