ETV Bharat / state

PVTG ଗ୍ରୁପକୁ ବିଜେଡିର ଆଦିବାସୀ ମାନ୍ୟତା ଦାବି, ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ

author img

By

Published : Feb 4, 2023, 9:19 PM IST

ରାଜ୍ୟ ସରକାର Pvtg ଗ୍ରୁପକୁ ଆଦିବାସୀ ମାନ୍ୟତା ଦେବା ଲାଗି କେନ୍ଦ୍ର ନିକଟରେ ଦାବି କରିଥିଲେ । ଏ ନେଇ ପାଲଟା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଯାହା ସରକାରୀ ବ୍ୟବସ୍ଥା ରହିଛି ତାହା ରାଜ୍ୟ ସରକାର ମାନି ଭଲ ଭାବେ ରିପୋର୍ଟ ପଠାଇବା ଲାଗି ସେ କହିଛନ୍ତି । ଅଧିକ ପଢନ୍ତୁ

Union minister Arjun Munda
Union minister Arjun Munda
ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ

ଭୁବନେଶ୍ବର: ନିର୍ଦ୍ଦିଷ୍ଟ ଅବହେଳିତ ଆଦିବାସୀ ଜନଜାତି (Pvtg) ଗ୍ରୁପକୁ ଆଦିବାସୀ ମାନ୍ୟତା ଦେବାକୁ ବିଜେଡିର ଦାବି ନେଇ ପାଲଟା ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସେ ଏହି କାର୍ଯ୍ୟ ରାଜ୍ୟ ସରକାରଙ୍କ ବୋଲି କହିଛନ୍ତି । ସେ କହିଛନ୍ତି ଦେଶରେ 7୫ଟି PVTG ଗ୍ରୁପ ରହିଛନ୍ତି । ରାଜ୍ୟର ଦୁଇଟି ସମୁଦାୟ pvtg ହୋଇଥିଲେ ବି ଆଦିବାସୀ ନୁହଁନ୍ତି । ଏହାସହିତ କେନ୍ଦ୍ର ବଜେଟକୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି ।

ଏନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, "ସରକାରୀ ଦଳର ନେତାମାନେ ଅନେକ ବୟାନ ବାଜି କରୁଛନ୍ତି । କିନ୍ତୁ ଏହା ରାଜନୈତିକ ପ୍ରସଙ୍ଗ ନୁହେଁ ସାମ୍ବିଧାନିକ ପ୍ରସଙ୍ଗ ।" ରାଜ୍ୟ ସରକାର ଯେଉଁ ପ୍ରସ୍ତାଵ ଦେଇଥିଲେ ସେଥିରେ କଣ ଲେଖିଥିଲେ ସେ ବିଷୟରେ ପଚାରିବାରୁ ସରକାର ତାହାର ଉତ୍ତର ଦେଇ ପାରିଲେନି । ଆମେ ଅନୁରୋଧ କରୁଛୁ ରାଜ୍ୟ ସରକାର ନୂଆ ପ୍ରଣାଳୀରେ ଅନୁଧ୍ୟାନ କରି ରିପୋର୍ଟ ପଠାନ୍ତୁ ବୋଲି ସେ କହିଛନ୍ତି । ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ରାଜ୍ୟର ଟିଆରଆଇ ଆନ୍ଥରୋପୋଲଜିକାଲ ରିପୋର୍ଟ ସହିତ କେନ୍ଦ୍ରକୁ ରିପୋର୍ଟ ରାଜ୍ୟ ସରକାର ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ଯଦି ଜଗନ୍ନାଥ ସବୁ ଜାଣିଛନ୍ତି ଡିଜି କାହିଁକି ରହିବେ: ବିଜେପି

ସେ ଆହୁରି କହିଛନ୍ତି, "ଆନ୍ଥରୋପୋଲଜିକାଲ ରିପୋର୍ଟରେ ୧୨୦ କମ୍ୟୁନିଟିର କୌଣସି ରିପୋର୍ଟ ନାହିଁ । ରାଜ୍ୟ ସରକାର ରାଜନୈତିକ ଟିପ୍ପଣୀ ଦେଇ ତାର ସମାଧାନ ଖୋଜିଲେ କିଛି ହେବନି । ଏଥିପାଇଁ ରହିଥିବା ସାମ୍ବିଧାନିକ କାର୍ଯ୍ୟକୁ ରାଜ୍ୟ ସରକାର କରନ୍ତୁ। ଏପରିକି ଆନ୍ଥରୋପୋଲଜିକାଲ ରିପୋର୍ଟରେ କେନ୍ଦ୍ର ସରକାର ୧୨ଟି କମ୍ୟୁନିଟିକୁ କ୍ଲିଅର କରିଛନ୍ତି । ୭୧ ଏବଂ ୩୮ କମ୍ୟୁନିଟିର କୌଣସି ରିପୋର୍ଟ ହିଁ ନାହିଁ । ଏହା ବାଦ ୪ରୁ ୫ଟି କମ୍ୟୁନିଟିର ତଥ୍ୟ ଠିକ ନଥିବାରୁ ଆରଜିଆଇ ରିଜେକ୍ଟ କରିଛି । ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଗାଁର ଲୋକଙ୍କୁ ନେଇ ରାଜନୀତି ନ କରନ୍ତୁ । ସେମାନଙ୍କୁ କିପରି ନ୍ୟାୟ ମିଳିବ ସେଥିପାଇଁ କାମ କରନ୍ତୁ । ଟିଆରଆଇର ରିସର୍ଚ୍ଚ କରି କି ଆମକୁ ରିପୋର୍ଟ ଦିଅନ୍ତୁ ଆମେ ତାକୁ ଗମ୍ଭୀରତାର ସହ ନେବୁ ।"

କେନ୍ଦ୍ର ସରକାର ସବୁ ରାଜ୍ୟକୁ କହି ଆସିଛନ୍ତି ସିଷ୍ଟମକୁ ଫଲୋ କରି ରିପୋର୍ଟ ଦିଅନ୍ତୁ । ଓଡିଶାକୁ ବି କେନ୍ଦ୍ର ୧୨୦ ମାମଲା ପ୍ରତ୍ୟାବର୍ତ୍ତନ କରିଛି । ଏହାର ଆନ୍ଥରୋପୋଲଜିକାଲ ରିପୋର୍ଟ ପ୍ରସ୍ତୁତ କରି ପୁନଶ୍ଚ ପଠାଇବା ଲାଗି ଏଥିରେ କୁହାଯାଇଛି । ଯାହା ରାଜ୍ୟ ସରକାର ଦେଇଥିଲେ ସେଥିରେ କୌଣସି ଡାଟା କି ଡ଼କ୍ୟୁମେଣ୍ଟ କିଛି ନଥିଲା । ଗୋଟେ ପେଜର ପେପର ଦେଇ ଯଦି କହିବେ ୧୨୦ଟି ଗ୍ରୁପକୁ ଆଦିବାସୀ ଭାବେ ମାନ୍ୟତା ଦେବା ପାଇଁ ସେମିତି ସମଗ୍ର ଦେଶର ଏପରି କହିବେ ବୋଲି ସେ କହିଛନ୍ତି । ଯାହା ସରକାରୀ ବ୍ୟବସ୍ଥା ରହିଛି ତାହା ସରକାର ମାନିବା ଉଚିତ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.