ETV Bharat / state

ଲୋୟର ପିଏମଜିରେ ରଣହୁଙ୍କାର, ବିଭିନ୍ନ ଦାବି ନେଇ ଗର୍ଜିଲେ ଆଦିବାସୀ ମହାସଂଘ

author img

By ETV Bharat Odisha Team

Published : Jan 8, 2024, 7:10 PM IST

Tribal People Stage Protest In Lower PMG: ଗାନ୍ଧୀମାର୍ଗରେ ଗର୍ଜିଲେ ଆଦିବାସୀ ମହାସଂଘ । ପାମ୍ପରିକ ଅସ୍ତ୍ରଶସ୍ତ୍ର ସହ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ଗର୍ଜିଲେ ଆଦିବାସୀ ମହାସଂଘ
ବିଭିନ୍ନ ଦାବି ନେଇ ଗର୍ଜିଲେ ଆଦିବାସୀ ମହାସଂଘ
ବିଭିନ୍ନ ଦାବି ନେଇ ଗର୍ଜିଲେ ଆଦିବାସୀ ମହାସଂଘ

ଭୁବନେଶ୍ବର: ଗାନ୍ଧୀମାର୍ଗରେ ଗର୍ଜିଲେ ଓଡିଶା ଆଦିବାସୀ ମହାସଂଘ । ପାମ୍ପରିକ ଅସ୍ତ୍ରଶସ୍ତ୍ର ସହ ଲୋୟର ପିଏମଜିରେ ବିଶାଳ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପଦର୍ଶନ କରିଛନ୍ତି । ଆଦିବାସୀ ଜମି ହସ୍ତାନ୍ତର ବା ଜଙ୍ଗଲ ଜମିକୁ ତାଙ୍କ ଠାରୁ ନଛଡ଼ାଇବା ସହ ୧୦ ଦଫା ଦାବି ନେଇ ନିଜ ଅଧିକାର ଲଢେଇ ପାଇଁ ଆସିଥିବା ବେଳେ ଆଦିବାସୀଙ୍କ ରଣହୁଙ୍କାରରେ କମ୍ପିଥିଲା ଲୋୟର ପିଏମଜି । ଆଦିବାସୀ ମାରଣା ନୀତି ବିରୋଧରେ ସରକାର ବିରୋଧୀ ନାରାବାଜି ସହ ହାତରେ ପ୍ଲାକାର୍ଡ଼ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଆଦିବାସୀ ଆସି ବିକ୍ଷୋଭ ପଦର୍ଶନ କରିଥିଲେ ।

ତେବେ ଆଦିବାସୀମାନେ ସେମାନଙ୍କ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଆଦିବାସୀ ଏହି ବିକ୍ଷୋଭରେ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ତେବେ ସେମାନଙ୍କ ଦାବିଗୁଡ଼ିକ ହେଉଛି ଆଦିବାସୀ ଜମିକୁ ଅଣ ଆଦିବାସୀମାନଙ୍କୁ ବିକ୍ରୟ କରିବା ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ଉଚ୍ଚ ଶିକ୍ଷା ପ୍ରଦାନ କରିବା ଦିଗରେ ଭିର୍ତ୍ତିଭୂମି ଓ ଶିକ୍ଷାଭତ୍ତା ଲାଗୁ କରିବା, ଜୀବନଜୀବିକା ପାଇଁ କ୍ଷୁଦ୍ର ଓ କୁଟୀର ଶିଳ୍ପ ପ୍ରତିଷ୍ଠା କରିବା, ସର୍ବସାଧାରଣ ଉଦ୍ଦେଶ୍ୟରେ ଜମି ଉପହାର ଓ ପେସା ଆଇନ ଲାଗୁ କରିବା ଉଲ୍ଲେଖ ରହିଛି ।

ବିକ୍ଷୋଭ କରିବା ସହ ଆଦିବାସୀ ସଂଘ କହିଛନ୍ତି ଯେ, ଆଦିବାସୀ ହେଲେ ବି ଆମେ ନାଗରିକ, ସମାନ ଅଧିକାର ସହ ମୌଳିକ ଆବଶ୍ୟକତା ମଧ୍ୟ ଆମର ଦରକାର । କିନ୍ତୁ ରାଜ୍ୟ ସରକାର ମୌଳିକ ଆବଶ୍ୟକତାକୁ ପୁରଣ ନକରି କେବଳ ବିସ୍ଥାପିତ କରି ଦେଇ ବିଭିନ୍ନ ଯୋଜନା ନାଁରେ ବିକାଶ ହେଉଥିବା କହି ମିଛ ଡିଣ୍ଡିମ ପିଟୁଛନ୍ତି । ଯାହାଦ୍ୱାରା ଆଦିବାସୀମାନେ ବିକାଶର ଆଢୁଆଳରେ ରହିଯାଉଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆମକୁ ଆମ ଅଧିକାର ଦରକାର । ସେ ହୀରାକୁଦ ହେଉ ଅବା ଇନ୍ଦ୍ରାବତୀ ପ୍ରକଳ୍ପ । ଏହି ପ୍ରକଳ୍ପର କାର୍ଯ୍ୟକାରୀ ସମୟରେ ଆଦିବାସୀଙ୍କୁ ବିସ୍ଥାପିତ କରି ଦେଉଛନ୍ତି । ସ୍ବଳ୍ପ ସମୟ ପାଇଁ ଥଇଥାନ କରିଦେଉଛନ୍ତି ଓ ପରେ ସରକାର ସେମାନଙ୍କୁ ଭୁଲିଯାଉଛନ୍ତି । ରାଜ୍ୟ ସାରା ବିକାଶ କରୁଥିବା ସରକାରଙ୍କର ଆଦିବାସୀଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛି ସଂଘ ।

ଏହା ମଧ୍ୟ ପଢ଼ନ୍ତୁ.....ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ମହାସଂଘ

ଏହାସହ ବିକାଶର ପ୍ରଚାର କରୁଥୁବା ୫ଟି ଅଧ୍ୟକ୍ଷଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ ଆଦିବାସୀ ମହାସଂଘ । ସଂଘ କହିଛି ଯେ, ଅଧ୍ୟକ୍ଷ ଆଦିବାସୀ ଆଧ୍ୟୁଷିତ ଅଞ୍ଚଳକୁ ବୁଲିବାକୁ ଯାଉଥିଲେ ମଧ୍ୟ ତୃଣମୂଳ ସ୍ତରରେ ଆଦିବାସୀଙ୍କ ସମସ୍ୟା ନବୁଝି ଗାଡ଼ିରେ ବସି ବୁଲିକି ପଳାଇ ଆସୁଛନ୍ତି । ସରକାରଙ୍କୁ ୨୦୨୪ ନିର୍ବାଚନରେ ଏହାର ଜବାବ ପ୍ରତିଟି ଆଦିବାସୀ ଦେବେ ଆଉ ସରକାରଙ୍କୁ ଆବଶ୍ୟକ ପଡିଲେ ଗାଦିଚ୍ୟୁତ କରିବେ ବୋଲି କଡା ଚେତାବନୀ ଦେଇଛି ସଂଘ । ଆଜିର ଏହି ବିଶାଳ ସମାବେଶ ଓ ବିକ୍ଷୋଭ ସରକାରଙ୍କୁ ଚେତେଇବା ପାଇଁ ଥିବା ବେଳେ ଯଦି ସରକାର ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଆଗକୁ ଆହୁରି ବଡ ଧରଣର ଆନ୍ଦୋଳନ ସହ ଅଖଚଖ ବନ୍ଦ କରିବାକୁ ମହାସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.