ETV Bharat / state

ଫେଲ ମାରିଲା ଗାଡି ଚୋରି କରିବା ପ୍ଲାନ, ନିର୍ଧୁମ ଛେଚା ଖାଇଲେ 2 ଯୁବକ

ମହଙ୍ଗା ପଡିଲା ଗାଡ଼ି ଚୋରି ନିଶା । ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲେ ଦୁଇ ଯୁବକ । ଘଟଣାଟି ହେଉଛି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଘଣାସାଳିଆ ଗାଁରେ । ଅଧିକ ପଢନ୍ତୁ...

vehicle stolen in khurdha, villagers beat thieves in khurdha, thieves beaten up by villagers, khurdha latest news, ଖୋର୍ଦ୍ଧାରେ ଗାଡି ଚୋରି, ଖୋର୍ଦ୍ଧାରେ ଚୋରଙ୍କୁ ଗ୍ରାମବାସୀଙ୍କ ଦଣ୍ଡ, ଚୋରଙ୍କୁ ଗ୍ରାମବାସୀଙ୍କ ଦଣ୍ଡ, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌
ଗାଡି ଚୋରି କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଯୁବକ
author img

By

Published : Sep 6, 2020, 8:57 AM IST

ଖୋର୍ଦ୍ଧା: ମହଙ୍ଗା ପଡିଲା ଗାଡ଼ି ଚୋରି ନିଶା । ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲେ ଦୁଇ ଯୁବକ । ଘଟଣାଟି ହେଉଛି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଘଣାସାଳିଆ ଗାଁରେ । ସୂଚନା ଅନୁଯାୟୀ ଶନିବାର ଦୁଇ ଜଣ ଯୁବକ ଘଣାସାଳିଆ ଗାଁର ଶ୍ରୀକାନ୍ତ ରାଉତଙ୍କ ପିକଅପ ଭ୍ୟାନରୁ କିଛି ଯନ୍ତ୍ରପାତି ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ କାବୁ କରିଥିଲେ । ପରେ ସେମାନଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।

ଗାଡି ଚୋରି କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଯୁବକ

ପୋଲିସ ଯୁବକ ଦୁହିଁଙ୍କୁ ଗାଁ ଲୋକଙ୍କ ପାଖରୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଛି । ଉଦ୍ଧାର ଯୁବକ ଦ୍ବୟ ହେଲେ ଫତେଗଡ଼ ଥାନା କରବର ଗାଁର ନାରାୟଣ ଜେନା ଓ ବେଣୁଧର ପଢ଼ିଆରୀ । ସେମାନଙ୍କଠାରୁ ପୋଲିସ ଏକ ନମ୍ବରବିହୀନ ମୋଟର ସାଇକେଲ, ମୋବାଇଲ ଫୋନ ଓ ଛୁରୀ ସହ ପେଚକସ ଆଦି ଜବତ କରିଛି । ତେବେ ଏନେଇ ଖଣ୍ଡପଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଖଣ୍ଡପଡା ଏସଡିପିଓ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.