ETV Bharat / state

ଛାତିଥରା ଟ୍ରେନ ଦୁର୍ଘଟଣା; ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ

ବାହାନଗାରେ ଛାତିଥରା ଟ୍ରେନ ଦୁର୍ଘଟଣା ନେଇ ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Jun 3, 2023, 7:24 AM IST

ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ ହେବ
ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ ହେବ

ଭୁବନେଶ୍ବର: ଶୁକ୍ରବାର ଭାରତୀୟ ରେଲୱେ ପାଇଁ ଥିଲା କଳାଦିନ । ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଗଦା ହୋଇଯାଇଥିଲା ଲାସ୍‌ର ପାହାଡ । ଗତ ସନ୍ଧ୍ୟାରେ ଘଟିଥିବା ଏଇ ଦଶନ୍ଧିର ସବୁଠୁ ବଡ ଟ୍ରେନ ଦୁର୍ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି । ଟ୍ରେନ ଦୁର୍ଘଟଣା ନେଇ ଆଜି(ଶନିବାର) ସାରା ରାଜ୍ୟରେ ଦିନିକିଆ ଶୋକ କରାଯିବ । ରାଜ୍ୟରେ ଦିନିକିଆ ଶୋକ ପାଳନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଗତ ରାତିରୁ ସକାଳ ହେଲାଣି, ଉଦ୍ଧାର କାର୍ଯ୍ୟ ସରୁନି । ଏବେ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ସେହିପରି ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ଘଟଣାସ୍ଥଳକୁ ଯିବେ । ସକାଳ ୮ଟା ସୁଦ୍ଧା ସେ ବାହାନଗାରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ । ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିବେ । ସେପଟେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି । ସମସ୍ତେ ଆଜି ସକାଳେ ପହଞ୍ଚିବା ନେଇ ସୂଚନା ରହିଛି । ସନ୍ଧ୍ୟାରେ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି, ଅଗ୍ନିଶମ ଡିଜି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।

ଏହାମଧ୍ୟ ପଢନ୍ତୁ : Coromandel Express Accident: କାହିଁକି ଘଟିଲା ଦୁର୍ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନାଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ଘଟିଲା ଏତେ ବଡ ଦୁର୍ଘଟଣା ? ଏଥିପାଇଁ ଦାୟୀ କିଏ ତାହାର ତଦନ୍ତ କରାଯିବ । ଆହତ ଓ ମୃତକଙ୍କ ପରିବାର ଲାଗି ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ । ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଗୁରୁତର ଥିବା ଯାତ୍ରୀଙ୍କ ପାଇଁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରାଯାଇଛି । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.