ETV Bharat / state

ଲୋକସେବକ ମଣ୍ଡଳୀକୁ ଦିଆଯାଉ ସତ୍ୟବାଦୀ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି - ସତ୍ୟବାଦୀ ବନ ବିଦ୍ୟାଳୟ ନେଇ ଧର୍ମେନ୍ଦ୍ରଙ୍କ ଚିଠି

ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳୀକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦକ୍ଷତା ବିକାଶର ଏନ୍ତୁଡିଶାଳ ବୋଲାଉଥିବା ବକୁଳ ବନ ବିଦ୍ୟାଳୟକୁ ସରକାରୀ ଶିକୁଳିରୁ ମୁକ୍ତ କରି ସାମାଜିକ ଉପକ୍ରମ ଭାବେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଲେଖିଛନ୍ତି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
author img

By

Published : Dec 31, 2022, 10:59 PM IST

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳୀକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ହିଁ ଏ ଦିଗରେ ମାର୍ଗଦର୍ଶନ କରାଇବ । ଏକତା ଦକ୍ଷତା ବିକାଶର ଏନ୍ତୁଡିଶାଳ ବୋଲାଉଥିବା ବକୁଳ ବନ ବିଦ୍ୟାଳୟକୁ ସରକାରୀ ଶିକୁଳିରୁ ମୁକ୍ତ କରି ସାମାଜିକ ଉପକ୍ରମ ଭାବେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଲେଖିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମ ଓଡ଼ିଶା ଗସ୍ତରେ ସତ୍ୟବାଦୀ ବନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ସମୟରେ ତାଙ୍କର ହୃଦୟଙ୍ଗମ ହୋଇଥିଲା ଯେ ଉତ୍କଳମଣି ଗୋପବନ୍ଧୁଙ୍କ ସହ ସମସ୍ତ ଶିକ୍ଷକ ଭାରତର ମୁକ୍ତି ସଂଗ୍ରାମରେ ଝାସ ଦେବା ଫଳରେ ସତ୍ୟବାଦୀ ବନବିଦ୍ୟାଳୟଟି କାଳଗର୍ଭରେ ଲୀନ ହୋଇଗଲା । ଫଳସ୍ୱରୂପ ବିଦ୍ୟାଳୟର ପ୍ରତିଷ୍ଠା କାଳରେ ଗୋପବନ୍ଧୁ ଦେଖିଥିବା ସ୍ୱପ୍ନ ସମ୍ପୂର୍ଣ୍ଣ ଫଳବତୀ ହୋଇପାରିଲା ନାହିଁ ।

ଜାତୀୟ ଶିକ୍ଷାର ବିକାଶ ଉଦ୍ଦେଶ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ ହେଲେ ସତ୍ୟବାଦୀ ବନ ବିଦ୍ୟାଳୟକୁ ସରକାରୀ ଶିକୁଳିରୁ ମୁକ୍ତ କରି ଏହାକୁ ସାମାଜିକ ଉପକ୍ରମ ବା କମନ୍ ପ୍ରପର୍ଟି ରିସୋର୍ସ (Common Property Resources) ଭାବେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି । ଏହି ବିଦ୍ୟାଳୟକୁ ଲୋକସେବକ ମଣ୍ଡଳୀ ହାତରେ ନ୍ୟସ୍ତ କରାଗଲେ ପ୍ରାୟ ୧୧୩ ବର୍ଷର ଏହି ପୁରୁଣା ଅନୁଷ୍ଠାନର ପୁନରୁଦ୍ଧାର ହେବା ବୋଲି ଚିଠିରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ୧୩ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ ରାଜ୍ୟ । ଶିକ୍ଷା ହିଁ ଏ ଦିଗରେ ମାର୍ଗଦର୍ଶନ କରାଇବ । ଏକତା ଦକ୍ଷତା ବିକାଶର ଏନ୍ତୁଡିଶାଳ ବୋଲାଉଥିବା ବକୁଳ ବନ ବିଦ୍ୟାଳୟ ହିଁ ଏକବିଂଶ ଶତାବ୍ଦୀର ମାନବ ତିଆରିର ମୂଳଦୁଆ ପକାଇଥିଲା । ଏହି ବିଦ୍ୟାଳୟ ପୁନରୁଦ୍ଧାର ହେଲେ ଉତ୍କଳମଣି ଗୋପବନ୍ଧୁ ଓ ଲାଲା ଲାଜପତ ରାୟଙ୍କ ଭଳି ମହାପୁରୁଷମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲେଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.