ଖୋର୍ଦ୍ଧା: ସୀମାରେ ଚାଇନା-ଭାରତ ସଂଘର୍ଷ ପରେ ଦେଶବ୍ୟାପୀ ଅସନ୍ତୋଷର ନିଆଁ । ଖୋର୍ଦ୍ଧା ଜିଲ୍ଲା କଳାଙ୍ଗ ପଞ୍ଚାୟତ ନାଉପଦାର ଯୁବକମାନଙ୍କ ଦ୍ବାରା ଚାଇନା ସାମଗ୍ରୀ ବିକ୍ରି ଓ ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦିଆଯାଇଛି । ଯୁବକ ସଂଘ ପକ୍ଷରୁ ଏହି ଆହ୍ବାନ ଦିଆଯାଇ ଗାଁ ପରିକ୍ରମା କରାଯାଇଛି । ଯୁବକ ସଂଘର ସଦସ୍ୟମାନେ ପଞ୍ଚାୟତ ଭିତରେ ବିଭିନ୍ନ ଦୋକାନକୁ ଯାଇ ଚାଇନା ସାମଗ୍ରୀ ବିକ୍ରି ନ କରିବା ସହ ସ୍ବଦେଶୀ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁରୋଧ କରିଛନ୍ତି ।
ଏପରିକି, ଚାଇନା ସାମଗ୍ରୀକୁ ନ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ପରେ ଯୁବକମାନଙ୍କ ପକ୍ଷରୁ ନାଉପଡା ଠାରେ କ୍ୟାଣ୍ଡେଲ ଜାଳି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ