ETV Bharat / state

ଏସଇସିର ତୃତୀୟ ବୈଠକ; ଘଞ୍ଚ ହେନ୍ତାଳବନ ଓ ବ୍ୟାପକ ତାଳ ଗଛ ରୋପଣ ଉପରେ ଗୁରୁତ୍ବ

author img

By ETV Bharat Odisha Team

Published : Oct 12, 2023, 7:30 AM IST

ବିପର୍ଯ୍ୟୟ ପରିଚାଳନାର ତୃତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ବଜ୍ରପାତ ଜନିତ କ୍ଷୟକ୍ଷତି ରୋକିବା ପାଇଁ ବ୍ୟାପକ ତାଳ ଗଛ ରୋପଣ ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ

ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ
ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟକାରିଣୀ ବା ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହେନ୍ତାଳବନକୁ ଅଧିକ ଘଞ୍ଚ କରିବା ଏବଂ ବଜ୍ରପାତ ଜନିତ କ୍ଷୟକ୍ଷତି ରୋକିବା ପାଇଁ ବ୍ୟାପକ ତାଳ ଗଛ ରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ନିୟମାବଳୀ ୨୦୧୦ ଅଧୀନରେ ଗଠିତ ଏସଇସିର ଏହି ବୈଠକ ବସିଛି । କମିଟିର ଅନୁମୋଦନ ପରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଯାନ କ୍ରୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୨୪୦ କୋଟି ୩୩ ଲକ୍ଷ ଟଙ୍କାର ପ୍ରସ୍ତାବିତ ମଧ୍ୟରୁ ୧୫୯.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ
ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ

ବାତ୍ୟା ମୁକାବିଲା ପାଇଁ ପ୍ରଭାବଶାଳୀ ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଭାବରେ ଉପକୂଳ ରକ୍ଷଣାବେକ୍ଷଣରେ ସହାୟକ ହେଉଛି ହେନ୍ତାଳବନ । ଏହାକୁ ଗୁରୁତ୍ବ ଦେଇ ଅଧିକ ଘଞ୍ଚ ଓ ବ୍ୟାପକ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି । ସେହିପରି ବଜ୍ରପାତକୁ ରୋକିବା ପାଇଁ ତାଳ ବୃକ୍ଷରୋପଣ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ବଜ୍ରପାତ ପ୍ରବଣ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ତାଳବୃକ୍ଷ ବୃକ୍ଷରୋପଣ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।

ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ
ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ

୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାପକ ଝାଉଁ ଗଛ ରୋପଣ ଉପରେ ଯୋଜନା ପ୍ରସ୍ତୁତ କରାଯାଇଛି । ବୈଠକରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ବିଭାଗ ଓ ଜିଲ୍ଲାମାନଙ୍କୁ ଦିଆଯାଇଥିବା ସହାୟତା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି । ଏସଡିଆରଏଫ, ଏସଡିଆରଏମଏଫ, ଏନଡିଆରଏଫ, ଏନଡିଆରଏମଏଫରୁ ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ମିଳିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।

ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ
ଏସଇସିର ତୃତୀୟ ବୈଠକ ଅନୁଷ୍ଠିତ

ଏହାମଧ୍ୟ ପଢନ୍ତୁ: ନଭେମ୍ବର 14ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସାମିଲ ହେବ ଓଡ଼ିଶା

କେନ୍ଦ୍ରାପଡ଼ା, ଭଦ୍ରକ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ ୮ଟି ବନ୍ୟା ମୁକାବିଲା ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୮୧୨୮.୯୮ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଓସଡମା ଆର୍ଥ ନେଟୱାର୍କ୍‌ ଏବଂ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟିରୋଲୋଜି (ଆଇଆଇଟିଏମ), ପୁଣେର ସହଯୋଗରେ 'ସତର୍କ' ଆପ ଜରିଆରେ ବଜ୍ରପାତ ସତର୍କତା ବା ପୂର୍ବାନୁମାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ରଖିଛି ।

ଆଇଓସି-ୟୁନେସ୍କୋଠାରୁ ସୁନାମୀ ପ୍ରସ୍ତୁତି କାର୍ଯ୍ୟାନ୍ୱୟନ ଏବଂ ସୁନାମୀ ପ୍ରବଣ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ପ୍ରମୁଖ ଅଂଶୀଦାରମାନଙ୍କ ସହଯୋଗରେ ଏକ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପୁରୀ, କୋଣାର୍କ, ଗୋପାଳପୁର ଓ ପାରାଦୀପ ସମେତ ଉପକୂଳବର୍ତ୍ତୀ ୬ଟି ଜିଲ୍ଲାର ୨୪ଟି ଚିହ୍ନିତ ସୁନାମି ପ୍ରବଣ ଗ୍ରାମରେ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଏସଡିଏମଏ ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।

ଚଳିତ ବର୍ଷ ଓସଡମା ପକ୍ଷରୁ ଆଗାମୀ ୨୯ ଅକ୍ଟୋବରରେ ରବୀନ୍ଦ୍ର ମଣ୍ଡପରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅନୁଷ୍ଠିତ ହେବ । ବିପର୍ଯ୍ୟୟ ପରିଚାଳନା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଏକ ମିନି ମାରାଥନ ଆୟୋଜନ କରାଯିବ । ୧୫ ନଭେମ୍ବର ୨୦୨୩ରୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ କ୍ୟାଲେଣ୍ଡର ବର୍ଷରେ ଓସଡମା ଜରିଆରେ ଓଡ୍ରାଫ ଦ୍ୱାରା ୪୦ ଟି ଓ ଅଗ୍ନିଶମ ବିଭାଗ ଦ୍ୱାରା ୧୦୦ଟି ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହିପରି ବର୍ଷକୁ ବର୍ଷକୁ ୨ ଥର ରାଜ୍ୟର ୩୦ଟି ଜିଲ୍ଲାରେ ମକ ଅଭ୍ୟାସ କରାଯିବ ।

ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଅଗ୍ନିଶମ ଓ ଆପାତକାଳୀନ ସେବା ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ଡଃ. ଜ୍ଞାନ ଦାସ ଏବଂ କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.