ETV Bharat / state

ଆଜି ଚିତାଲାଗି ଅମାବାସ୍ୟା; ଗେଣ୍ଡାକୁ ଚିତଉ ପିଠା ଦେଇ ଭଲ ଫସଲ ପାଇଁ ଚଷାପୁଅର ପୂଜାର୍ଚ୍ଚନା

ଆଜି ଚିତାଲାଗି ଅମାବାସ୍ୟା । ଓଡିଆଙ୍କ ସବୁ ପର୍ବ ଭିତରେ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଅନ୍ୟତମ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଅଧିକ ପଢନ୍ତୁ...

author img

By

Published : Aug 8, 2021, 2:29 PM IST

ବିଲରେ ଚିତଉ ପିଠା ପକାଇ ଭଲ ଫସଲ ପାଇଁ ଚଷାପୁଅର ପୂଜାର୍ଚ୍ଚନା

ଖୋର୍ଦ୍ଧା: ଓଡିଶା ଏକ କୃଷି ପ୍ରଧାନ୍ୟ ରାଜ୍ୟ । ଓଡିଆଙ୍କ ପର୍ବ ପର୍ବାଣୀ ବି ଏକଦମ ନିଆରା । ବାରମାସ ତେର ପର୍ବରେ ବର୍ଷ ତମାମ ଝଟକୁଥାଏ ସଂସ୍କୃତି ଓ ପରମ୍ପରା । ଓଡିଆଙ୍କ ସବୁ ପର୍ବ ଭିତରେ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଅନ୍ୟତମ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଖୋର୍ଦ୍ଧା ଜିଲ୍ଲାରେ ଏହି ପରମ୍ପରା ପାଳନ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ବିଶେଷ କରି ଶ୍ରାବଣ ମାସରେ ଚଷା ପୁଅ ବିଲରେ ରୁଆ ବେଉସଣ କାମ କରିଥାଏ । ଏହି ସମୟରେ କିଭଳି ଫସଲକୁ ରୋଗପୋକ ଦାଉରୁ ରକ୍ଷା କରାଯିବ ଓ ପରିବାର ପାଇଁ ବର୍ଷକର ଆହାର ଅମଳ କରିବ ସେଥିପାଇଁ ଆଜିର ଏହି ଅମବାସ୍ୟାରେ ଘରେ ଚିତୋଉ ପିଠା କରି ଧାନ ବିଲରେ ଧୂପ ଦୀପ ଜାଳି ପିଠା ପକାଇ ମା ଲକ୍ଷ୍ମୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାଏ ଚଷା ପୁଅ ।

ଏହି ପର୍ବରେ ଗୃହିଣୀମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଧାନବିଲ, ପୋଖରୀରେ ପକାଇଥାନ୍ତି । ବିଲରେ ଧାନ ରୁଆଁ ସମୟରେ ପାଣିରେ ଥିବା ଗେଣ୍ଡା ଗୋଡ କାଟି ଦେବାର ସମ୍ଭାବନା ରହିଥାଏ । ପରମ୍ପରା ଅନୁଯାୟୀ ଏହି ଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ପିଠା ପକାଇଲେ ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କୁ କହିଥାନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.