ETV Bharat / state

ବଞ୍ଚିବା ପାଇଁ ସଂଘର୍ଷ କରୁଛି 3 ଜୀବନ, ଭିକ୍ଷାବୃତ୍ତି କରୁଛନ୍ତି ଭିନ୍ନକ୍ଷମ ଭାଇ - ବଞ୍ଚିବା ପାଇଁ ସଂଘର୍ଷ

ବଞ୍ଚିବାର ସବୁ ବାଟ ବନ୍ଦ ହୋଇଯାଏ ଆଶା ମଉଳି ଯାଏ ସେବେ ଭିକ୍ଷାବୃତ୍ତିକୁ ଆପଣାଇ ନିଏ ମଣିଷ । ଖୋର୍ଦ୍ଧା ରାଜରାସ୍ତାରୁ କିଛି ଏପରି ଚିତ୍ର ସାମ୍ନାକୁ ଆସିଛି ଯାହା ବଞ୍ଚିବା ପାଇଁ ଯେ କେତେ ସଂଘର୍ଷର ସାମ୍ନା କରିବାକୁ ପଡୁଛି ତାହା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

man struggled to live
ବଞ୍ଚିବା ପାଇଁ ସଂଘର୍ଷ କରୁଛି 3ଜୀବନ
author img

By ETV Bharat Odisha Team

Published : Sep 12, 2023, 9:57 AM IST

Updated : Sep 12, 2023, 1:22 PM IST

ବଞ୍ଚିବା ପାଇଁ ସଂଘର୍ଷ କରୁଛି 3 ଜୀବନ

ଖୋର୍ଦ୍ଧା: ଜୀବନ ସମସ୍ତଙ୍କ ପାଇଁ ସହଜ ନଥାଏ । ଜୀବନରେ କାହା ପାଇଁ ସୁଖର ସମୁଦ୍ର ଥାଏ ତ କାହା ପାଇଁ ଦୁଃଖର ପାହାଡ଼ । କାହା ପାଇଁ ଛଅ ଭଜା ନ ତିଆଣ ଥାଏ ତା କାହା ପାଇଁ ପେଟକୁ ଭାତ ମୁଠାଏ ବି ଯୋଗାଡ଼ କରିବା କଷ୍ଟକର ହୋଇଥାଏ । ସେଥି ପାଇଁ ବୋଧେ ଜୀବର ଅନ୍ୟନାମ ଯନ୍ତ୍ରଣା ବୋଲି କୁହାଯାଏ । ଯେବେ ବଞ୍ଚିବାର ସବୁ ବାଟ ବନ୍ଦ ହୋଇଯାଏ ଆଶା ମଉଳି ଯାଏ ସେବେ ଭିକ୍ଷାବୃତ୍ତିକୁ ଆପଣେଇ ନିଏ ମଣିଷ । ଭିକ୍ଷାବୃତ୍ତିକୁ ବଞ୍ଚିବାର ଶେଷ ପନ୍ଥା ଭାବେ ଗ୍ରହଣ କରିନିଏ । ଖୋର୍ଦ୍ଧା ରାଜରାସ୍ତାରୁ କିଛି ଏମିତି ଚିତ୍ର ଆସିଛି ଯାହା ସମସ୍ତଙ୍କୁ ବିଚଳତି କରିଛି । ଡହ ଡହ ଖରାରେ ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ 3ଜଣ ଭିନ୍ନକ୍ଷମ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳିଛି ।

3 ଭାଇ, ଜଣେ ଦୁଇଗୋଡ ହରାଇ ଥିବାବେଳେ ଜଣଙ୍କର ଜୀବନ ଗାଡ଼ି ଗୋଟିଏ ଗୋଡରେ ଚାଲିଛି । ଆଉ ଜଣେ ହ୍ବିଲ ଚେୟାର ସାହାରାରେ ବଞ୍ଚୁଛନ୍ତି । ଡହ ଡହ ଖରାରେ ଖୋର୍ଦ୍ଧା ରାଜରାସ୍ତାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ବିଚଳିତ କରିଥିଲା । ଦିନ ଦ୍ବିପ୍ରହରରେ ତତଲା ପିଚୁ ସଡ଼କ ଉପରେ ତିନି ଭିନ୍ନକ୍ଷମ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଜଣେ ହ୍ବିଲ୍‌ ଚେୟାରରେ ବସିଥାନ୍ତି ଆଉ ଜଣେ ଭିନ୍ନକ୍ଷମ ତାଙ୍କୁ ପଛରୁ ଠେଲୁଥିବା ଦେଖିବାକୁ ମିଳିଛି । ସବୁଠୁ ବିଚଳିତ ଥିଲା ଯେବେ ଆଉ ଜଣେ ଭିନ୍ନକ୍ଷମ ତତଲା ପିଚୁରେ ଗଡ଼ି ଗଡ଼ି ଭିକ୍ଷାବୃତ୍ତି କରୁଥିଲେ । ସେମାନେ ତିନି ଭାଇ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ...ଘର ଆଗରେ ଉଡୁଛି ତ୍ରିରଙ୍ଗା, ମୁଣ୍ଡ ଗୁଞ୍ଜିବାକୁ ଚାଲିଛି ସଂଘର୍ଷ; ସ୍ବାଧୀନତା ପରେ ପରାଧୀନତାରେ ବିତୁଛି ଜୀବନ !

ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଏହି ତିନି ଭିନ୍ନକ୍ଷମ କେଉଁ ଦୋକାନ ଆଗକୁ ଯାଉ ନାହାଁନ୍ତି ବରଂ ରାସ୍ତାରେ ଯାଉଥିବା ବେଳେ ଯିଏ ଯାହା ଦେଲା ତାକୁ ଭିକ୍ଷା ଭାବେ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହି ତିନି ଭିନ୍ନକ୍ଷମଙ୍କୁ ଦେଖିଲେ ସରକାରଙ୍କ ମାଳମାଳା ଯୋଜନା ଶୀତଳ ଭଣ୍ଡାରକୁ ଚାଲି ଯାଇଥିବା ଅନୁମାନ କରାଯାଉଛି । ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ କାର୍ଯ୍ୟ କରୁଥିଲେ ସୁଧା ଭିକ୍ଷୁକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରୁ ନଥିବା ଦେଖିବାକୁ ମିଳୁଛି । ଜିଲ୍ଲାପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ 3 ଭାଇଙ୍କ ପାଇଁ କିଛି ଉପଯୁକ୍ତ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Sep 12, 2023, 1:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.