ETV Bharat / state

ନୂଆ ଜାତୀୟ ଶିକ୍ଷାନୀତିକୁ ୩ ବର୍ଷ, ଦେଶକୁ ବିଶ୍ବ ଗୁରୁ କରିବାରେ ଶିକ୍ଷା କ୍ଷେତ୍ରରେ ଏକ ଅଂଶ NEP

author img

By

Published : Jul 26, 2023, 12:08 PM IST

ନୂଆ ଜାତୀୟ ଶିକ୍ଷାନୀତିକୁ ୩ ବର୍ଷ ପୂରଣ ହୋଇଛି । ଶିକ୍ଷା ନୀତି ଭାରତକୁ ଏକ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱଗୁରୁ ଭାବେ ରୂପାନ୍ତରିତ କରିବ । ଅଧିକ ପଢନ୍ତୁ

National education polic
ନୂଆ ଜାତୀୟ ଶିକ୍ଷାନୀତିକୁ ୩ ବର୍ଷ

ଭୁବନେଶ୍ବର: ନୂଆ ଜାତୀୟ ଶିକ୍ଷାନୀତିକୁ ୩ ବର୍ଷ ପୂରଣ ହୋଇଛି । ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଏହା ଶିକ୍ଷା କ୍ଷେତ୍ରରେ ଏକ ଅଂଶ । ଓଡ଼ିଶାରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଅଛି । ପୁରା ଦେଶରେ ୧୦୫୩ଟି ସ୍କୁଲ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ନୂଆ ଜାତୀୟ ଶିକ୍ଷାନୀତି ୨୦୨୧ରୁ ଧୀରେ ଧୀରେ ଲାଗୁ କରାଯାଉଛି । ୬ ବର୍ଷରୁ ଅଧିକ ହେଲେ ପ୍ରଥମ କ୍ଲାସ ନାମ ଲେଖାଉଛନ୍ତି । ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀ ମଧ୍ୟ ଏନଇପିର ଗୁରୁତ୍ୱ ବୁଝିଲେଣି । ଛାତ୍ରଛାତ୍ରୀଙ୍କ ଭିତରେ ବିକାଶ କରିବା ପାଇଁ ଏଥିରେ ପ୍ରୟାସ କରାଯାଉଛି । ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ର ତୃତୀୟ ବାର୍ଷିକୀ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ କୋରାପୁଟର କୁଳପତି ଆଇଆଇଟି ପ୍ରଫେସରଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମାନଙ୍କର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଓଡ଼ିଶାର ସମସ୍ତ ସ୍କୁଲରେ କିଭଳି ଶତ ପ୍ରତିଶତ ନୂଆ ଜାତୀୟ ଶିକ୍ଷାନୀତି ଲାଗୁ କରି ହେବ ତାହା ଉପରେ ଚର୍ଚ୍ଚା ହୋଇଥିଲା ।

ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତିରେ ଓଡ଼ିଶାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟବସ୍ତୁକୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର କହିଛନ୍ତି ଯେ,''ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ଜୀବନ୍ତ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱ ଗୁରୁ ଭାବେ ରୂପାନ୍ତରିତ କରିବ । ଏନଇପି ଛାତ୍ରଛାତ୍ରୀଙ୍କ ଅଭିନବ କ୍ଷମତାକୁ ଉଜାଗର କରି ଗୁରୁତ୍ୱପୂର୍ଣ୍ଣ ବିଚାର, ବୈଜ୍ଞାନିକ ମନୋଭାବ, ବାସ୍ତବ ଅଧ୍ୟୟନକୁ ପ୍ରୋତ୍ସାହିତ କରିଛି । ଏନଇପିର ପରିକଳ୍ପନା ଅନୁଯାୟୀ, ଆଇଆଇଟି ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ବହୁବିଷୟକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ ।''

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି ଯେ, କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭାଷା ପାଠାଗାର ପ୍ରତିଷ୍ଠା କରାଯାଇଛି । ଭାଷାକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଭାରତୀୟ ଜ୍ଞାନ ବ୍ୟବସ୍ଥା, ଭାଷା, ସଂସ୍କୃତି, ଦେଶାତ୍ମବୋଧ ଓ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରାଯାଉଛି । ଓଡ଼ିଆ ସାହିତ୍ୟ ଗ୍ରନ୍ଥକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ କରିବା କାର୍ଯ୍ୟ ଜାରି ରହିଛି । ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ନିଷ୍ପତ୍ତି ନେଇଛି । କୋରାପୁଟ ଜିଲ୍ଲାରେ କଥିତ କୁଇ ଓ ଦେଶିଆ ଭାଷାରେ ବହି ପ୍ରକାଶ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି ।''

ଏହା ବି ପଢନ୍ତୁ...ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢିବେ ଛାତ୍ରଛାତ୍ରୀ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପ ଆୟୁକ୍ତ ଡକ୍ଟର ଶିହରଣ ବୋଷ ଭୁବନେଶ୍ୱର କେନ୍ଦ୍ର ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତିର ପ୍ରଭାବୀ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ''୨୦୨୨-୨୩ ଠାରୁ ଓଡ଼ିଶାର 3ଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବାଟିକା ଆରମ୍ଭ କରାଯାଇଛି । ଚଳିତ ଶିକ୍ଷା ଅଧିବେଶନ ଠାରୁ ରାଜ୍ୟର ୧୯ଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ଶିକ୍ଷାଦାନ ଆରମ୍ଭ କରାଯିବ । ୨୦ ଅକ୍ଟୋବର, ୨୦୨୨ରେ ଆରମ୍ଭ କରାଯାଇଥିବା ମୌଳିକ ସ୍ତର ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ ଏଫଏସ) ଭାରତରେ ୩-୮ ବର୍ଷ ବୟସର ପିଲାଙ୍କ ପାଇଁ ପ୍ରଥମ ଏକୀକୃତ ପାଠ୍ୟକ୍ରମ ଢାଞ୍ଚା ଏବଂ ୫+୩+୩+୪ ‘ପାଠ୍ୟକ୍ରମ ଓ ଶୈକ୍ଷଣିକ’ ଭିତ୍ତିଭୂମିର ପ୍ରତ୍ୟକ୍ଷ ପରିଣାମ ଯାହାକୁ ଏନଇପି ୨୦୨୦ ବିଦ୍ୟାଳୟ ଶିକ୍ଷା ପାଇଁ ନେଇ ଆସିଛି ।''

ଏନସିଇଆରଟି ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ‘ବିଦ୍ୟା ପ୍ରବେଶ’ ନାମକ ଏକ ବିଦ୍ୟାଳୟ ପ୍ରସ୍ତୁତି ପାଠ୍ୟବିଷୟ ବା ମଡ୍ୟୁଲ ପ୍ରସ୍ତୁତ କରିଛି । ଏହା ପିଲାଙ୍କ ପ୍ରାକ-ସାକ୍ଷରତା, ପ୍ରାକ-ସଂଖ୍ୟା ଜ୍ଞାନ, ସଂଜ୍ଞାନାତ୍ମକ ଓ ସାମାଜିକ କୌଶଳକୁ ସୁଦୃଢ଼ କରିବ । ବର୍ତ୍ତମାନ ସୁଦ୍ଧା ୨୦୨୨-୨୩ ଶିକ୍ଷା ବର୍ଷ ଠାରୁ ୩୩ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିଦ୍ୟା ପ୍ରବେଶକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ୮ ଲକ୍ଷ ୭୭ ହଜାର ୭୯୩ଟି ବିଦ୍ୟାଳୟର ପାଖାପାଖି ୧ କୋଟି ୮୦ ଲକ୍ଷ, ୧୩ ହଜାର ୯୩୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପ ଆୟୁକ୍ତ ଡକ୍ଟର ଶିହରଣ ବୋଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.