ଖୋର୍ଦ୍ଧା : ଜଙ୍କିଆ ଥାନା ଅଞ୍ଚଳର ଦେଉଳଟାଙ୍ଗିରେ ସତ୍ୟନାରାୟଣ ବେହେରା ନାମକ ବ୍ୟକ୍ତିଙ୍କୁ ଗତକାଲି (ରବିବାର) ସ୍ବୟଂ ଖଣ୍ଡି ଏବଂ ତାର ସହଯୋଗୀ ଏକ କାରରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ସତ୍ୟନାରାୟଣଙ୍କୁ ଛାଡିବା ପାଇଁ 5 ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ ଅପହରଣକର୍ତ୍ତା ।
ଏନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା । ଆଜି(ସୋମବାର) ପୋଲିସ ଜଟଣୀ ଥାନା ହରିରାଜପୁର ମେଳଣପଡିଆ ନିକଟସ୍ଥ ଜଙ୍ଗଲରୁ ସତ୍ୟନାରାୟଣଙ୍କୁ ଉଦ୍ଧାର କରିବା ସହ ଅପହରଣକର୍ତ୍ତାଙ୍କୁ ଗିରଫ କରିଛି ପୋଲିସ । ଅପହରଣ କାର୍ଯ୍ୟରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି ପୋଲିସ ।
ମୋଟ 4 ଜଣ ଅଭିଯୁକ୍ତ ଏଥିରେ ସଂପୃକ୍ତ ରହିଥିଲେ। ବର୍ତ୍ତମାନ ସୁଦ୍ଧା 3 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକମାନେ ଯୁବକମାନେ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ଭାଲିଆବାଡିର ସୁଶୀଲ ବଳିଆରସିଂହ, ଖୋର୍ଦ୍ଧା ସଦର ଥାନା ବାରହାରପାଟଣାର ଶିବ ସୁନ୍ଦର ଦାସ ଏବଂ ଜଟଣୀ ଥାନା ଅରୁଗୁଳୁର ଆଦିତ୍ଯ ସାହୁ । ଅପହରଣରେ ସଂପୃକ୍ତ ମୁଖ୍ଯ ଅଭିଯୁକ୍ତ ସ୍ବୟଂ ଖଣ୍ଡିକୁ ଧରିବା ପାଇଁ ପୋଲିସ ଛାନଭିନ ଜାରି ରଖିଥିବା ସୂଚନା ଦେଇଛି । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଡକାୟତି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ