ETV Bharat / state

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ତିନି ଗିରଫ

author img

By

Published : Dec 10, 2020, 5:24 PM IST

ଖୋର୍ଦ୍ଧାରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ । ଆଦର୍ଶ ଥାନା ପୋଲିସ ଦ୍ବାରା ତିନି ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ତିନି ଗିରଫ
ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ତିନି ଗିରଫ

ଖୋର୍ଦ୍ଧା: ବ୍ରାଉନସୁଗାର କାରବାରରେ 3 ଗିରଫ । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ବେଧଡକ ଭାବେ ବ୍ରାଉନସୁଗାର ବେପାର ଚାଲିଥିବା ବେଳେ ଆଦର୍ଶ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜସୁନାଖଳାର ସୁଶାନ୍ତ ମାଝୀ, ସାରଥୀ ନାୟକ ଏବଂ ସାମନ୍ତରାପୁର ଅଞ୍ଚଳ ସ୍ବପନେଶ୍ବର ସାହିର ଶ୍ରୀକାନ୍ତ ପରମଗୁରୁ । ଅଭିଯୁକ୍ତଙ୍କ ନିକଟରୁ 264 ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି 26 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହାସହ ଗୋଟିଏ କେଟିଏମ କାଇକ ଓଜନ ମେସିନ, ନଗଦ 41 ହଜାର ଟଙ୍କା ଓ କିଛି ନାଲି ଜରି ଜବତ କରିଛି ପୋଲିସ ।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ବାଲେଶ୍ବରର ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏଠାରେ ପ୍ୟାକିଙ୍ଗ କରି ଖୋର୍ଦ୍ଧା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟବସାୟ ଜମାଇଥିଲେ ଏବଂ ମୋଟା ଅଙ୍କର ମୁନାଫା କମାଉଥିଲେ । ତେବେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସର ସ୍ପେଶାଲ ଟିମ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅଜେୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.