ETV Bharat / state

ରାଜଧାନୀରେ ବିକେନ୍ଦ୍ରିକୃତ ବର୍ଜ୍ୟ ପରିଚାଳନା ପାଇଁ ତାଲିମ ଆରମ୍ଭ

author img

By

Published : Dec 3, 2020, 3:48 PM IST

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ସହରରେ ବିକେନ୍ଦ୍ରିକୃତ ବୈର୍ଜ୍ୟବସ୍ତୁ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Training begins on decentralized waste management in Bhubaneswar
ରାଜଧାନୀରେ ବିକେନ୍ଦ୍ରିକୃତ ବୈର୍ଜ୍ୟ ପରିଚାଳନା ପାଇଁ ତାଲିମ ଆରମ୍ଭ

ଭୁବନେଶ୍ବର: ସ୍ମାର୍ଟସିଟିରେ ବିକେନ୍ଦ୍ରିକୃତ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ବିଏମସି ପକ୍ଷରୁ 3ଟି ଜୋନ୍‌ରେ ପ୍ରଶିକ୍ଷଣ ଦେବା ପାଇଁ ଗୁରୁବାର ଏକ କର୍ମଶାଳା ଆରମ୍ଭ ହୋଇଯାଇଛି ।

ରାଜଧାନୀରେ ବିକେନ୍ଦ୍ରିକୃତ ବର୍ଜ୍ୟ ପରିଚାଳନା ପାଇଁ ତାଲିମ ଆରମ୍ଭ

ରାଜଧାନୀରେ ବର୍ଜ୍ୟ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଏମ.ସି.ସି ଏବଂ ଏମ.ଆର.ଏଫ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ବିଏମସି ପକ୍ଷରୁ ଦୁଇଟି ବ୍ୟାଚରେ ଆରମ୍ଭ ହୋଇଛି ଅଂଶୀଦାର ପ୍ରଶିକ୍ଷଣ ଶିବିର । ସହରାଞ୍ଚଳ ସଂସ୍ଥାର ବିକେନ୍ଦ୍ରିକୃତ ବୈର୍ଜ୍ୟ ପରିଚାଳନା ବିଜ୍ଞାନ ସମ୍ମତ ହୋଇ ଗୋଷ୍ଠୀ ସହଭାଗିତାରେ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସହରର 3ଟି ଜୋନରେ ପ୍ରାୟ 150 ଜଣ ଅଂଶୀଦାର ଏହି କର୍ମଶାଳା ମାଧ୍ୟମରେ ତାଲିମ ଗ୍ରହଣ କରିବେ । ସ୍ବେଚ୍ଛାସେବୀ ସଂଗଠନ, ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର ଏବଂ ସୁପରଭାଇଜରର କର୍ମକର୍ତ୍ତାମାନେ ଏହି କର୍ମଶାଳା ଜରିଆରେ ତାଲିମ ଗ୍ରହଣ କରିବେ । ଏଭଳି ପ୍ରଶିକ୍ଷଣ ବିଏମସି ୩ଟି ଜୋନ୍‌ ପାଇଁ କରାଯାଉଥିବା ବେଳେ ଗୁରୁବାର ସହରର ଦକ୍ଷିଣ ପୂର୍ବ ଓ ଉତ୍ତରାଞ୍ଚଳରେ ତାଲିମ ଆରମ୍ଭ ହୋଇଛି । ତେବେ ଏମ.ସି.ସି 43ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର କରି ଏହି ବିକେନ୍ଦ୍ରିକୃତ ବୈର୍ଜ୍ୟ ପରିଚାଳନା କରିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.