ETV Bharat / state

UGCର ଚେତାବନୀ, ନକଲି ୟୁନିଭର୍ସିଟିରେ ଆଡମିଶନ ନକରିବାକୁ ପରାମର୍ଶ

ନକଲି ୟୁନିଭର୍ସିଟିରେ ଆଡ୍‌ମିଶନ ନକରିବାକୁ UGCର ଚେତାବନୀ । 'ଓପନ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି ଫର ଅଲଟରନେଟିଭ ମେଡିସିନ' ଓ 'ନ୍ୟାସନାଲ ବୋର୍ଡ ଅଫ୍ ଅଲଟରନେଟିଭ୍ ମେଡିସିନ, କୁଟ୍ଟଲମ' ଭଳି ନକଲି ଶିକ୍ଷାନୁଷ୍ଠାନ ତଥା ମେଡିକାଲ କଲେଜରେ ଆଡମିଶନ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି UGC । ଅଧିକ ପଢ଼ନ୍ତୁ

author img

By

Published : Mar 31, 2023, 7:08 PM IST

ନକଲି ୟୁନିଭର୍ସିଟିରେ ଆଡମିଶନ ନକରିବାକୁ UGCର ଚେତାବନୀ

ଭୁବନେଶ୍ବର: ଦେଶର ଶିକ୍ଷା କ୍ଷେତ୍ରରେ ବିକାଶ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିଭଳି ଭାବରେ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ଉଜ୍ବଳ ହୋଇପାରିବ ସେନେଇ ଅନେକ ନୂଆନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ଜାତୀୟ ଶିକ୍ଷାନୀତି NEP 2020 ଅନୁସାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ପକ୍ଷରୁ ଅନେକ ସମୟରେ ନୂଆ ନୂଆ ନିୟମ ଜାରି କରାଯାଉଛି । ତେବେ ଅନେକ ସମୟରେ ଦେଖିବାକୁ ମିଳୁଛି କିଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ସାମାନ୍ୟତମ ଭୁଲ ପାଇଁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ପଡୁଛି । ଏହାକୁ ନେଇ ନକଲି ୟୁନିଭର୍ସିଟିରେ ଆଡ୍‌ମିଶନ ନକରିବାକୁ UGC ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଦେଶରେ ନକଲି ଶିକ୍ଷାନୁଷ୍ଠାନକୁ ନେଇ UGC ପକ୍ଷରୁ ଚେତାବନୀ ଜାରି ହୋଇଛି । ଏପରି ନକଲି ଶିକ୍ଷାନୁଷ୍ଠାନ ତଥା ମେଡିକାଲ କଲେଜରେ ଆଡମିଶନ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ବର୍ଷକୁ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ନିଟ୍ ୟୁଜି ପରୀକ୍ଷା ଦେଉଛନ୍ତି । ହେଲେ ବହୁତ କମ ସଂଖ୍ୟାରେ ଛାତ୍ରଛାତ୍ରୀ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ପାଠ ପଢିବାରେ ସୁଯୋଗ ପାଇଥାନ୍ତି । ଏଭଳି ସ୍ଥିତିରେ କିଛି ନକଲି ମେଡିକାଲ କଲେଜରେ ନାମ ଲେଖାଇ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଫଶି ଯାଇଥାନ୍ତି । ଯାହା ଫଳରେ ଅକାରଣରେ ସେମାନଙ୍କର କ୍ୟାରିୟର ବର୍ବାଦ ହୋଇଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ.. ଭୁବନେଶ୍ୱର ଏମ୍ସରେ ସିବିଆଇର ରେଡ, ଫାର୍ମା ଷ୍ଟୋର ଟେଣ୍ଡର ପ୍ରକ୍ରିୟାରେ ଛାନଭିନ୍

ସେଥିପାଇଁ 'ଓପନ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟି ଫର ଅଲଟରନେଟିଭ ମେଡିସିନ' ଓ 'ନ୍ୟାସନାଲ ବୋର୍ଡ ଅଫ୍ ଅଲଟରନେଟିଭ୍ ମେଡିସିନ, କୁଟ୍ଟଲମ'କୁ ନେଇ ଏହି ଚେତାବନୀ ଜାରି କରିଛି UGC । ଏହି ୟୁନିଭର୍ସିଟି ଓ ବୋର୍ଡ ନିକଟରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ । କାରଣ UGCର ଆକ୍ଟ ସେକ୍ସନ ଅନୁଯାୟୀ ଏହି ଦୁଇଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇନାହିଁ । ଏପରିକି ଏହି ସଂସ୍ଥାଗୁଡ଼ିକ 'ଓପନ' ନାମ ସହିତ 'ୟୁନିଭର୍ସିଟି' ଶବ୍ଦର ବ୍ୟବହାର କରିବାକୁ ଅନୁମତି ପାଇନାହାନ୍ତି ବୋଲି UGC ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ, ଜନସାଧାରଣ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଏହି ଅନୁଷ୍ଠାନଗୁଡିକରେ ଆଡମିସନ୍ ନକରିବାକୁ ଏହି ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ଚେତାବନୀ ଦେଇଛି UGC । ଏପରି ଆତ୍ମ-ଘୋଷିତ ଅନୁଷ୍ଠାନଗୁଡିକରେ ଆଡମିଶନ କରିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ କ୍ୟାରିଅର ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କହିଛି UGC ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.