ETV Bharat / state

5G Politics: ସାଂସଦ ଅମର ପଟ୍ଟନାୟକଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) କହିଛନ୍ତି, ‘‘ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ଓଡିଶାର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଓ ସମର୍ଥନର ଆବଶ୍ୟକତା ଅଛି । ତାହେଲେ ଯାଇ ଓଡ଼ିଶାର ବିକାଶ ହେବ ।" ଅଧିକ ପଢନ୍ତୁ

author img

By

Published : Jan 5, 2023, 8:06 PM IST

ଧର୍ମେନ୍ଦ୍ର
ଧର୍ମେନ୍ଦ୍ର
5G Politics: ସାଂସଦ ଅମର ପଟ୍ଟନାୟକଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫T ମଡେଲ ଚାଲିଛି । ୫T ମଡେଲର ବଡ ଅଙ୍ଗ ହେଉଛି ଟେକ୍ନୋଲୋଜି । ଯାହାଦ୍ୱାରା ଲୋକଙ୍କ ପାଖରେ ସବୁ କ୍ଷେତ୍ରରେ ସେବା ପହଞ୍ଚାଯାଉଛି । କେନ୍ଦ୍ର ସରକାର ଆରମ୍ଭ କରିଥିବା ୫G ସେବାକୁ ସ୍ୱାଗତ । କିନ୍ତୁ ଏହା ପ୍ରଚାରସର୍ବସ୍ବ ହୋଇ ନରହୁ ବୋଲି କହିଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ (Bjd Mp Amar Patnaik) । ଯାହାର କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) କହିଛନ୍ତି, ‘‘ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ। ଓଡିଶାର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଓ ସମର୍ଥନର ଆବଶ୍ୟକତା ଅଛି । ତାହେଲେ ଯାଇ ଓଡ଼ିଶାର ବିକାଶ ହେବ। ନୂଆ ଭାରତ, ନୂଆ ଓଡିଶା, ନୂଆ ପୂର୍ବଦୋୟ। ରାଜ୍ୟରେ 5000 ହଜାର ଟାୱାର ଲାଗିବ । 5G ଆରମ୍ଭ ହେଲା। ଓଡିଶାର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଓ ସମର୍ଥନର ଆବଶ୍ୟକତା ଅଛି ।"

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରେ 5G ସେବା ଶୁଭାରମ୍ଭ ହେବା ପରେ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରେସମିଟ କରି କହିଥିଲେ ଯେ 5ଜି ସେବାକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାରେ 5ଟି ମଡେଲ କାର୍ଯ୍ୟ କରୁଛି । ସେଥିରେ ବଡ ଅଙ୍ଗ ହେଉଛି ଟେକ୍ନୋଲୋଜି । ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କ ପାଖରେ ସେବା ପହଞ୍ଚାଯାଉଛି । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ସହ ଅନ୍ୟାନ୍ୟ କ୍ଷେତ୍ରରେ ଏହାକୁ ବହୁଳ ଭାବେ ଲୋକଙ୍କ ପାଖରେ ସେବା ପହଞ୍ଚାଯାଉଛି । ସେଥିପାଇଁ ଓଡ଼ିଶାରେ ଟ୍ରାନ୍ସଫରମେସନ ସୃଷ୍ଟି ହୋଇଛି । ନୂତନ ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ଓଡ଼ିଶା ଆଗରେ ରହିଛି । 5ଜି ସେବାକୁ ବିଜେଡି ସ୍ୱାଗତ କରୁଥିବାବେଳେ ଏହା ଏକ ପ୍ରଚାର ସର୍ବସ୍ବ ସେବା ହୋଇ ରହିନଯାଉ ।

ସାଂସଦ ପୁଣି କହିଥିଲେ, ଓଡ଼ିଶାର ଟେଲି ଡେନସିଟି ହାରାହାରି 75 ପ୍ରତିଶତ ରହିଛି । ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ଟେଲି ଡେନସିଟି ମାତ୍ର 62 ପ୍ରତିଶତ ରହିଛି । ଜୁଲାଇ ମାସ 2022ରେ ଟ୍ରାଇ ପକ୍ଷରୁ ଏହା ଜାରି କରାଯାଇଛି । ଟେଲି ଡେନସିଟି କ୍ଷେତ୍ରରେ ଭାରତର ସବୁଠାରୁ ପଛୁଆ 5 ରାଜ୍ୟ ଭିତରେ ଓଡ଼ିଶା ରହିଛି ବୋଲି ସାଂସଦ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.