ETV Bharat / state

ଲୋୟର ପିଏମଜିରେ ଗର୍ଜିଲେ ଆଦିବାସୀ, ‘ନୋ ପେସା ନୋ ଭୋଟ’ ଚେତାବନୀ - ନୋ ପେସା ନୋ ଭୋଟ

ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ କରିବା ଦାବିରେ ଅନ୍ଦୋଳନକୁ ଓହ୍ଲାଇଲେ 13ଟି ଜିଲ୍ଲାର ଆଦିବାସୀ । ପେସା ଆଇନ କାର୍ଯ୍ୟକରୀ ନକଲେ ଭୋର୍ଟ ବର୍ଜନ ଚେତାବନୀ । ଅଧିକ ପଢନ୍ତୁ

ପେସା ଆଇନ ଦାବିରେ ଅନ୍ଦୋଳନକୁ ଓହ୍ଲାଇଲେ 13ଟି ଜିଲ୍ଲାର ଆଦିବାସୀ

author img

By ETV Bharat Odisha Team

Published : Sep 26, 2023, 4:51 PM IST

ପେସା ଆଇନ ଦାବିରେ ଅନ୍ଦୋଳନକୁ ଓହ୍ଲାଇଲେ 13ଟି ଜିଲ୍ଲାର ଆଦିବାସୀ

ଭୁବନେଶ୍ବର: ପେସା ଆଇନ କାର୍ଯ୍ୟକାରୀ କରିବା ଦାବିରେ ଲୋୟର ପିଏମଜିରେ ଗର୍ଜିଲେ ଆଦିବାସୀ । ‘ନୋ ପେସା ନୋ ଭୋଟ’ ନାରା ଦେଇ ବିଶାଳ ଆଦିବାସୀ ସମାବେଶରେ ୧୩ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ପଞ୍ଚାୟତ ସମ୍ପ୍ରସାରଣ ଆଇନ(ପେସା) ୧୯୯୬ ଅନୁଯାୟୀ କାର୍ଯ୍ୟକ୍ଷମ କରିବା ଦାବିରେ ଏମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେଣୁ ଆଜି ହଜ଼ାର ହଜ଼ାର ସଂଖ୍ୟରେ ଆଦିବାସୀ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ, ଆଦିବାସୀ ଅଧିକାର ସମ୍ପର୍କରେ ସ୍ଲୋଗାନ ଦେଇ ଭୁବନେଶ୍ୱରସ୍ଥ ବିଧାନସଭା ସାମନା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ଯଦି ସରକାର ଏନେଇ ଅଧିନିୟମ ନ ଆଣନ୍ତି ତେବେ ସବୁ ଭୋଟ ବର୍ଜନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ଆଦିବାସୀ ଦଳ ।

ତେବେ ଓଡିଶା ରାଜ୍ୟ ପେସା ଓ ଗ୍ରାମସଭା ସମନ୍ୱୟ କମିଟି ରା ସଂଯୋଜନା ରେ ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରା ରେ ସୁନ୍ଦରଗଡ, ମୟୁରଭଞ୍ଜ , କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡା, ଅବିଭକ୍ତ କୋରାପୁଟ, କନ୍ଧମାଳ ସନେଟ ବିଭିନ୍ନ ଆଦିବାସୀ ଅଧୁଷିତ ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇଥିଲେ । ପେସା ଆଇନ ଆସିବାର 27ବର୍ଷ ଓ 73ତମ ସମ୍ବିଧାନ ସଂଶୋଧନର ପ୍ରଣୟନ ହେବାର 30 ବର୍ଷ ହୋଇଗଲା ପରେ ମଧ୍ୟ ରାଜ୍ୟରେ ପେସା ନିୟମ ଜାରି ହୋଇନଥିବା ନେଇ ଉଦବେଗ ପ୍ରକାଶ କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ..ଆଦିବାସୀ ମାନ୍ୟତା ଦାବିରେ ହରତାଳ, ଅଁଳାଯୋଡି ଷ୍ଟେସନରେ କୁଡୁମୀ ସମାଜର ରେଳରୋକ

ରାଜ୍ୟ ପେସା କମିଟି ଉପଦେଷ୍ଟା ସୁଦର୍ଶନ ଛୋଟ ରାୟ କହିଛନ୍ତି, ‘‘ଆଦିବାସୀ ସ୍ୱୟତ୍ତ ଶାସନ ପ୍ରତିଷ୍ଠା ଓ ଗ୍ରାମସଭାର ପ୍ରଭୃତ୍ୱ ଜାହିର ପାଇଁ 1996 ମସିହାରୁ ଦେଶରେ ଲାଗୁ ହୋଇଥିବା ପେସା ଆଇନ । କିନ୍ତୁ ରାଜ୍ୟରେ ଲାଗୁ କରିବା ପାଇଁ ଦୀର୍ଘ ଦିନ ହେଲା ଦାବି କରାଯାଉ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହାସହ, ଆଦିବାସୀ ଅଞ୍ଚଳରେ ଅଣ ଆଦିବାସୀଙ୍କ ପାଇଁ ଜମି ହସ୍ତାନ୍ତର ବେଆଇନ କରାଯାଇଥିଲା । 1956 ରେଗୁଲେସନ-2 କୁ ରାଜ୍ୟସରକାର ସଂଶୋଧନ ଉଦ୍ୟମ କରୁଥିବାରୁ ନିବୃତ୍ତ ରହୁ ସରକାର । ସମୁଦାୟ 30 ଜ଼ିଲ୍ଲାରୁ ସାତ ଜ଼ିଲ୍ଲା ସମ୍ପୂର୍ଣ୍ଣ ଓ ଛଅଟି ଜ଼ିଲ୍ଲା ଆଂଶିକ ଭାବେ ଅଧିବାସୀ ଅଧ୍ୟୁଷିତ ଅର୍ଥାତ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଲାଗୁ ହୋଇଛି । ଯେଉଁଟି ସ୍ଥାନୀୟ ପ୍ରାକୃତିକ ସମ୍ବଳ, ଜମି, ଜଙ୍ଗଲ ଓ ସଂସ୍କୃତିକ ବୈଭବ ଉପରେ ଉଭୟ ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମସଭାର ସମ୍ପୂର୍ଣ୍ଣ କ୍ଷମତା ରହୁଛି । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.