ETV Bharat / state

ରାଜ୍ୟରେ ଜିଲ୍ଲା ବଢିଲେ, ମିଳିବ ଟିଟିଲାଗଡ଼କୁ ପ୍ରାଧାନ୍ୟ: ମନ୍ତ୍ରୀ ଟୁକୁନି ସାହୁ

author img

By

Published : Aug 18, 2023, 10:01 AM IST

ବଢ଼ିବାରେ ଲାଗିଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି । ଓଡ଼ିଶାରେ ଜିଲ୍ଲା ସଂଖ୍ୟା ବଢିଲେ ସେଥିରେ ଟିଟିଲାଗଡ଼ ସ୍ଥାନ ପାଇବ ନେଇ ଆଶା ଦେଖାଇଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

ଓଡ଼ିଶାରେ ଜିଲ୍ଲା ସଂଖ୍ୟା ବଢିଲେ ସେଥିରେ ଟିଟିଲାଗଡ଼ ସ୍ଥାନ ପାଇବ

ଭୁବନେଶ୍ବର: ବଢ଼ିବାରେ ଲାଗିଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା କ୍ରିୟାନୁଷ୍ଠାନ କମିଟି । ବନ୍ଦ ନେଇ ପ୍ରତିକ୍ରିୟା ରଖିଛନ୍ତି ଟିଟିଲାଗଡ଼ ବିଧାୟିକା ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟରେ ଜିଲ୍ଲା ବଢିଲେ, ଟିଟିଲାଗଡ଼କୁ ପ୍ରାଧାନ୍ୟ ମିଳିବ ବୋଲି ଟିଟିଲାଗଡ଼ ବିଧାୟିକା ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ‘‘ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଆଜିର ନୁହେଁ ଦୀର୍ଘ ଦିନର ଦାବି । ଟିଟିଲାଗଡ଼ର ସମସ୍ତ ବିକାଶ କାମକୁ ମୁଁ ବିଧାୟିକା ହିସାବରେ ପ୍ରାଥମିକତା ଦେଇ ଆସିଛି । ଅଞ୍ଚଳର ପ୍ରତ୍ୟେକ ସାମୂହିକ କାମରେ ମୁଁ ସାମିଲ ହୋଇଛି । ସାଧାରଣ ଲୋକଙ୍କ ଅସ୍ଥା, ବିଶ୍ୱାସ ମୋ ସହିତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହି ଦାବି ଉପସ୍ଥାପନା କରିଛୁ । ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ମିଳିବା ଟିଟିଲାଗଡ଼ବାସୀଙ୍କ ବଡ଼ ଆଶା । 2019ରେ ମୁଖ୍ୟମନ୍ତ୍ରୀଙ୍କୁ ଆମ କମିଟି ଭେଟିଥିଲା । ଆଶା ଅଛି ଯେତେବେଳେ ଓଡ଼ିଶାରେ ଜିଲ୍ଲା ସଂଖ୍ୟା ବଢିବ, ସେଥିରେ ଟିଟିଲାଗଡ଼ ସ୍ଥାନ ପାଇବ ।’’

ସେ ଆହୁରୀ ମଧ୍ୟ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ସବୁବେଳେ ଟିଟିଲାଗଡ଼ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ବିକାଶମୂଳକ କାର୍ଯ୍ୟକୁ ସୁଯୋଗ ଦେଇଛନ୍ତି । ତାଙ୍କ ଆଶୀର୍ବାଦରେ ଟିଟିଲାଗଡ଼ରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ନିକଟରେ ରାଜସ୍ଥାନରେ ଜିଲ୍ଲା ବୃଦ୍ଧି ହୋଇଛି । ଓଡିଶାରେ ଜିଲ୍ଲା ବୃଦ୍ଧିର ଆବଶ୍ୟକତା ନେଇ ବିଚାରବିମର୍ଶ ଚାଲିଛି । ଟିଟିଲାଗଡ଼କୁ ପ୍ରାଧାନ୍ୟ ନିଶ୍ଚୟ ମିଳିବ ।’’

ଅଧିକ ପଢନ୍ତୁ: Titlagarh Bandh: ପୁଣି ତେଜିଲା ଜିଲ୍ଲା ମାନ୍ୟତା ଦାବି, ଆଜି 12 ଘଣ୍ଟିଆ ଟିଟିଲାଗଡ ବନ୍ଦ

ଦୀର୍ଘ ବର୍ଷ ହେବ ଟିଟିଲାଗଡ ସବଡିଭିଜନକୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଛି । ଏନେଇ ଅନେକ ସମୟରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଉଛି । ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ଦାବି ପୂରଣ ହୋଇ ପାରୁନାହିଁ । ଶେଷରେ ଜିଲ୍ଲା ମାନ୍ୟତା ଦାବିକୁ ପୂରଣ କରିବା ପାଇଁ ଆନ୍ଦୋଳନର ନିଷ୍ପତ୍ତି ନେଇଛି ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି । ଯାହାକୁ ନେଇ ଗୁରୁବାର କ୍ରିୟାନୁଷ୍ଠାନ କମିଟି ଟିଟିଲାଗଡରେ 12 ଘଣ୍ଟିଆ ପାଳନ କରିଥିଲା । କମିଟିର ସଦସ୍ୟ ମାନେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ବେଳେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା । ଗୁରୁବାର ସକାଳ 6ଟାରୁ ସନ୍ଧ୍ୟା 6ଟା ଯାଏଁ ଏହି ବନ୍ଦ କରିଥିଲା କମିଟି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.