ETV Bharat / state

ମାନବବାଦ ସଂଗଠନ ବିରୋଧରେ ଆଦିବାସୀ ମେଳି

ମାନସ ଦାସଙ୍କ ମାନବବାଦ ସଂଗଠନକୁ ଅସିଦ୍ଧ ଘୋଷଣା କରିବାକୁ ଖୋର୍ଦ୍ଧାରେ ଏକ ଆଦିବାସୀ ମେଳି ହୋଇଛି । ଏହାସହ ଭଣ୍ଡ ଗୁରୁଜୀ ମାନସ ଦାସଙ୍କ ପୁଅ ମନୋରଞ୍ଜନ ଦାସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ମେଳି କରାଯାଇଛି । ଅଧିକ ପଢ଼ନ୍ତୁ...

ମାନବବାଦ ସଂଗଠନ ବିରୋଧରେ ଆଦିବାସୀ ମେଳି
ମାନବବାଦ ସଂଗଠନ ବିରୋଧରେ ଆଦିବାସୀ ମେଳି
author img

By

Published : Sep 24, 2021, 6:07 PM IST

ଖୋର୍ଦ୍ଧା: ମାନସ ଦାସଙ୍କ ମାନବବାଦ ସଂଗଠନକୁ ଅସିଦ୍ଧ ଘୋଷଣା କରିବାକୁ ଖୋର୍ଦ୍ଧାରେ ଏକ ଆଦିବାସୀ ମେଳି ହୋଇଛି । ଏହାସହ ଭଣ୍ଡ ଗୁରୁଜୀ ମାନସ ଦାସଙ୍କ ପୁଅ ମନୋରଞ୍ଜନ ଦାସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ମେଳି କରାଯାଇଛି । ତାସହ ଏକ ୧୨ଦଫା ଦାବି ନେଇ ବିଭିନ୍ନ ଆଦିବାସୀ ସଂଗଠନ ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ମାନବବାଦ ସଂଗଠନ ବିରୋଧରେ ଆଦିବାସୀ ମେଳି

ଯେଉଁଭଳି ଭାବରେ ସାମାଜିକ ସୁରକ୍ଷା ମଞ୍ଚ ନାମରେ ଧର୍ମାନ୍ତରୀକରଣ, ହତ୍ୟା, ଆକ୍ରମଣ, ଗ୍ରାମରୁ ବାସନ୍ଦ ଭଳି ଅନେକ ନିର୍ଯାତନା ଦେଇଛି ଏହି ମାନବବଦ ସଂଗଠନ । ନିରୀହ ସରଳ ଆଦିବାସୀମାନଙ୍କ ଉପରେ ବର୍ଷବର୍ଷ ଧରି ଶୋଷଣ ଓ ଜୁଲୁମ୍‌ କରିଆସୁଥିଲା ଏହି ସଂଗଠନ । ବର୍ତ୍ତମାନ ଜେଲ୍‌ରେ ରହି ମଧ୍ୟ ନିଜର କ୍ରାଇମ ସିଣ୍ଡିକେଟ ମାଧ୍ୟମରେ କର୍ମୀମାନକୁ ପଠାଇ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କୁ ମାରିଦେବା ପାଇଁ ମାନସ ଦାସ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଏହାକୁ ବିରୋଧ କରି ଆଜି(ଶୁକ୍ରବାର) ଜିଲ୍ଲାପାଳ ଓ SPଙ୍କୁ ଶହଶହ ସଂଖ୍ୟାରେ ଆଦିବାସୀମାନେ ମେଳି କରବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.