ETV Bharat / state

ଚିଲିକାରେ ମାତିଛନ୍ତି ପକ୍ଷୀ ଶିକାରୀ: 3 ମୃତ ପକ୍ଷୀ ଜବତ, ଦୁଇ ଶିକାରୀ ଗିରଫ

ଚିଲିକା ଉପକୂଳ ହାଟବରଡି ନିକଟସ୍ଥ ଛକଡିପୁର ରେଳବାଇ ଗେଟ ନିକଟରୁ ୩ଟି ଲାର୍ଜ ହୁଇଷ୍ଟିଲିଂ ଡକ୍ ମୃତ ବିଦେଶୀ ପକ୍ଷୀ ଜବତ । ଅଧିକ ପଢନ୍ତୁ

author img

By

Published : Mar 21, 2023, 12:46 PM IST

bird hunter arrested
bird hunter arrested
bird hunter arrested

ଖୋର୍ଦ୍ଧା: ଚିଲିଲକାରେ ଚାଲିଛି ବିଦେଶୀ ପକ୍ଷୀ ଶିକାର । ଚିଲିକା ଉପକୂଳ ହାଟବରଡି ନିକଟସ୍ଥ ଛକଡିପୁର ରେଳବାଇ ଗେଟ ନିକଟରୁ ୩ଟି ଲାର୍ଜ ହୁଇଷ୍ଟିଲିଂ ଡକ୍ ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି । ବନ୍ୟପ୍ରାଣୀ ବିଭାଗ ୨ ଜଣ ଶିକାରୀଙ୍କୁ ଗିରଫ କରିବା ସହ ଘଟଣା ସ୍ଥଳରୁ ଗୋଟିଏ ଗ୍ଲାମର ବାଇକ ଜବତ କରିଥିବା ଜଣାପଡିଛି । ତେବେ ଏହି ଶିକାରୀ ଦ୍ବୟ ହେଲେ ହାଟବରଡି ଗ୍ରାମର ସୁବାସ ଚନ୍ଦ୍ର ବେହେରା ଓ ଅନ୍ୟଜଣକ ହେଲେ ଝାଡଖଣ୍ଡର ଜୟକୃଷ୍ଣ ସିଂ ।

ସେହିପରି ଦୁଇ ଅଭିଯୁକ୍ତଙ୍କଠାରୁ 2ଟି ମୋବାଇଲ ଓ ଜରିବ୍ୟାଗ ଜବତ କରିଛି ବିଭାଗ । ବନ୍ୟପ୍ରାଣୀ ବିଭାଗର ୨୪ ଘଣ୍ଟା ପଇଁତରା ସତ୍ତ୍ଵେ ଚିଲିକାରେ ଚାଲିଛି ଅବାଧ ପକ୍ଷୀ ଶିକାର । ଶିକାରୀମାନେ ଦିନକୁ ଦିନ ନୂତନ ଜ୍ଞାନ କୌଶଳ ଆପଣାଇ କରୁଛନ୍ତି ପକ୍ଷୀ ଶିକାର । ଗିରଫ ଶିକାରୀ ବାଇକ ସାହାଯ୍ୟରେ ପକ୍ଷୀଙ୍କୁ ବାହାରକୁ ଚାଲାଣ କରିବାରେ ଓସ୍ତାଦ ଥିବା ଜଣାପଡୁଛି । ଏହି ୨ ଜଣ ପକ୍ଷୀ ଶିକାରୀ ମୃତ ପକ୍ଷୀଙ୍କୁ ବିକ୍ରୟ ପାଇଁ ବାହାରକୁ ନେଉଥିବାର କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ଚୁଡାରାଣୀ ମୁର୍ମୁ ତୁରନ୍ତ ଚଢାଉ କରିବା ପାଇଁ ପାଟ୍ରୋଲିଂ ଦଳକୁ ନିର୍ଦ୍ଦେଶ ଦେଇଥିଲେ ।

ଏନେଇ ନିର୍ଦ୍ଦେଶ ପାଇବା ପରେ ସୋରଣ ବନ୍ୟପ୍ରାଣୀ ବନପାଳ ସବିତା ପ୍ରଧାନ ଘଟଣାସ୍ଥଳ ଛକଡିପୁର ରେଳବାଇ ଗେଟ ନିକଟରେ ଚଢାଉ କରି ଶିକାରୀ ଦ୍ବୟଙ୍କୁ କାବୁ କରି ନେଇଥିଲେ । ଉଭୟଙ୍କୁ ମେଡିକାଲ ଟେଷ୍ଟ କରାଯାଇ କୋର୍ଟଚାଲାଣ କରାଯାଇଥିବା ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ଜଣାପଡିଛି । ଶୀତ କମିଯାଇଥିବାରୁ ଘର ବାହୁଡା ହେଉଛନ୍ତି ବିଦେଶୀ ପକ୍ଷୀ ଆଉ ଏହି ସମୟରେ ଅବାଧ ପକ୍ଷୀ ଶିକାର ବନ୍ୟପ୍ରାଣୀ ବିଭଗର ନିଦ ହଜାଇ ଦେଇଛି ।

ପ୍ରକାଶ ଥାଉକି, କିଛି ମାସ ପୂର୍ବେ ଜଣେ ନାବାଳକ ଛାତ୍ର ପକ୍ଷୀ ଶିକାର ଅଭିଯୋଗରେ ଗିରଫ ହୋଇଥିଲେ । ଶିକାର କରି ଘରକୁ ଫେରୁଥିବା ବେଳେ ଏହି ନାବାଳକ ଶିକାରୀ ଜଣଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଥିଲା । ତେବେ ତା ପରେ ଗିରଫ ନାବାଳକ ଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ବୋଲି ଜଣା ପଡିଥିଲା । ନାବାଳକ ଛାତ୍ର ଜଣକ ପକ୍ଷୀ ଶିକାର କରି ବିକ୍ରି କରିବାକୁ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ବନ୍ୟ ପ୍ରାଣୀ କର୍ମଚାରୀମାନେ ବାଣପୁର ଥାନା ବଉଳା ବନ୍ଧ ଗ୍ରାମ ନିକଟରୁ ତାଙ୍କୁ ଗିରଫ କରିଥିଲେ । ଏଥିସହ ତାଙ୍କ ନିକଟରୁ ୩ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.