ETV Bharat / state

Train accident: ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସକୁ ଆସିବାକୁ ପରାମର୍ଶ

author img

By

Published : Jun 7, 2023, 8:40 AM IST

Updated : Jun 7, 2023, 12:51 PM IST

ଭୁବନେଶ୍ବର ଏମ୍ସ ଆସିଲା ସମସ୍ତ ମୃତଦେହ । ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସକୁ ଆସିବାକୁ ଲୋକଙ୍କୁ ପରାମର୍ଶ । ଅଧିକ ପଢନ୍ତୁ

ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସକୁ ଆସିବାକୁ ପରାମର୍ଶ

ଭୁବନେଶ୍ବର: ଟ୍ରେନ ଦୁର୍ଘଟଣାକୁ ୪ ଦିନ ବିତିଲାଣି, ହେଲେ ଏବେ ବି ମୃତଦେହ ଚିହ୍ନଟକୁ ନେଇ ଦ୍ବନ୍ଦ ଲାଗି ରହିଛି । ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ଆସୁଛନ୍ତି । ଯେଉଁଥିପାଇଁ ମୃତକଙ୍କ ପରିଜନଙ୍କୁ ହଟହଟା ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନ୍ୟ ହସ୍ପିଟାଲ ଗୁଡିକରୁ ଭୁବନେଶ୍ବର ଏମ୍ସକୁ ସମସ୍ତ ମୃତଦେହ ଅଣାଯାଇଛି । ତେଣୁ ନିଜ ଆତ୍ମୀୟଙ୍କ ମୃତଦେହ ଚିହ୍ନଟ ପାଇଁ ଅନ୍ୟ କେଉଁ ହସ୍ପିଟାଲକୁ ନଯାଇ ଏମ୍ସ ଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ଘରୋଇ ହସ୍ପିଟାଲରୁ ୩୯ଟି ମୃତଦେହ ଆଜି ଏମ୍ସରେ ପହଞ୍ଚିଛି । ଗୋଟିଏ ଜାଗାରେ ମୃତଦେହ ରହିଲେ ମୃତକଙ୍କ ସମ୍ପର୍କୀୟଙ୍କୁ ଏହାକୁ ଚିହ୍ନଟ କରିବା ସହଜ ହେବ । ଯାହାଫଳରେ ଦୂର ଦୂରାନ୍ତରରୁ ଆସୁଥିବା ଲୋକମାନଙ୍କୁ ଆଉ ହଟହଟା ହେବାକୁ ପଡିବ ନାହିଁ । ମୃତଦେହକୁ ଅଧିକ ଦିନ ସଂରକ୍ଷିତ ରଖିବା ପାଇଁ ଏମ୍ସରେ 5ଟି ସ୍ବତନ୍ତ୍ର କଣ୍ଟେନରରେ ଫ୍ରିଜରରେ ରଖାଯାଉଛି । ସେଥିପାଇଁ ମୃତଦେହ ଖରାପ ହେବ ନାହିଁ । ତେଣୁ ସମସ୍ତ ମୃତଦେହକୁ ଏମ୍ସ ଅଣାଯାଇଛି । ଗତକାଲି ରାତି ମଧ୍ୟରେ ଏମ୍ସରେ ଦୁଇଟି କଣ୍ଟେନରରେ 41ଟି ମୃତଦେହ ରଖାଯାଇଥିବା ବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି ।

ବର୍ତ୍ତମାନ 1100 ଆହତଙ୍କ ମଧ୍ୟରୁ 160 ଜଣ SCB ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏ ପର୍ଯ୍ୟନ୍ତ 83ରୁ 85ଟି ମୃତଦେହର ପରିଚୟ ମିଳିପାରିନି । ଦୁର୍ଘଟଣା ପରେ ଏମ୍ସକୁ ମୋଟ 162ଟି ମୃତଦେହ ଆସିଥିଲା । ସେଥିମଧ୍ୟରୁ 71ଟି ହସ୍ତାନ୍ତର କରାଯାଇଛି । ଯାହାଫଳରେ ଏମ୍ସରେ 52 ମୃତଦେହ ରହିଥିବା ବେଳେ ଅନ୍ୟ ହସ୍ପିଟାଲକୁ ଗୁଡିକରୁ ସମସ୍ତ ମୃତଦେହଗୁଡିକୁ ଏଠାକୁ ଅଣାଯାଇଛି । ବିଭିନ୍ନ ରାଜ୍ୟରୁ ଲୋକମାନେ ନିଜ ଆତ୍ମୀୟଙ୍କ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି । ମୃତକଙ୍କ ସମ୍ପର୍କରେ 8ଟି ରାଜ୍ୟରେ ଅଧିକ ସୂଚନା ଦେବା ପାଇଁ ପ୍ରକ୍ରିୟା ଚାଲିଛି ।

ବଡିରୁ ମାର୍କ ଅନୁସାରେ ମୃତଦେହ ଚିହ୍ନଟ କରାଯାଉଛି । ଯେଉଁମାନଙ୍କ ପକ୍ଷରେ ଚିହ୍ନଟ ହୋଇପାରୁ ନାହିଁ ବା ଗୋଟିଏ ମୃତକଙ୍କୁ ଅନେକ ଦାବିଦାର ସ୍ଥଳେ DNA ଟେଷ୍ଟ କରାଯାଉଛି । ପରବର୍ତ୍ତୀ ସମୟରେ ଯେମିତି କିଛି ଅସୁବିଧା ନ ହେବ ସେଥିପାଇଁ DNA ସାମ୍ପୂଲ ମଧ୍ୟ ରଖାଯାଇଛି । ସମ୍ପୂର୍ଣ୍ଣ ପରିଚୟ ଦେଖି ଭେରିଫିକେସନ କରି ମୃତଦେହ ହସ୍ତାନ୍ତର କରାଯାଉଛି । ଆଜିସୁଦ୍ଧା ବିମାନ ଯୋଗେ DNA ସାମ୍ପୁଲ ଗୁଡିକ ଦିଲ୍ଲୀ ପଠାଯିବ। । ତା' ପରେ ମୃତଦେହର ପରିଚୟ ସ୍ପଷ୍ଟ ହେବ । ମୃତଦେହ ନେବା ପାଇଁ ହେଲେ ଡକ୍ୟୁମେଣ୍ଟେସନ, ଆଧାର କାର୍ଡ, ପରିଚୟ ଫୋନ ନମ୍ବର ଏବଂ ମୃତକଙ୍କ ପୁରୁଣା ଫଟୋ ଦ୍ଵାରା ଚିହ୍ନଟ କରାଯାଉଛି l

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 7, 2023, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.