ETV Bharat / state

ମହଙ୍ଗା ପଡ଼ିଲା ସାପ ସହ ଖେଳ : ଦୁଇ ଜଣଙ୍କୁ କାମୁଡ଼ିଲା ବିଷଧର - ଖୋର୍ଦ୍ଧା ଖବର

ସାପ ସହ ଖେଳ ପଡ଼ିଲା ମହଙ୍ଗା । ଜାଲରୁ ବାହାର କରି ସାପକୁ କରିଥିଲେ ମୁକ୍ତି । ହେଲେ ସାପ ମାରିଲା ଚୋଟ। ଅଧିକ ପଢ଼ନ୍ତୁ

Two hospitalized after snake bite
ସାପ କାମୁଡ଼ିବାରୁ ଦୁଇ ହସ୍ପିଟାଲ୍‌ରେ ଭର୍ତ୍ତି
author img

By

Published : Dec 19, 2022, 5:45 PM IST

Updated : Dec 19, 2022, 7:52 PM IST

ସାପ କାମୁଡ଼ିବାରୁ ଦୁଇ ହସ୍ପିଟାଲ୍‌ରେ ଭର୍ତ୍ତି

ଖୋର୍ଦ୍ଧା : ବିଷଧର ସାପ ସହ ଖେଳିବା ପାଲଟିଲା କାଳ । ଖୋର୍ଦ୍ଧା ଜିଲା କୁହୁଡି ଫାଣ୍ଡି ଅନ୍ତର୍ଗତ ହାଟବରଡି ଗ୍ରାମରେ ଏଭଳି ଅଘଟଣ ଘଟିଛି । ଏହି ଗ୍ରାମରେ ଏକ ବିଷଧର ସାପ କାମୁଡ଼ାରେ ଦୁଇଜଣ ଯୁବକ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ହେଲେ ଉଭୟଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ହାଟବରଡି ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଲାଗିଥିବା ଜାଲରେ ଗତକାଲି (ରବିବାର) ଏକ ବିଷଧର ନାଗ ସାପ ଝୁଲିଥିଲା। ଏ ଖବରପାଇ ସେହି ଗ୍ରାମର ଭୋବନା ବିଶ୍ୱାଳ ନିଶାଶକ୍ତ ଅବସ୍ଥାରେ ସାପଟିକୁ ଉଦ୍ଧାର କରିଥିଲେ ଜାଲ ଭିତରୁ । ଏହାପରେ ସାପ ସହ ଖେଳିଥିଲେ ଭୋବନା । ସାପ ସହ ଭୋବନା ଖେଳୁଥିବା ସମୟରେ ସାପଟି ତାଙ୍କୁ ଚୋଟ ମାରିଥିଲା ।

ଏଥିରେ ଭୋବନା ଗୁରୁତର ହେବାସହ ଅଚେତ ହୋଇ ପଡ଼ିଯାଇଥିଲେ । ଏହାଦେଖି ସମ୍ପର୍କୀୟମାନେ ତୁରନ୍ତ ଭୋବନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାସହ ବିଷଧର ସାପଟିକୁ ଏକ ପ୍ଲାଷ୍ଟିକ ଡବାରେ ରଖିଥିଲେ ପରିବାର ଲୋକେ।

ଆଜି ସକାଳୁ ଭୋବନାଙ୍କ ଘରକୁ ଉକ୍ତ ଗ୍ରାମରେ ଭଡାରେ ରହୁଥିବା ରଣପୁର ଅଞ୍ଚଳର ଅଶୋକ ସ୍ୱାଇଁ ଯାଇଥିଲେ । ସେଠାରେ ଡବା ଭିତରେ ସାପକୁ ଦେଖିଥିଲେ । ଏହାପରେ ଅଶୋକ ସାପକୁ ଡ଼ବାରୁ ବାହାର କରି କ୍ଷୀର ପିଆଉଥିଲେ । ତେବେ ସାପକୁ ଅଶୋକ କ୍ଷୀର ଦେବା ସମୟରେ ସାପଟି ଅଶୋକଙ୍କ ବାମ ହାତ ପାପୁଲିର ଉପରି ଭାଗକୁ କାମୁଡି ଦେଇଥିଲା।

ଏଥିରେ ଅଶୋକ ଗୁରୁତର ଭାବେ ଆହତ ହୋଇ ଅଚେତ ହୋଇଯାଇଥିଲେ । ଏନେଇ ତାଙ୍କୁ ସଙ୍ଗେସଙ୍ଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ହେଲେ ସେଠାରେ ଅଶୋକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ସେପଟେ ସାପ କାମୁଡ଼ାରେ ପୂର୍ବରୁ ଆହତ ହୋଇଥିବା ଭୋବନାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ବିଷଧର ସାପ ସହ ଖେଳି ତା ଠାରୁ ଚୋଟ ଖାଇ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ଏବେ ଉକ୍ତଗ୍ରାମରେ ଚର୍ଚ୍ଚା ଜୋର ଧରିଛି ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଅକ୍ଷୟ ରାଉତରାୟ କହିଛନ୍ତି ''ଗତକାଲି(ରବିବାର) ହାଟବରଡି ଗାଁର ଜଣଙ୍କ ଘରର ବାଡ଼ିରେ ଟଙ୍ଗା ଯାଇଥିବା ଜାଲରେ ବିଷାକ୍ତ ସାପ ଲାଗିଥିଲା । ସାପଟି ଜାଲରେ ଫସିଥିବା ଜାଣି ତାକୁ ଉଦ୍ଧାର କରିବାକୁ ଭୋବନା ବିଶ୍ବାଳ ନାମକ ଜଣେ ଯୁବକ ଯାଇଥିଲେ । ସେଠାରେ ପହଞ୍ଚି ଭୋବନା ସାପକୁ ଅତି ସତର୍କତା ସହ ଜାଲ ଭିତରୁ ଉଦ୍ଧାର କରିଥିଲେ । ଏହାପରେ ଭୋବନା ସାପସହ ଖେଳିଥିଲେ । ତେବେ ସାପ ସହ ଭୋବନା ଖେଳୁଥିବା ବେଳେ ତାଙ୍କ ହାତକୁ ସାପଟି ଚୋଟ ମାରିଥିଲା । ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ବାସିନ୍ଦା ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଆଜି(ସୋମବାର) ସକାଳୁ ସେହି ଗାଁର ଅଶୋକ ସ୍ୱାଇଁ ନାମକ ବାସିନ୍ଦା ଭୋବନାଙ୍କ ଘରକୁ ଯାଇ ଡବାରେ ସାପ ଥିବା ଦେଖିଥିଲେ । ସାପରେ ପିମ୍ପୁଡ଼ି ଲାଗିଥିବା ଦେଖି ଯୁବକ ଜଣକ ଡବା ଭିତରୁ ସାପକୁ କାଢ଼ି ଦେଇଥିଲେ । ଏହାସହ ସାପଟି କାଲିଠୁ ଖାଇନି ବୋଲି ଭାବି ତାକୁ କ୍ଷୀର ପିଆଉଥିଲେ । ହେଲେ ସାପକୁ କ୍ଷୀର ଦେଉଥିବା ସମୟରେ ସାପଟି ସମ୍ପୃକ୍ତ ଯୁବକଙ୍କୁ ଚୋଟ ମାରିଥିଲା । ଏହାପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରର ଏମ୍‌ସ ହସ୍ପିଟାଲକୁ ପଠାଯାଇଛି।''

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Dec 19, 2022, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.