ETV Bharat / state

UG PG Admission: ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

author img

By

Published : Aug 4, 2023, 9:40 AM IST

ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜି ଏବଂ ପିଜି ପାଠ୍ୟକ୍ରମରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା 5 ତାରିଖ ଯାଏଁ କରିପାରିବେ ରିପୋର୍ଟିଂ ।

UG PG Admission
UG PG Admission

ଭୁବନେଶ୍ବର: ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଅଞ୍ଚଳ । ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ୟୁଜି ଏବଂ ପିଜି ପାଠ୍ୟକ୍ରମରେ ନାମଲେଖା ତାରିଖକୁ ଘୁଞ୍ଚା ଯାଇଛି । ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ୟୁଜି ପାଠ୍ୟକ୍ରମରେ ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୪ ତାରିଖ ଅର୍ଥାତ ଆଜି ସ୍ଲାଇଡ୍, ଫ୍ରିଜ୍, ଫ୍ଲୋଟ୍ କରିବା ସହ ନାମଲେଖା ଫି’ ସାମ୍ସ ପୋର୍ଟାଲ ଜରିଆରେ ଦାଖଲ କରିପାରିବେ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ। ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ୫ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇ-ସ୍ପେସ୍‌ରେ ଡାଟା ଅପଡେଟ୍ କରିପାରିବେ । ସେହିଭଳି ପିଜି ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସ୍ଲାଇଡ୍‌, ଫ୍ରିଜ୍, ଫ୍ଲୋଟ୍ ଏବଂ ନାମଲେଖା ଫି’ ସାମ୍ସ ପୋର୍ଟାଲ ଜରିଆରେ ଦାଖଲ କରିପାରିବେ ।

ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ରିପୋର୍ଟିଂ କରିପାରିବେ । ନାମ ଲେଖାଇଥିବା ଛାତ୍ରଛାତ୍ରୀ ୫ ତାରିଖ ସନ୍ଧ୍ୟା ୭ ଟା ଯାଏଁ ଡାଟା ଅପଡେଟ୍ କରିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍ ଅଧ୍ୟକ୍ଷ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜୁନ ୨୬ରୁ ୟୁଜି ନାମଲେଖା, ଅଗଷ୍ଟରେ ପାଠପଢା

ସୂଚନା ଅନୁଯାୟୀ, ଯୁକ୍ତ ତିନି ଦିତୀୟ ପର୍ଯ୍ୟାୟ ରେ ୩୪ ହଜାର ୬୨୩ ଜଣ ଛାତ୍ରଛାତ୍ରୀଙ୍କୁ ସିଲେକ୍ସନ କରାଯାଇଛି। ତେବେ ଯୁକ୍ତ ତିନିରେ ୨ ଲକ୍ଷ ୭୦ ହଜାର ୧୬୩ ସିଟ ରହିଛି । ତେବେ ଏଥିରୁ ୨ ଲକ୍ଷ ୨୩ ହଜାର ୩୬୭ ଜଣ ଆବେଦନ କରିଥିଲେ। ଯୁକ୍ତ ତିନିରେ ପ୍ରଥମ ରାଉଣ୍ଡରେ ୯୨ ହଜାର ୬୧୨ ଜଣ ନାମ ଲେଖାଇଥିବା ବେଳେ ୮୮ ହଜାର ୮୮୫ ଜଣ ସ୍ଲାଇଡ୍ ଅଫ କରିଛନ୍ତି ।

ସେହିପରି ଦ୍ବିତୀୟ ରାଉଣ୍ଡରେ ୩୪ ହଜାର ୬୨୩ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରୁ ମୋଟ ଛାତ୍ର ହେଉଛନ୍ତି ୧୫ ହଜାର ୫୩୬ ଓ ଛାତ୍ରୀ ହେଉଛନ୍ତି ୧୯ ହଜାର ୮୫ ଜଣ। ସେହିପରି ୨ ଜଣ ଟିଜେଣ୍ଡରର ରହିଛନ୍ତି । ତଥ୍ୟ ଅନୁସାରେ କଳାରେ ୨୦ ହଜାର ୩୨୦, ଫିଜିକାଲ ସାଇନ୍ସରେ ୫ ହଜାର ୯୯୪, ବାୟୋଲୋଜିକାଲ୍ ସାଇନ୍ସରେ ୫ ହଜାର ୮୧୦, ବାଣିଜ୍ୟରେ ୧ ହଜାର ୮୯୧, ସଂସ୍କୃତରେ ୨୨୬ ଏବଂ ସେଲ୍ପ ଫାଇନ୍ସରେ ୩୮୨ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.