ETV Bharat / state

ପାଇକ ସ୍ମାରକୀ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କଲେ ଧର୍ମେନ୍ଦ୍ର, ହଠାତ ଭେଟ ହେଲେ ଭର୍ତ୍ତୃହରି

author img

By

Published : Jul 7, 2023, 10:36 PM IST

ବରୁଣେଇ ନିକଟରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟରେ ସେଠାରେ ଅପ୍ରତ୍ଯାଶିତ ଭାବେ କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆସି ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ

ପାଇକ ସ୍ମାରକୀ ପରିଦର୍ଶନ କଲେ ଧର୍ମେନ୍ଦ୍ର ଓ ଭର୍ତ୍ତୃହରି

ଖୋର୍ଦ୍ଧା: ବରୁଣେଇ ନିକଟରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ୨୦୦ କୋଟିରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଅନୁମୋଦନ କରାଯାଇଥିଲା । ସେହିପରି ୨୦୧୯ ଡିସେମ୍ବର ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପକୁ ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ ।

ପାଇକ ସ୍ମାରକୀ ପାଇଁ ବରୁଣେଇ ପାଦ ଦେଶରେ ଚିହ୍ନଟ ହେଇଥିବା ସ୍ଥାନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେଇଥିଲେ ମଧ୍ୟ କାମରେ ବାଧକ ସୃଷ୍ଟି କରିଛି ଜଙ୍ଗଲ ବିଭାଗ । ସ୍ମାରକୀ ପାଇଁ ଯାହା ସବୁ ସର୍ତ୍ତ ରଖାଯାଇଥିଲା, ସବୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ମାନି ନେଇଥିଲେ ସୁଦ୍ଧା କାମ ଆରମ୍ଭ ହୋଇ ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ କିଭଳି ଖୁବଶୀଘ୍ର କାମ ଆରମ୍ଭ ହୋଇ ପାରିବ, ସେନେଇ ବିସ୍ତୃତ ଭାବରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ବନ ବିଭାଗ ପକ୍ଷରୁ ସ୍ଥାନାନ୍ତର ହେବାକୁ ଥିବା ୭୭୯ ଗଛ ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ବିଦ୍ୟୁତ୍ ଖୁଣ୍ଟ ଓ ତାର ସ୍ଥାନାନ୍ତର ହେବାକୁ ମଧ୍ୟ ବିଳମ୍ବ ହେଉଛି । ସେପଟେ ଏଭଳି କାର୍ଯ୍ୟରେ ବିଳମ୍ବ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ: କପିଳାଶ ପୀଠର ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ତେବେ କେନ୍ଦ୍ରମନ୍ତ୍ରୀଙ୍କ ସହ ଭର୍ତ୍ତୃହରିଙ୍କ ଏହି ଗସ୍ତ ଅପ୍ରତ୍ୟାଶିତ ବୋଲି ନିଜେ କଟକ ସାଂସଦ ଗଣମାଧ୍ୟମକୁ କହିଛନ୍ତି । ନୟାଗଡ଼ରେ ଦିଶା ବୈଠକ ସାରି ସାଂସଦ ଭର୍ତ୍ତୃହରି ମହତାବ ସେଠାରେ ପହଞ୍ଚିଥିବା କହିଛନ୍ତି । ବିଭାଗୀୟ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ପାଇକ ସ୍ମାରକୀ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ । ଏନେଇ ମୁଁ ଶୁଣିଥିଲି, ଦେଖିବାର ଇଚ୍ଛା ଥିଲା । ଏକ ସାଂସଦ ଭାବେ ମୁଁ ଏଠାକୁ ଦେଖିବାକୁ କେବଳ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ସଂଯୋଗ ବଶତଃ ଭେଟ ହୋଇଛି । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେଇଛନ୍ତି । ଗଛ ସ୍ଥାନାନ୍ତର ଆଦିରେ ଜଙ୍ଗଲ ବିଭାଗ ବିଳମ୍ବ କରୁଛି । ଏନେଇ ମୁଁ ୨ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛି । ତୁରନ୍ତ ବ୍ୟବସ୍ଥା କରି ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.