ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଆତଙ୍କ ଖେଳାଇଲେ । ଦେଖଣାହାରୀଙ୍କୁ ବନ୍ଧକ ରଖି ମୋବାଇଲ ଛଡାଇନେଲେ ।
ଆଉ ଜେସିବି ଲଗାଇ ଦୋକାନକୁ ମାଟିରେ ମିଶାଇଲେ । ଜମି ଜବରଦଖଲ ପାଇଁ 2 କୋଟିର ଜିନିଷ ନଷ୍ଟ କଲେ । ତମାମ ଘଟଣା ଘଟିଲା ଥାନଠୁ ମାତ୍ର 200ମିଟର ଦୂରରେ ହୋଇଥିଲା କିନ୍ତୁ ଟେର ପାଇଲାନି ପୋଲିସ । ଏବେ ଅଭିଯୋଗ ପରେ ଗୋଟିଏ ପରେ ଗୋଟିଏ କେସ କରି ଗିରଫ କରୁଛି । ଏହି ଘଟଣାରେ ଲେଡି ବାଉନସରଙ୍କୁ ବାନ୍ଧିଛି ପୋଲିସ ।
ସୂଚନା ଥାଉକି, ଗତ 24 ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟାରେ ହଠାତ ହୋଟେଲ ପ୍ରେସିଡେନ୍ସି ନିକଟରେ ଏକ ବସରେ ୧୦୦ରୁ ଊର୍ଦ୍ଧ୍ବ ପୁରୁଷ ମହିଳା ପହଞ୍ଚିଥିଲେ । ଏହାପରେ ଏକ ମାର୍ବଲ ଦୋକାନକୁ JCBରେ ଭାଙ୍ଗିବା ଶହ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଲୁଟ ନେଇଥିଲେ । ଅଭିଯୋଗ ପରେ ସେମାନଙ୍କ ଭିତରୁ ମାତ୍ର ୭ଜଣ ବାଉନସରକୁ ପ୍ରାଥମିକ ପର୍ଯାୟରେ ଗିରଫ କରାଯାଇଥିଲା । ପରେ ଏହି ଘଟଣାର ସାମିଲ ଥିବା ଦୁଇଜଣ ମହିଳା ଏବେ ଗିରଫ କରି କୋର୍ଟ ଚାଲାଣ କରାଇଛି ନୟାପଲ୍ଲୀ ଥାନା ପୋଲିସ ।
ସେମାନେ ଦୁଇ ଜଣ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ତାଙ୍କ ନାଁ ଗୀତା ଦାସ ଏବଂ ଜ୍ୟୋତି ମଥାନ । ତେବେ ଏହି ଘଟଣାର ବଡ ମାଛ କୁହାଯାଉଥିବା ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ପୋଲିସ ବିଫଳ ହୋଇଥିବା ବେଳେ ଛୋଟମାଛ ତଥା ସୁପାରୀ ପାଇଥିବା ବ୍ୟକ୍ତିକୁ ଗିରଫ କରିବାରେ ଲାଗିଛି ପୋଲିସ ।
ନୟାପଲ୍ଲୀ ଆଇଆରସି ଭିଲେଜ ଭଳି ହାଇଫାଇ ଅଞ୍ଚଳର ଏକ ତାରକା ହୋଟେଲ କଡ଼ରେ ତମାମ ଘଟଣା ଘଟିଗଲା କିନ୍ତୁ ପୋଲିସ ଜାଣିପାରୁଲା ନାହିଁ । ରାଜଧାନୀ ଭଳି ସ୍ଥାନରେ ୧୫୦ରୁ ଊର୍ଦ୍ଧ୍ବ ଅପରାଧି ଆସି ସୁବାଷ ଅଗ୍ରୱାଲ ନାମକ ବ୍ୟବସାୟୀଙ୍କ ପ୍ଲାଏ ଓ ଟାଇଲ ଦୋକାନକୁ ଏକ ବ୍ୟବସାୟିକ ପ୍ରତିଷ୍ଠାନକୁ କ୍ଷତି ପହଁଚାଇଲେ । ପାଖରେ ଏସବୁ ଦେଖୁଥିବା ସାଧାରଣ ଲୋକ ବା ପ୍ରତ୍ୟକ୍ଷଦର୍ଶୀଙ୍କ ମୁହଁ ବନ୍ଦ କରିଦେଇ ମୋବାଇଲ ଛଡାଇନେଲେ । ଏପରିକି ସିସିଟିଭି କ୍ୟାମେରା ଭାଙ୍ଗିଦେଲେ । ପାଖରେ ଥିବା ହୋଟେଲର ପର୍ଯଟକ ମଧ୍ୟ ହୋଟେଲରେ ରହି ଦେଖିବା ସହ ଭୟରେ ହୋଟେଲରେ ଲୁଚିଗଲେ । ସେମାନେ ମଧ୍ୟ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସହରରେ କଣ ଘଟୁଛି ।
ହେଲେ ବାସ୍ତବରେ ସହରରେ ଏଭଳି ଅପରାଧ ସହର ଛବି ବିଗିଡାଇଲା ଭଳି ସ୍ଥିତି ଉପୁଜିଲା । ୨୦୦ ମିଟର ଦୂରରେ ସ୍ଥାନୀୟ ଥାନା ଜାଣିପାରିଲା । ନା ପୋଲିସ କଣ୍ଟ୍ରୋଲ ରୁମକୁ ଖବରଟିଏ ଆସିଲା ନା ପୋଲିସ ପାଖରେ କେହି ବି ଭୟରେ ଖବର ପହଁଚାଇଲେ । ସହରର ସୁରକ୍ଷା ପାଇଁ ପ୍ରସ୍ତୁତ ଥିବା ଅଧିକାରୀଙ୍କ ଆଖିରେ ଆଙ୍ଗୁଠି ଗୁଞ୍ଜି ଏପରି କାଣ୍ଡ ଘଟାଇଲେ । ହେଲେ ପୋଲିସ ବିଭାଗର ମୁଖିଆମାନେ ଏସବୁ ଦେଖି ଚୁପ୍ ରହିଲେ କେମିତି । କାହିଁକି ଏନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଲାନାହିଁ ଏଯାବତ ? ଯେଉଁମାନେ ଦାୟିତ୍ବରେ ଥିଲେ ସେମାନଙ୍କ ଅବହେଳା ଉପରେ କାହିଁକି କାର୍ଯାନୁଷ୍ଠାନ ହେଲା ନାହିଁ । ତଳଠୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ପ୍ରତ୍ୟେକ ଅଧିକାରୀ କେଉଁଠି ନା କେଉଁଠି ଯିଏ ସହରର ସୁରକ୍ଷା ପାଇଁ ଦାୟୀ ବା ସବୁ କିଛି ନିଷ୍ପତ୍ତି ନେଲା ଭଳି କ୍ଷମତା ଥିବା ଅଧିକାରୀ ଜାଣିଶୁଣି ଚୁପ୍ ରହିଗଲେ କେମିତି ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର