ETV Bharat / state

ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ସଚିବ

author img

By

Published : Jul 15, 2021, 7:57 AM IST

ଭାରତୀୟ ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି । ମାତ୍ର ଏଯାବତ୍ ଏ ଜମିରେ ମାଟି ଗାଣ୍ଡୁଆ ଟିଏ ପଡିନଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳେଇ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସନତ କୁମାର ମହାନ୍ତି ବୁଧବାର ପାଇକ ବିଦ୍ରୋହ ସ୍ମାରକୀସ୍ଥଳ ପରିଦର୍ଶନ କରିଛନ୍ତି ।

ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ସଚିବ
ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ସଚିବ

ଖୋର୍ଦ୍ଧା: ଭାରତୀୟ ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି । ଏହାର ବିଶତ ବାର୍ଷିକୀ ଅବସରରେ କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଥିବା ପାଇକ ବିଦ୍ରୋହର ଚିହ୍ନ ସ୍ବରୂପ ବରୁଣେଇ ପାଦଦେଶରେ ୨୦୧୯ ଡିସେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ ।

ମାତ୍ର ଏଯାବତ୍ ଏ ଜମିରେ ମାଟି ଗାଣ୍ଡୁଆ ଟିଏ ପଡିନଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳେଇ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସନତ କୁମାର ମହାନ୍ତି ବୁଧବାର ପାଇକ ବିଦ୍ରୋହ ସ୍ମାରକୀସ୍ଥଳ ପରିଦର୍ଶନ କରିଛନ୍ତି ।

ପାଇକ ବିଦ୍ରୋହ ସ୍ମାରକୀସ୍ଥଳ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ୯.୬୮୫ ଏକର ଜାଗା ହସ୍ତାରର ସମ୍ପର୍କରେ ଶାସନ ସଚିବ ସୁରେଶ ଦଳେଇ, ନିର୍ଦେଶକ ରଞ୍ଜନ କୁମାର ଦାସ ଏବଂ ଜିଲ୍ଲାପାଳ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରସ୍ତାବିତ ଜାଗା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ନିର୍ମାଣ ଓ ଉନ୍ନତୀକରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.