ETV Bharat / state

ବେକାର ଯୁବକଙ୍କୁ ନିଯୁକ୍ତି ଦେଉନି ଆଇଟିସି କମ୍ପାନୀ, ନିନ୍ଦା କଲେ ଜଟଣୀ ବିଧାୟକ - ଆଇଟିସି କମ୍ପାନୀ ସମ୍ମୁଖରେ ବେକାର ଯୁବକଙ୍କ ଧାରଣା

ନିଯୁକ୍ତି ଦାବିରେ ଆଇଟିସି କମ୍ପାନୀ ସମ୍ମୁଖରେ ବେକାର ଯୁବକଙ୍କ ଧାରଣା। ରାଜ୍ୟ ସରକାରଙ୍କୁ ନିନ୍ଦା କଲେ ସୁର ରାଉତରାୟ। ଅଧିକ ପଢନ୍ତୁ

unemployed youth protest in front of itc company

author img

By

Published : Apr 10, 2023, 3:48 PM IST

ବେକାର ଯୁବକଙ୍କୁ ନିଯୁକ୍ତି ଦେଉନି ଆଇଟିସି କମ୍ପାନୀ

ଖୋର୍ଦ୍ଧା: ଜିଲ୍ଲାରେ ଥିବା ଆଇଟିସି କମ୍ପାନୀରେ ବେକାର ଯୁବକ ଯୁବତୀଙ୍କୁ ଦିଆଯାଉନି ନିଯୁକ୍ତି । ଯାହାକୁ ବିରୋଧ କରି ଆଜି କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହ ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଏବଂ ଶତାଧିକ ବେକାର ଯୁବକ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଆଇଟିସି କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ସ୍ଥାନୀୟ ଅଞ୍ଚଳର ବହୁ ଯୋଗ୍ୟ ଶିକ୍ଷିତ ଯୁବକ ଯୁବତୀ ଥିବା ସତ୍ତ୍ବେ ସଂସ୍ଥା ରାଜ୍ୟ ବାହାରୁ ପିଲାଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରୁଛି । ଯାହାକୁ ଏହାକୁ ତୀବ୍ର ବିରୋଧ କରି ଆଇଟିସି ଗେଟ ସମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ ସଂସ୍ଥା ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଆମ ମାଟିରେ ଶିଳ୍ପ କରି ଆମ ପିଲାଙ୍କୁ ଚାକିରୀ ନଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଵନୀ ଦେଇଛନ୍ତି ସୁର । ପ୍ରାୟ 35 ଏକର ଜମିରେ ଆଇଟିସି ସଂସ୍ଥା ନିର୍ମାଣ ହୋଇଛି ।

କଂଗ୍ରେସ ସମୟରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ହଜାର ଦିନରେ ହଜାରେ ଶିଳ୍ପ ଗଢ଼ିଥିଲେ, ଆଉ ଏବେ ମୁଖ୍ୟମନ୍ତ୍ରୀ ବିଦେଶ ଯାଇ ଶିଳ୍ପସଂସ୍ଥାଗୁଡ଼ିକୁ ନିମନ୍ତ୍ରଣ କରିବା ଘଟଣାକୁ ସମାଲୋଚନା କରିଛନ୍ତି ସୁର । ପୁରୁଣା ଶିଳ୍ପର ପୁନରୁଦ୍ଧାର ନକରି ନୂଆ ଶିଳ୍ପ ଗଢିବା ଅତ୍ୟନ୍ତ ନିନ୍ଦନୀୟ । ସେହିପରି ଜଟଣୀ ନାଗରିକ କମିଟି ସଭାପତି ମନ୍ମଥ ରାଉତରାୟ କହିଛନ୍ତି , ''ଏ ଲଢେଇ ବେକାର ଯୁବକ ଯୁବତୀଙ୍କ ପାଇଁ, ଏ ଲଢେଇ ଅଧିକାର ପାଇଁ ଓ ପେଟ ପାଇଁ । ନିର୍ଦ୍ଧିଷ୍ଟ ଭାବେ ଜଟଣୀ ଯୁବକମାନଙ୍କୁ ଏଠାରେ ନିଯୁକ୍ତି ନଦେବା ପାଇଁ ଷଡଯନ୍ତ୍ର ହୋଇଛି । ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ନମିଳିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ । '' ସେପଟେ ଆଇଟିସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଦେଶକୁ ଦେଶ ବୁଲି ରାଜ୍ୟକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ନିମନ୍ତ୍ରଣ କରୁଛନ୍ତି ରାଜ୍ୟ ସରକାର । ଶିଳ୍ପ ସଂସ୍ଥାଗୁଡ଼ିକୁ ରିହାତି ମୂଲ୍ୟରେ ଜମି, ପାଣି, ବିଦ୍ୟୁତ ମଧ୍ୟ ପ୍ରଦାନ କରୁଛନ୍ତି ସରକାର । କିନ୍ତୁ ଶିଳ୍ପ ସଂସ୍ଥାମାନେ ଦେଉଥିବା ପ୍ରତିଶ୍ରୁତିରୁ ଓହରି ଯାଉଥିବା ଦେଖିବାକୁ ମିଳୁଛି । ଆଉ ଏହାର ପ୍ରତିବାଦ କରିଛି ଜଟଣୀ ନାଗରିକ କମିଟି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.