ETV Bharat / state

ପୁଣି ଅଶାନ୍ତ ବିଜେବି କ୍ୟାମ୍ପସ, ତ୍ରିରଙ୍ଗାର ଅପମାନକୁ ନେଇ କାନ୍ଦିଲେ ଛାତ୍ର - ବିଜେପି କଲେଜ ପରିସର ଅଶାନ୍ତ

ତ୍ରିରଙ୍ଗା ଶୋଭାଯାତ୍ରାର ବିରୋଧକୁ ନେଇ ସ୍ବାଧୀନତା ଦିବସରେ ଅଶାନ୍ତ ହେଲା ବିଜେବି କଲେଜ କ୍ୟାମ୍ପସ । ତ୍ରିରଙ୍ଗାର ଅପମାନକୁ ନେଇ କୋହ ଫଟାଇ କାନ୍ଦିଲେ ଛାତ୍ର । ଅଧିକ ପଢନ୍ତୁ

BJB College campus
BJB College campus
author img

By

Published : Aug 15, 2023, 8:17 PM IST

Updated : Aug 15, 2023, 8:28 PM IST

ପୁଣି ଅଶାନ୍ତ ବିଜେବି କ୍ୟାମ୍ପସ, ତ୍ରିରଙ୍ଗାର ଅପମାନକୁ ନେଇ କାନ୍ଦିଲେ ଛାତ୍ର

ଭୁବନେଶ୍ବର: ତ୍ରିରଙ୍ଗାର ଶୋଭାଯାତ୍ରାର ବିରୋଧକୁ ନେଇ ସ୍ବାଧୀନତା ଦିବସରେ ଅଶାନ୍ତ ହେଲା ବିଜେବି କଲେଜ ପରିସର । ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ ହେବା ସହ ଧାରଣାରେ ବସିଲେ ଗୋଟିଏ ଗୋଷ୍ଠୀ । ତ୍ରିରଙ୍ଗାର ଅପମାନକୁ ନେଇ କ୍ରୋଧିତ ହେଲେ କୋହ ସମ୍ଭଳିନପାରି କାନ୍ଦିପକିଲେ ଧାରଣାରତ ଛାତ୍ର । ଧାରଣା ଦେବା ସହ ଗେଟ ଖୋଲିବା ପାଇଁ ଦାବି କରି ନାରାବାଜି କରୁଥିବା ଦେଖିବାକୁ ମିଳିଛି ।

ଘଟଣାଟି ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି । ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ରହିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ମୁତୟନ ରହିଛି ।

ଏହା ବି ପଢନ୍ତୁ-Students Group Clash: ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଧାରଣାରେ ଏବିଭିପି ସମର୍ଥକ ଛାତ୍ର ବସିଥିବା ବେଳେ ଗେଟ୍‌ ଭିତରେ ରହିଥିଲେ ଵିସିଜେଡିର ଛାତ୍ର । ଏ ନେଇ ବିସିଜେଡି ଛାତ୍ର କହିଛନ୍ତି, "ଆମେ ବି ଭିତରେ ରହିଯାଇଛୁ ଗେଟ ପଡିଯିବା ଯୋଗୁଁ । ଆମେ ନୁହେଁ କଲେଜ କର୍ତ୍ତୃପକ୍ଷ ଏ ତାଲା ପକାଇଛନ୍ତି । ୭ଟାରୁ ୯ଟା ଭିତରେ କଲେଜରେ ପତାକା ଉତ୍ତୋଳନ କରିବା କଥା । ହେଲେ ଏବିଭିପିର କିଛି ପିଲା ବା ଅଣଛାତ୍ରମାନେ ସମୟ ସୀମା ପରେ ଅସିଥିବାରୁ ପ୍ରିନ୍ସିପାଲଙ୍କ ତତ୍ତ୍ବାବଧାନରେ ସୁରକ୍ଷା ଦୃଷ୍ଟିରୁ ଗେଟ ପକାଇ ଦେଇଥିଲେ । କାରଣ ଏମାନେ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପତାକା ସହ ବାଡି ଓ କିଛି ମାରଣାସ୍ତ୍ର ନେଇ ଆସିଥିଲେ । ଗଣ୍ଡଗୋଳର ଆଶଙ୍କାକୁ ନେଇ ଏଭଳି ହୋଇଥିବା ବେଳେ ସେମାନଙ୍କର ଆଚରଣ ପାଇଁ କଲେଜର ଶୈଖିକ ବାତାବରଣ ନଷ୍ଟ ହେଉଛି।"

ସେପଟେ ଗେଟ ସମ୍ମୁଖରେ ଗାଡି ରଖି ଜାଣି ଜାଣି ଛାତ୍ର ବିଜେଡି ସମର୍ଥିତ ଛାତ୍ର ଆମକୁ ସ୍ବାଧୀନତା ଦିବସରେ ଶୋଭାଯାତ୍ରା କରିବାକୁ ଦେବେନି ବୋଲି କହି ଗେଟ ତାଲା ପକାଇଦେଇ କର୍ତ୍ତୃପକ୍ଷ ପକାଇଛନ୍ତି ବୋଲି ମିଛ କହୁଥିବା ଅଭଯୋଗ କରିଛନ୍ତି ଏବିଭିପି ସମଥିର୍ଥ ଛାତ୍ର କହିଛନ୍ତି । ସାରା ଭାରତରେ ଆଜି ଦିନରେ ତ୍ରିରଙ୍ଗା ଶୋଭାଯାତ୍ରା ହେଉଥିବା ବେଳେ ଆମେ କଲେଜ ଛାତ୍ର ଭାବେ ଶୋଭାଯାତ୍ରା ପାଇଁ ଆସୁଥିବା ବେଳେ ଆମକୁ ବାରଣ କରାଯାଇଥିଲା । ଜଣେ ଛାତ୍ର ତ୍ରିରଙ୍ଗାର ପତାକାକୁ ତଳେ ପକାଇବା ଛିଡ଼ାଇ ଅପମାନିତ କରିଥିବା ଅଭିଯୋଗ ଆଣିଛି ଏବିଭିପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 15, 2023, 8:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.