ଖୋର୍ଦ୍ଧା: ବରୁଣେଇ ମନ୍ଦିରରୁ ଚୋରି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଣେଇ ମନ୍ଦିରର ତାଲା ଭଙ୍ଗାଯାଇ ଦାନ ବାକ୍ସରୁ ସମସ୍ତ ଟଙ୍କା ଲୁଟ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ସଭାସ୍ଥଳଠାରୁ ମାତ୍ର ୨୦୦ ମିଟର ଦୂରରେ ବରୁଣେଇ ମନ୍ଦିର ଅବସ୍ଥିତ। ପୋଲିସ ସୁରକ୍ଷା ବ୍ୟବସ୍ଥା ଢିଲା ହେତୁ ଚୋରି ବଢୁଛି ବୋଲି ସ୍ଥାନୀୟରେ ଚର୍ଚ୍ଚା ହେଉଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ