ଭୁବନେଶ୍ବର: ବେଳକୁ ବେଳ ଜଟିଳ ହେଉଛି ଦେଶର ଶୈଶବ ସ୍ଥିତି । ଭାରତରେ 18 ବର୍ଷରୁ କମ୍ ବୟସର ଶିଶୁଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତ । କିନ୍ତୁ ସେମାନଙ୍କ ମଧ୍ୟରୁ ୯ ପ୍ରତିଶତ ପିଲାଙ୍କ ନାହାଁନ୍ତି ଅଭିଭାବକ । ପରିବାର ଥିବା ସ୍ବତ୍ତ୍ବେ ମଧ୍ୟ ଅନେକ ଶିଶୁ ଅନାଥ ଆଶ୍ରମରେ ରହୁଛନ୍ତି । ତାହାର କାରଣ ଦୁର୍ବଳ ଆର୍ଥିକ ସ୍ଥିତି । ଏଠାରେ ଆୟୋଜତ ଏକ କର୍ମଶାଳାରେ ଏହି ତଥ୍ୟ ଦେଇଛି ୟୁନିସେଫ ।
ଏପରିସ୍ଥିତିରେ ଥିବା ଶିଶୁମାନଙ୍କ ପାଇଁ ପରିବାର ନିହାତି ଆବଶ୍ୟକ। ଯାହାକି ଶିଶୁଟିର ଉତ୍ତମ ମାନସିକ ଗଠନ ଓ ଲାଳନ ପାଳନ କ୍ଷେତ୍ରରେ ସହାୟକ ହୋଇପାରିବ । ୟୁନିସେଫ ସହାୟତାରେ ଓଏସସିପିସିଆର ଓ ୱାଇସିଡିଏ ର ମିଳିତ ଏକ କର୍ମଶାଳାରେ ଏଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଯାଇଛି । ୯ ପ୍ରତିଶତ ଶିଶୁ ବିନା ଅଭିଭାବକରେ ଜିବନ ଜିଉଁଛନ୍ତି। ତେଣୁ ସେମାନଙ୍କ ପାଇଁ କିପରି ପରିବାରର ସ୍ନେହ, ଶ୍ରଦ୍ଧା ଓ ଯତ୍ନ ମିଳିପାରିବ ସେ ନେଇ ଆଲୋଚନା ହୋଇଛି ।
ଏହା ସହିତ ଅନେକ ପିଲାଙ୍କ ପରିବାର ଥାଇ ମଧ୍ୟ ଅର୍ଥନୈତିକ ଅଭାବ ଓ ଅନେକ ସମସାମୟିକ ପରିସ୍ଥିତି ଯୋଗୁଁ ବିନା ଅଭିଭାବକରେ ଅନେକ ଶିଶୁ ରହୁଛନ୍ତି । ସେମାନଙ୍କର ଏହି ସମସ୍ୟାରେ କିପରି ସୁଧାର ଆସିପାରିବ ଏ ଦିଗରେ ଆୟୋଜିତ କର୍ମଶାଳାରେ ବିଶେଷ ଆଲୋଚନା କରାଯାଇଛି । ଏହି ପରିସ୍ଥିତିର ପିଲାମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ପ୍ରକାର ପଲିସି ଅଣାଯିବାକୁ ଅନେକ ମତ ମଧ୍ୟ ଦେଇଛନ୍ତି ।
ଶୁଶୁମାନଙ୍କ ସୁରକ୍ଷା ବା ରକ୍ଷଣାବେକ୍ଷଣ ପାଇଁ ଆଇନ ହେଲେ କର୍ପୋରେଟ ହାଉସ ବା ଅନେକ ବେସରକାରୀ ଅନୁଦାନ ଦ୍ବାରା ଏହି ପିଲାମାନଙ୍କ ଭବିଷ୍ୟତ ଗଢାଯାଇ ପାରିବ । ଏସବୁ ଯେପରି ଅଧିକ ପ୍ରଚାର ପ୍ରସାର ହୋଇପାରିବ ଯାହା ଦ୍ବାରା ପିଲାଟିର ସମ୍ପର୍କୀୟ ରଖିବାକୁ ନାରାଜହେବେ ନାହିଁ । କାରଣ ଅନେକ ସମୟରେ ଅଧିକାଂଶ ଶିଶୁମାନଙ୍କ ସମ୍ପର୍କିୟ ଏହି ପିଲାକୁ ଲାଳନ ପାଳନ କରିବାକୁ ପଛଘୁଞ୍ଚା ଦେଇଥାନ୍ତି । ତେବେ ଏପରି ପଲିସି ଦ୍ବାରା ଏହା କିଛି ସମ୍ଭବ ହୋଇପାରିବ ବୋଲି ଆଲୋଚନାରେ ମତ ରଖାଯାଇଛି । ତେବେ ଶିଶୁମାନଙ୍କୁ ଲାଳନପାଳନ ଦିଗରେ ଅନେକ ଫୋଷ୍ଟୋ କେୟାର, କିନସିପ କେୟାର ଏବଂ ଆଫ୍ଟର କେୟାର ମଧ୍ୟ କାମ କରୁଛନ୍ତି । ଏଥି ସହ ଗ୍ରାମାଞ୍ଚଳରେ ଅନେକ ଏନଜିଓ ମଧ୍ୟ କାମ କରୁଛନ୍ତି । ତେବେ ଏସବୁ ସତ୍ତ୍ବେ ଅନେକ ପିଲା ଅବହେଳାର ଶିକାର ହେଉଛନ୍ତି । ଏ ଦିଗରେ ସଭିଏ ଏକାଠି ହେବାର ଆବଶ୍ୟକତା ରହିଥିବା ନେଇ ଆଲୋଚନା ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ