ETV Bharat / state

ମାଟ୍ରିକ ସମେଟିଭ ପରୀକ୍ଷା: ଖୋର୍ଦ୍ଧା ଜିଲ୍ଲାରେ ୧୨ଟି ନୋଡାଲ ସେଣ୍ଟର - ମାଟ୍ରିକ ପରୀକ୍ଷାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଚଳିତ ମାସ ୨୯ ତାରିଖରୁ ରାଜ୍ୟର ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ ପରୀକ୍ଷା । ପରୀକ୍ଷା ନେଇ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାରେ ମୋଟ ୧୨ଟି ନୋଡାଲ ସେଣ୍ଟର(Nodal Center) । ଅଧିକ ପଢନ୍ତୁ

ମାଟ୍ରିକ ସମେଟିଭ ପରୀକ୍ଷା: ଖୋର୍ଦ୍ଧା ଜିଲ୍ଲାରେ ୧୨ଟି ନୋଡାଲ ସେଣ୍ଟର

author img

By

Published : Apr 26, 2022, 6:15 PM IST

ଖୋର୍ଦ୍ଧା: ମାଟ୍ରିକ ସମେଟିଭ ଆସେସମେଣ୍ଟ ପରୀକ୍ଷା(Matric Summative assessment Examination) ଖୋର୍ଦ୍ଧା ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ । ଚଳିତ ମାସ ୨୯ ତାରିଖରୁ ରାଜ୍ୟର ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ ପରୀକ୍ଷା । ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ।

ମାଟ୍ରିକ ସମେଟିଭ ପରୀକ୍ଷା: ଖୋର୍ଦ୍ଧା ଜିଲ୍ଲାରେ ୧୨ଟି ନୋଡାଲ ସେଣ୍ଟର

ସେହିପରି ଚଳିତ ବର୍ଷ ୧୩୬ଟି ପରୀକ୍ଷା କେନ୍ଦ୍ରରେ ୨୭ ହଜାର ୫୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ ମୋଟ ୧୨ଟି ନୋଡାଲ ସେଣ୍ଟର କରାଯାଇଛି । କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ତିନୋଟି ସ୍କ୍ୱାର୍ଡ ଗଠନ କରାଯାଇଛି ।

ସେହିଭଳି ପ୍ରତି ବ୍ଲକ ଶିକ୍ଷା ଅଧିକାରୀ, BDO ଓ ତହସିଲଦାରଙ୍କୁ ମଧ୍ୟ ପରିଚାଳନା ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଶିକ୍ଷା ଅଧିକାରୀ । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପୋଲିସ ମୁତୟନ ରହିବେ ବୋଲି କହିଛନ୍ତି ଜିଲା ଶିକ୍ଷା ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.