ETV Bharat / state

IIT ଗରିବ କଲ୍ୟାଣର ପ୍ରୟୋଗଶାଳା ହେଉ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Apr 19, 2023, 9:03 AM IST

ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ରେ 55ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Council meeting of Indian Institute of Technology
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ରେ 55ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଦେଶର 23ଟି ଆଇଆଇଟିର ନିର୍ଦ୍ଦେଶକ ଓ ଚେୟାରମ୍ୟାନ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ, ଦୂରଦୃଷ୍ଟି ଏବଂ ଜାତୀୟ ଶିକ୍ଷା ନୀତି ଅଧାରରେ ଆଇଆଇଟିକୁ ବିଶ୍ବମାନର ଗବେଷଣା, ନବସୃଜନ ଏବଂ ଉଦ୍ୟମୀ ବିଶ୍ବବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଦେଶର ପ୍ରମୁଖ ବୈଷୟିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଆଇଆଇଟି ଗୁଡିକ ବିଶ୍ବରେ ଭାରତର ବ୍ରାଣ୍ଡକୁ ମଜବୁତ କରିବ । ଆଇଆଇଟି ବିକଶିତ ଓ ଆତ୍ମନିର୍ଭର ଭାରତର ପଥପ୍ରଦର୍ଶକ ହେବ । ଆଇଆଇଟି ଗରିବ କଲ୍ୟାଣର ପ୍ରୟୋଗଶାଳା ହେଉ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

  • Premier technical institutions of our country, our IITs strengthen India’s brand globally and create solutions for global welfare.

    Our IITs will be the torchbearers of a Vikasit and Aatmanirbhar Bharat. pic.twitter.com/qPNbPbx0CG

    — Dharmendra Pradhan (@dpradhanbjp) April 18, 2023 " class="align-text-top noRightClick twitterSection" data=" ">

ଆଇଆଇଟି କାଉନସିଲ ବୈଠକରେ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ''ଦେଶ ନୁହେଁ ବିଶ୍ବର ଅର୍ଥନୀତି, ଜିଡିପିରେ ଆଇଆଇଟିର ବଡ ଯୋଗଦାନ ରହିଛି । ଦେଶର ନୂଆପିଢିଙ୍କୁ ରୋଜଗାର ଦେବାରେ ଆଇଆଇଟି ମୁଖ୍ୟ ଭୂମିକା ଗ୍ରହଣ କରିଛି । ସେମାନଙ୍କୁ ନିଯୁକ୍ତିଦାତା ବନାଇବା ଦିଗରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପରେ ଗୁରୁତ୍ବାରୋପ କରିବା ସହ ଗୁଣାତ୍ମକ ଶିକ୍ଷକ ପ୍ରସ୍ତୁତ କରିବା ପାଇଁ ‘ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ’ ଆରମ୍ଭ କରିବା ପାଇଁ ଆଇଆଇଟିକୁ କାର୍ଯ୍ୟ କରିବା ଆବଶ୍ୟକ ।''

ଏହା ବି ପଢନ୍ତୁ...Detained BJP leaders: ରାଜ୍ଯ ସରକାରଙ୍କ ବିରୋଧରେ ବର୍ଷିଲେ ଧର୍ମେନ୍ଦ୍ର

ଆମ ଆଇଆଇଟି ବିକାଶ ଓ ଆତ୍ମନିର୍ଭର ଭାରତର ମଶାଲ ହେବ । ଆଇଆଇଟି କାଉନସିଲ ବୈଠକରେ ମୁଖ୍ୟତଃ ଆଇଆଇଟି ଅନୁଷ୍ଠାନଗୁଡିକ ପାଇଁ ଥିବା ପ୍ରମୁଖ ନୀତି ଉପରେ ବିଚାରବିମର୍ଷ କରାଯାଇ ନିର୍ଣ୍ଣୟ ନିଆଯାଇଥାଏ । ପ୍ରଥମେ ଆଇଆଇଟି ଜ୍ଞାନ ପାଇଁ ଜଣାଯାଉଥିଲା ମାତ୍ର ଏବେ ସମାଜର ମଙ୍ଗଳ ପାଇଁ ଆଇଆଇଟିକୁ ପ୍ରସ୍ତୁତ କରାଯିବା ଦିଗରେ ନୀତି ପ୍ରସ୍ତୁତ ହେଉଛି । ଏଥିପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନୂଆ ପରିବେଶରେ କିପରି ପ୍ରସ୍ତୁତ କରାଯିବ, ପୃଥକ ପୃଥକ ନୀତି ମାଧ୍ୟମରେ ଶିକ୍ଷକଙ୍କୁ କ’ଣ ପ୍ରଶିକ୍ଷଣ ଦିଆଯିବ, ଛାତ୍ରଛାତ୍ରୀଙ୍କୁ ଉଦ୍ୟମୀ କରିବା ଓ ସେମାନଙ୍କ ମାନସିକତା ଦୁର୍ବଳତାକୁ ହ୍ରାସ କରି ମନୋବଳ ବୃଦ୍ଧି କରିବା ପାଇଁ କେମିତି ଚେଷ୍ଟା କରାଯିବ ତାହା ଉପରେ ବୈଠକରେ ଚର୍ଚ୍ଚା ଓ ଆଲୋଚନା ହେଉଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଏହି ବୈଠକରେ ସାଂସଦ ବିପ୍ଳବ କୁମାର ଦେବ, କୁଆଁର ହେମବ୍ରମ, ଏନଇଟିଏଫର ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ୟୁଜିସି ଚେୟାରମ୍ୟାନ ଏମ୍‌ ଜଗିଦେଶ କୁମାର, ଏଆଇସିଟିଇର ନିର୍ଦ୍ଦେଶକ, ସିଏସଆଇଆର, ଇଣ୍ଡିଆର ନିର୍ଦ୍ଦେଶକ, ଆଇଆଇଏସ, ବେଙ୍ଗାଲୁରୁର ନିର୍ଦ୍ଦେଶକ ଏବଂ ଦେଶର ୨୩ଟି ଆଇଆଇଟିର ଚେୟାରମ୍ୟାନ ଓ ନିର୍ଦ୍ଦେଶକ ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.