ETV Bharat / state

Hockey World Cup Trophy Tour: ହକି ବିଶ୍ୱକପ ଟ୍ରଫି ପରିକ୍ରମା ଅଭିଯାନ, ବୁଲିବ 13 ରାଜ୍ୟ

author img

By

Published : Dec 5, 2022, 4:38 PM IST

ଆଜିଠାରୁ ହକି ବିଶ୍ବକପ ଟ୍ରଫି ପରିକ୍ରମା ଅଭିଯାନ ଆରମ୍ଭ ହୋଇଛି । 13 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବୁଲିବ ଟ୍ରଫି । ଆସନ୍ତା 25 ତାରିଖରେ ଟ୍ରଫି ଫେରିବ ଓଡିଶା । 2023 ଜାନୁଆରୀ ୧୩ ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବ । ଅଧିକ ପଢନ୍ତୁ

ଆଜିଠାରୁ ହକି ବିଶ୍ବକପ ଟ୍ରଫି ପରିକ୍ରମା ଅଭିଯାନ ଆରମ୍ଭ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ ପାଇଁ ପାଖଉଛି ଦିନ । ଦିନ ଯେତିକି ପାଖଉଛି ସମସ୍ତ ପ୍ରସ୍ତୁତି ସେତିକି ଆଗଉଛି । 2023 ଜାନୁଆରୀ 13 ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବ । ଏନେଇ ଆଜିଠାରୁ ହକି ବିଶ୍ବକପ ଟ୍ରଫି ପରିକ୍ରମା ଅଭିଯାନ ଆରମ୍ଭ ହୋଇଛି । 29 ଜାନୁଆରୀରେ କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ ଫାଇନାଲ ମ୍ୟାଚ । ଏନେଇ ଆଜିଠାରୁ ଆରମ୍ଭ ହକି ବିଶ୍ବକପ୍ ଟ୍ରଫି ପରିକ୍ରମା ଅଭିଯାନ ହୋଇଛି ।

ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ବ କପ୍ ପାଇଁ ଟ୍ରଫି ଟୁରର ଶୁଭାରମ୍ଭ କରିଛନ୍ତି । ଏହାସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅଭିଯାନ 21 ଦିନ ଧରି ଚାଲିବ । ହକି ବିଶ୍ବକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା ଫେରିବ । ପରେ ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟ ବୁଲିବ ଟ୍ରଫି ।

ଆଜିଠାରୁ ହକି ବିଶ୍ବକପ ଟ୍ରଫି ପରିକ୍ରମା ଅଭିଯାନ

ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିବ ଟ୍ରଫି । ଏହାପରେ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଏହି ଟ୍ରଫି । ଏହି ଟ୍ରଫି ପରିକ୍ରମା ଶୁଭାରମ୍ଭରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନଲ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ରଣଜୀ ଟ୍ରଫିରେ ମୁମ୍ବାଇ ତରଫରୁ ନେତୃତ୍ବ ନେବେ ରାହାଣେ

ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ବୁଲିବ ଟ୍ରଫି । ଏହି ଟ୍ରଫି ଟୁର୍‌ ଦେଶରେ ହକି ବିଶ୍ବକପ୍ ନେଇ ଉତ୍ସାହ ଭରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.