ETV Bharat / state

ୟୁଜି ପାଠ୍ୟକ୍ରମ ପାଇଁ ଆବଶ୍ୟକ CUET ସ୍କୋର, UGC ପକ୍ଷରୁ ନିର୍ଦ୍ଦେଶନାମା ଜାରି - ସିୟୁଇଟି ସ୍କୋର

ଏଣିକି ୟୁଜି ପାଠ୍ୟକ୍ରମ ପାଇଁ ଆବଶ୍ୟକ ପଡ଼ିବ ସିୟୁଇଟି ସ୍କୋର । ୟୁଜିସି ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଧିକ ପଢନ୍ତୁ

CUET score
CUET score
author img

By

Published : Feb 18, 2023, 9:15 PM IST

ଭୁବନେଶ୍ବର: ସମସ୍ତ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ ୟୁଜି ପାଠ୍ୟକ୍ରମରେ ପ୍ରବେଶ ନେଇ ସିୟୁଇଟି ୟୁଜି ସ୍କୋରକୁ ଗ୍ରହଣ କରାଯିବ । ଏହା ସହ ସିୟୁଇଟି ସ୍କୋର ଆଧାରରେ ଛାତ୍ରଛାତ୍ରୀଙ୍କର ହେବ ଆଡମିଶନ। ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀମାନେ ବେଶ ଲାଭବାନ ହୋଇପାରିବେ ବୋଲି ଆଶା କରାଯାଇଛି । ଏହାସହ ଏକାଧିକ ପ୍ରବେଶ ପରୀକ୍ଷାରୁ ମୁକ୍ତି ପାଇପାରିବେ ବୋଲି ଜଣାପଡ଼ିଛି ।

ୟୁଜି ପାଠ୍ୟକ୍ରମ ପାଇଁ ଆବଶ୍ୟକ CUET ସ୍କୋର, UGC ପକ୍ଷରୁ ନିର୍ଦ୍ଦେଶନାମା ଜାରି
ୟୁଜି ପାଠ୍ୟକ୍ରମ ପାଇଁ ଆବଶ୍ୟକ CUET ସ୍କୋର, UGC ପକ୍ଷରୁ ନିର୍ଦ୍ଦେଶନାମା ଜାରିୟୁଜି ପାଠ୍ୟକ୍ରମ ପାଇଁ ଆବଶ୍ୟକ CUET ସ୍କୋର, UGC ପକ୍ଷରୁ ନିର୍ଦ୍ଦେଶନାମା ଜାରି

ୟୁଜିସି ପକ୍ଷରୁ ଚିଠିରେ ଲେଖାଯାଇଛି ଯେ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ଡିମଡି ବିଶ୍ବବିଦ୍ୟାଳୟ ଓ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୟୁଜିସିର ଏହି ପଦକ୍ଷେପ ଦ୍ଵାରା ଛାତ୍ରଛାତ୍ରୀମାନେ ଅନେକ ଫଳପ୍ରଦ ହେବେ। ଅନେକ ସମୟରେ ଅଲଗା ଅଲଗା ତାରିଖରେ ଆୟୋଜିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ସାମିଲ ହେବାରୁ ମୁକ୍ତି ପାଇପାରିବେ ଛାତ୍ରଛାତ୍ରୀ । ସିୟୁଇଟି ୟୁଜି ପରୀକ୍ଷା ଦ୍ବାରା ସାରା ଦେଶରେ ଯେକୌଣସି ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଭିନ୍ନ ବୋର୍ଡରୁ ସମାନ ସୁବିଧା ପାଇବା କ୍ଷେତ୍ରରେ ଛାତ୍ରଛାତ୍ରଙ୍କୁ ସହାୟତା ମିଳିବ ବୋଲି ଦର୍ଶାଇଛି ୟୁଜିସି।

ଏହା ବି ପଢନ୍ତୁ- ଜୟଙ୍କ ଇତିହାସ ଖୋଲିଲେ ସସ୍ମିତ, ବିଜେପିର କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି

ସୂଚନା ଅନୁସାରେ ଦେଶର ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ୟୁଜିରେ ଆଡ଼ମିଶନ ପାଇଁ ଦ୍ବାଦଶ ବୋର୍ଡର ମାର୍କ ବ୍ୟବହାର କରନ୍ତି କିମ୍ବା UG ପାଠ୍ୟକ୍ରମର ଆଡମିଶନ ପାଇଁ ପୃଥକ ଭାବରେ ପ୍ରବେଶିକା ପରୀକ୍ଷା କରନ୍ତି । ତେବେ ଏହି ପରୀକ୍ଷା ବିଭିନ୍ନ କଲେଜରେ ଭିନ୍ନ ଭିନ୍ନ ତାରିଖରେ ଏକାଧିକ ପ୍ରବେଶିକା ପରୀକ୍ଷା କରାଯାଉଛି । ପ୍ରାର୍ଥୀମାନଙ୍କ ସଂଖ୍ୟା ଏବଂ ସେମାନଙ୍କର ପସନ୍ଦର ବିଷୟ ଉପରେ ନିର୍ଭର କରି ୩ଟି ସିଫ୍ଟରେ ଏକାଧିକ ଦିନରେ ପରୀକ୍ଷା କରାଯିବ ବୋଲି କହିଛି ୟୁଜିସି ।

ଅନେକ ସମୟରେ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇବା ପାଇଁ ମନ ପସନ୍ଦର ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ଅନେକ ସମୟରେ ନିଜର ମନ ପସନ୍ଦର କଲେଜରେ ପାଠ ପଢିବା ପାଇଁ ସୁଯୋଗ ମିଳେ ନାହିଁ। ଯାହା ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମନ ପସନ୍ଦର କଲେଜରେ ପାଠ ପଢିପାରନ୍ତି ନାହିଁ। ତେଣୁ ଏହି ନିଷ୍ପତ୍ତିକୁ ଲାଗି କରିବା ଦ୍ବାରା ପ୍ରତ୍ୟେକଟି ଛାତ୍ରଛାତ୍ରୀମାନେ ବିଭିନ୍ନ ସୁଯୋଗ ସୁବିଧା ପାଇ ପାରିବେ ବୋଲି ଆଶା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.