ETV Bharat / state

Hockey World Cup: ଉଦଘାଟନୀ ଉତ୍ସବରେ ଗୀତ ଗାଇବେ ଆଦିବାସୀ ଝିଅ - ନମିତା ମେଲେକା

ହକି ବିଶ୍ବକପର ଉଦଘାଟନୀ ଉତ୍ସବରେ ଗୀତ ଗାଇବେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲେକା । ଅଧିକ ପଢନ୍ତୁ

ଉଦଘାଟନୀ ଉତ୍ସବରେ ଗୀତ ଗାଇବେ ନମିତା ମେଲେକା
ଉଦଘାଟନୀ ଉତ୍ସବରେ ଗୀତ ଗାଇବେ ନମିତା ମେଲେକା
author img

By

Published : Dec 18, 2022, 6:33 PM IST

Hockey World Cup : ଉଦଘାଟନୀ ଉତ୍ସବରେ ଗୀତ ଗାଇବେ ଆଦିବାସୀ ଝିଅ

ଖୋର୍ଦ୍ଧା: ପୁଣି ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲେକା । ହକି ବିଶ୍ବକପର ଉଦଘାଟନୀ ଉତ୍ସବରେ ଗୀତ ଗାଇବେ ନମିତା । କଟକ ବାରବାଟୀ ଷ୍ଟାଡିୟମରେ ଜାନଆରୀ ୧୧ ତାରିଖରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ । ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ କଣ୍ଠଦାନ କରିବେ କୋରାପୁଟ ଜିଲ୍ଲାର ଝିଅ ନମିତା ମେଲେକା ।

କଟକ ବାରବାଟୀ ଷ୍ଟାଡିୟମରେ 2023 ଜାନୁଆରୀ 11ତାରିଖରେ ହକି ବିଶ୍ଵ କପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ହକି ବିଶ୍ଵକପରେ ଇଭେଣ୍ଟେ ମ୍ୟାନେଜର କପିଲ ସାଙ୍ଗଭି ଏଥିଲାଗି ନମିତାଙ୍କୁ ଗୀତ ସୁଟିଂ କରିବା ପାଇଁ ମୁମ୍ବାଇ ଡକାଇଥିଲେ । ପାହାଡିଆ ଇଲାକା ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡ଼ା ଗାଁର ନମିତା ମେଲେକାଙ୍କ ଗୀତ କୋରାନା ମହାମାରୀ ସମୟରେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହୋଇଥିଲା । ଏହା ପରେ ତାଙ୍କୁ ହକି ବିଶ୍ବକପ ପରି ମେଗା ଇଭେଣ୍ଟରେ ଗୀତ ଗାଇବାରେ ସୁଯୋଗ ମିଳିଛି । ଏନେଇ ସେ ବେଶ ଖୁସିଥିବା କହିଛନ୍ତି । ହକି ବିଶ୍ଵ କପ୍ ପାଇଁ ମୁମ୍ବାଇର ଏକ ପ୍ରତିଷ୍ଠିତ ଷ୍ଟୁଡ଼ିଓରେ ଗୀତ ପରିବେଷଣ କରିଛନତି ନମିତା । ଏନେଇ ଗାଆଁଠାରୁ ଆରମ୍ଭ କରି କୋରାପୁଟ ଜିଲ୍ଲା ଓ ସାରା ରାଜ୍ୟରେ ଗର୍ବ ଅନୁଭବ କରୁଛନ୍ତି ।

ସେପଟେ ହକି ବିଶ୍ବକପ ପାଇଁ ଉତ୍ସବ ମୁଖର କଟକ ସହର । ଏହି ମେଗା ଇଭେଣ୍ଟର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯିବ । ଜାନୁଆରୀ 11 ତାରିଖରେ ସିଲଭର ସିଟି କଟକରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ପ୍ରସ୍ତୁତି ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତର ପ୍ରକାଶ ପାଇଛି । ଏନେଇ ରିଙ୍ଗ ରୋଡ଼, ଓଭର ବ୍ରିଜ ସୌନ୍ଦଯ୍ୟକରଣ , ଅଲୋକି କରଣ, ନୂଆ ନୂଆ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରହିଛି । ହାତରେ ଆଉ କମ ସମୟ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର 25 ସୁଦ୍ଧା ସବୁ କାର୍ଯ୍ୟ ସାରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେଣୁ କଟକ ମହାନଗର ନିଗମ ସବୁ ଦିଗରେ କଟକକୁ ନୂଆ ଲୁକ୍ ଦେବା ପାଇଁ ଅଣ୍ଟା ଭିଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.