ETV Bharat / state

ରାଜଧାନୀରେ ବ୍ୟାଙ୍କ୍ ଓ ଏଟିଏମ୍ ସୁରକ୍ଷା ଢିଲା, ଅଳ୍ପକେ ବର୍ତ୍ତିଲା ଷ୍ଟ୍ରଙ୍ଗ ରୁମ୍, ଧରାପଡିଲେ ଲୁଟେରା

author img

By

Published : May 16, 2023, 9:14 PM IST

ରାଜଧାନୀ ଉପକଣ୍ଠ ପାହାଳ ଥାନା ହଂସପାଳ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଡକାୟତି ଉଦ୍ୟମ ଘଟଣାରେ ୩ ଗିରଫ । ଶୁକ୍ରବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଦୁଇ ଦିନ ପରେ, ଅର୍ଥାତ ସୋମବାର ଏହି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଅଧିକ ପଢ଼ନ୍ତୁ

ରାଜଧାନୀରେ ବ୍ୟାଙ୍କ୍ ଓ ଏଟିଏମ୍ ସୁରକ୍ଷା ଢିଲା

ଭୁବନେଶ୍ବର: ବ୍ୟାଙ୍କ ଓ ଏଟିଏମ୍ ସୁରକ୍ଷା ନେଇ ପୋଲିସ ଆଡଭାଇଜାରୀ ସତ୍ତ୍ବେ ବ୍ୟାଙ୍କ ଓ ଏଟିଏମରେ ପଶୁଛନ୍ତି ଅପରାଧି । ସ୍କାଏଲାଇଟ ତାଡି ବ୍ୟାଙ୍କ ଭିତରେ ପଶି ଡକାୟତି ଉଦ୍ୟମ ଘଟଣା ଘଟିବାର ୩ ଦିନ‌ ପରେ ପୋଲିସକୁ ଜଣାପଡ଼ିଛି । ଏଥିରୁ ସୁରକ୍ଷା ବ୍ୟବସ୍ଥା କେତେ ଢିଲା, ତାହା ସ୍ପଷ୍ଟ ହୋଇଛି । ହେଲେ ଷ୍ଟ୍ରଙ୍ଗ ରୁମ ତାଡି ନପାରି ବିଫଳ ହୋଇଥିଲେ ବି ଧରାପଡ଼ିଛନ୍ତି ଲୁଟେରା । ପାହାଳ ଥାନା ହଂସପାଳ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଡକାୟତି ଉଦ୍ୟମ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ମାଷ୍ଟରମାଇଣ୍ଡ ସାଗର ଭୋଇ ଓରଫ ଷଣ୍ଢ, ଯାହାର‌ ଘର‌ ବାଲିଅନ୍ତା କୋଠ ସାହି । ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବସନ୍ତ ପ୍ରଧାନ ଓ ଭଦ୍ରକ ବଡଚଣାର ଗୁରୁଚରଣ ମଲ୍ଲିକ ।

ତେବେ କମିଶନରେଟ ପୋଲିସର ଏସିପି ୪ ଏସଏନ୍ ମୁଦୁଲିଙ୍କ କହିବା ମୁତାବକ, "ହଂସପାଳ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ କିଛି ଯୁବକ ପଶି ଭଙ୍ଗାଭଙ୍ଗି କରିବା ସହ ଡକାୟତି ଉଦ୍ୟମ କରିଥିବା ନେଇ ପାହାଳ ଥାନାରେ ଗତ ସୋମବାର ଏକ ରିପୋର୍ଟ ହୋଇଥିଲା । ଷ୍ଟ୍ରଙ୍ଗରୁମ ଭାଙ୍ଗିବା ପାଇଁ ଚେଷ୍ଟା କରି ସେମାନେ ବିଫଳ ହୋଇଛନ୍ତି । ଏନେଇ ପୋଲିସ ତଦନ୍ତ‌ କରି ଜାଣିବାକୁ ପାଇଥିଲା, ଏହା କୌଣସି ପେସାଦାର ଅପରାଧିର କାମ । ଏନେଇ ତଦନ୍ତ ବେଳେ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ପରେ ସେହି ଆଧାରରେ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।" ତେବେ ଗିରଫ ବେଳେ ସାମ୍ନାକୁ ଆସିଥିଲା କିପରି ଡକାୟତି ପାଇଁ ଯୋଜନା କରୁଥିଲେ ଅପରାଧି । ସେହି ବ୍ୟାଙ୍କ୍ ପାଖରେ ରହି ଏକ ହୋଟେଲରେ ବାସନ ଧୁଆଧୁଇ କାମ କରୁଥିବା ଗୁରୁଚରଣ ମଲ୍ଲିକ, ବ୍ୟାଙ୍କ ଡକାୟତି ପାଇଁ ଯୋଜନା କରିଥିଲା । ଏନେଇ ଜଣେ ପେସାଦାର ଅପରଧି ସାଗର ଭୋଇକୁ ଜଣାଇଥିଲା । ପରେ ପାଖରେ ରହୁଥିବା ଟାଇଲ ମିସ୍ତ୍ରୀ ବସନ୍ତ ପ୍ରଧାନ ସହ ମିଶି ସାଗର ଭୋଇ ସେମାନଙ୍କୁ ବ୍ୟାଙ୍କ ଡକାୟତି ପାଇଁ କହିଥିଲେ । ପରେ ୩ ଜଣ ମିଶି ଡକାୟତି ଯୋଜନା କରିଥିଲେ । ତେବେ ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ଥିବାରୁ ସେମାନେ ଶୁକ୍ରବାର ରାତିରେ ବ୍ୟାଙ୍କର ଟଏଲେଟ ସ୍କାଏଲାଇଟ ତାଡି ପଶିଥିଲେ । ପରେ ଭିତରେ ଅନେକ ରୁମ ତାଡିବା ପରେ ଷ୍ଟ୍ରଙ୍ଗ ରୁମ କିନ୍ତୁ ଭାଙ୍ଗି ପାରିନଥିଲେ । ଶେଷରେ ବିଫଳ ହୋଇ ଫେରିଯାଇଥିଲେ ।

ତେବେ ପୁର୍ବରୁ ସାଗର ଭୋଇ ମୟୂରଭଞ୍ଜରେ ଏକ ଡକାୟତି ମାମଲାରେ ଜେଲ ଯାଇ ମାସେ ତଳେ ଫେରିଥିଲା । ତେବେ ଏହାପରେ ବ୍ୟାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ବ୍ୟାଙ୍କ ପାଖରେ ଥାଇ ସୁରକ୍ଷା ଢିଲା ଦେଖି ଅପରାଧର ବ୍ଲ୍ୟୁ ପ୍ରିଣ୍ଟ ତିଆରି କରୁଥିଲେ ଅପରାଧି । ଆଉ ଅପରାଧ ଘଟାଇବା ସତ୍ତ୍ବେ ସୁରକ୍ଷାରେ ଢିଲା ଯୋଗୁଁ ଦୁଇଦିନ‌ ପରେ ଜାଣିବାକୁ ପାଇଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଅର୍ଥାତ୍ ବ୍ୟାଙ୍କରେ ପଶି କିପରି ଅପରାଧ ଘଟାଇଲେ ? ପାଖରେ ସିକ୍ୟୁରିଟି ଗାର୍ଡ ଥିଲେ ନା ନଥିଲେ ? ବ୍ୟାଙ୍କ୍ ଆଲାରାମ ସିଷ୍ଟମ ବି କାମ କରୁଥିଲା ନା ନାହିଁ ? ଯଦି କାମ କରୁଥିଲା, ସୋମବାର କେମିତି ଜାଣିଲେ ? ସିସିଟିଭି କଣ୍ଟ୍ରୋଲ ରୁମ ମନିଟରିଂରୁ କିପରି ଜାଣିପାରିଲେନି ? ଦୁଇ ଦିନ‌ ପରେ ଘଟଣା ସାମ୍ନାକୁ ଆସିଲା । ଅର୍ଥାତ୍ ବ୍ୟାଙ୍କ ସୁରକ୍ଷାରେ ଅବହେଳା ଯୋଗୁଁ ଏପରି ଘଟିବା ସତ୍ତ୍ବେ ଜଣାପଡ଼ିଲା ନାହିଁ । ଯଦି ବଡଧରଣର ଡକାୟତି ହୋଇଥାନ୍ତା, ହୁଏତ ଏବେ ଧରପଗଡ ହୋଇଥାନ୍ତା ।

ତେବେ ଦୁଇ ବର୍ଷ ପୂର୍ବେ ୧୨ ଜୁଲାଇ ୨୦୨୧ରେ ପୋଲିସ କମିଶନର ସମସ୍ତ ବ୍ୟାଙ୍କ ଗୁଡ଼ିକୁ ଏକ ଆଡଭାଇଜରୀ ଜାରି କରିଥିଲେ । ଏପରିକି ଟ୍ବିନ ସିଟିରେ ଥିବା ବିଭିନ୍ନ ବ୍ୟାଙ୍କ ଓ ATMର ସିକ୍ୟୁରିଟି ଅଡିଟ ପାଇଁ ଆଲର୍ଟ ଜାରି କରିଥିଲେ । ଏଥିପାଇଁ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ବ୍ୟାଙ୍କ ଓ ATM ଗୁଡିକର ସିକ୍ୟୁରିଟି ଅଡିଟ ପାଇଁ ତୁରନ୍ତ ଜୋନାଲ ଏସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁରକ୍ଷା ବ୍ୟବସ୍ଥା ସହ CCTV, ଅଲାର୍‌ମ ସିଷ୍ଟମ ଏବଂ ବ୍ୟାଙ୍କ ଓ ATM ସମ୍ନାରେ ସିକ୍ୟୁରିଟି ରହୁଛନ୍ତି କି ନାହିଁ, ନିଛାଟିଆ ଅଞ୍ଚଳରେ କେତୋଟି ଏଟିଏମ ଓ ବ୍ୟାଙ୍କ ରହିଛି ସେନେଇ ଯାଞ୍ଚ କରି ତାର ତଥ୍ୟ କମିଶନରେଟ ପୋଲିସ ସଂଗ୍ରହ କରିଥିଲା । ହେଲେ ସେସବୁ ସଠିକ ଭାବେ ତଦାରଖ ନହେବାରୁ ଏପରି ଏକ ଘଟଣା ଘଟିଲା । ଏଥିରୁ ଜଳ ଜଳ ଦିଶୁଛି ନିର୍ଦ୍ଦେଶନାମା ଜାରି ହେଉଛି, ହେଲେ କାର୍ଯ୍ୟକାରୀ ‌ହେଉନି । ଘଟଣା ଘଟିଲେ ଚେତା ପଶୁଛି । ହୁଏତ ବ୍ୟାଙ୍କ କର୍ତ୍ତୃପଷ ଧ୍ୟାନ ଦେଉନାହାନ୍ତି, ନହେଲେ ପୋଲିସ ଏନେଇ ସଜାଗ ହେଉନି । ଯାହାକୁ ନେଇ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଏପରି ବ୍ୟାଙ୍କ ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । କେବଳ ହଂସପାଳ ଛକ ଏଟିଏମ ନୁହେଁ, ପୂର୍ବରୁ ଅଟଳା ଏସବିଆଇ ଭଳି ପଟିଆରେ ମଧ୍ୟ ଏଟିଏମ୍ ଡକାୟତି ଘଟଣାର ନଜିର‌ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.