ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ: ବିଜେଡି ପାଇଁ ଭୋଟ ମାଗିବେ ଦାମ - ବିଜେଡି ପାଇଁ ଭୋଟ ମାଗିବେ ଦାମ

ବରିଷ୍ଠ ପୁରୁଖା ନେତା ଦାମ ରାଉତ ବିଜେଡି ପାଇଁ ମାଗିବେ ଭୋଟ । ତିର୍ତ୍ତୋଲ ଉପନିର୍ବାଚନ ଲାଗି ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଭୋଟ ଦେବାକୁ ତିର୍ତ୍ତୋଲବାସୀଙ୍କୁ କହିବେ ଦାମ । ଅଧିକ ପଢନ୍ତୁ...

ବିଜେଡି ପାଇଁ ଭୋଟ ମାଗିବେ ଦାମ
ବିଜେଡି ପାଇଁ ଭୋଟ ମାଗିବେ ଦାମ
author img

By

Published : Oct 30, 2020, 2:16 PM IST

ଭୁବନେଶ୍ବର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ପାଇଁ ଭୋଟ ମାଗିବେ ଦାମ । ବିଜେଡି ପ୍ରାର୍ଥୀ ତଥା ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଭୋଟ ଦେବାକୁ ତିର୍ତ୍ତୋଲବାସୀଙ୍କୁ କହିବେ ଦାମ । ତିର୍ତ୍ତୋଲରେ ଭଲ ବ୍ୟବଧାନରେ ବିଜେଡି ଜିତିବ ବୋଲି ବରିଷ୍ଠ ନେତା ଦାମ ରାଉତ କହିଛନ୍ତି ।

ଏହା ସହ ସେ ଆସନ୍ତାକାଲି ତିର୍ତ୍ତୋଲ ଗସ୍ତ କରିବେ । ସେଠାରେ ସେ କୌଣସି ରାଜନୈତିକ ବ୍ୟାନରରେ ପ୍ରଚାର କରିବେ ନାହିଁ, କିନ୍ତୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । କାରଣ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି, ସ୍ବର୍ଗତ ବିଷ୍ଣୁ ଦାସ ମଧ୍ୟ ବିଜେଡିର ବିଧାୟକ ରହିଥିଲେ । ତେଣୁ ବିକାଶ ମୂଳକ କାର୍ଯ୍ୟ ଅଧିକ ହେବ ଯଦି ବିଜେଡି ବିଜୟ ହେବ ବୋଲି ଦାମ ଯୁକ୍ତି ବାଢିଛନ୍ତି । ଏପରିକି ବାପା ବିଷ୍ଣୁ ଦାସଙ୍କ ଅଧୁରା ସ୍ବପ୍ନ ପୁରା କରିବାକୁ ପୁଅ ବିଜୟ ଶଙ୍କର କାମ କରିବେ ତେଣୁ ବିଜେଡିକୁ ଭୋଟ ଦେବାକୁ ତିର୍ତ୍ତୋଲବାସୀଙ୍କୁ କହିବେ ।

ବିଜେଡି ପାଇଁ ଭୋଟ ମାଗିବେ ଦାମ

ସୂଚନାଯୋଗ୍ୟ, ବରିଷ୍ଠ ପୁରୁଖା ନେତା ଦାମ ରାଉତ ବିଜେଡିରୁ ବହିଷ୍କାର ହେବା ପରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ବିଜେପି ଟିକେଟରୁ ନିର୍ବାଚନ ଲଢି ହାରିବା ପରେ ଅକ୍ଟୋବର 16, 2019ରେ ସେ ବିଜେପିର ଇସ୍ତଫା ଦେଇଥିଲେ ।

ଭୁବନେଶ୍ବରରୁ ତାପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.