ଭୁବନେଶ୍ବର : ରାଜ୍ୟରେ ୧୨୮କୁ ବୃଦ୍ଧି ପାଇଛି ବାଘ ସଂଖ୍ୟା । ରାଜ୍ୟରେ ଯେହେତୁ ବାଘମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ରହିଛି ତେଣୁ ବାଘ ସଂଖ୍ୟା ବଢିବାର ବିଶେଷ ଲକ୍ଷ୍ୟ କରାଯାଉଛି ବୋଲି କହିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି । ଅନ୍ୟପଟେ ସମ୍ପୂର୍ଣ୍ଣ ଭାବରେ ମୋଟ ଆକାରରେ ଦେଶର ବିଭିନ୍ନ ଜଙ୍ଗଲରୁ ୧ ଲକ୍ଷ ବାଘଙ୍କ ଫଟୋ ନିଆଯାଇଥିଲା । ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଲଗାଇ ଫଟୋ ଉଠାଯାଇଥିଲା । କେବଳ ୧ ବର୍ଷରୁ ଅଧିକ ବୟସର ବାଘଙ୍କର ଫଟୋ ନିଆଯାଇ ଗଣନା କରାଯାଇଛି । କ୍ୟାମେରା ଟ୍ରାପ୍ ମାଧ୍ୟମରେ ୩୦୮୦ଟି ବାଘ ନଜର ଆସିଥିଲା । ତେବେ ଗଣନା ସମୟରେ ବର୍ତ୍ତମାନ ସୁଦ୍ଧା ୩୧୬୭ଟି ବାଘ ଆମ ଦେଶରେ ରହିଥିବା ଜଣାପଡିଛି ।
ଅନ୍ୟପଟେ ବାଘଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଦେଶରେ ୨୦୧୮ ମସିହାରେ ଗଣନା ସମୟରେ ୨୯୬୭ ବାଘ ରହିଥିଲେ। ବର୍ତ୍ତମାନ ସମୟରେ ୩୧୬୭ ବାଘ ରହିଥିବା ଗଣନାରୁ ଜଣାପଡିଛି । ତେବେ କିଛି ବର୍ଷ ମଧ୍ୟରେ ବାଘସଂଖ୍ୟା ୨୦୦କୁ ବୃଦ୍ଧି ଘଟିଛି । ସେହିପରି ରାଜ୍ୟରେ ଅନେକ ସମୟରେ ବାଘ ଶିକାର ହେଉଥିବା ବେଳେ ଅନେକ ସମୟରେ ବାଘ ଛାଲ ସମେତ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଉଥିବାର ମଧ୍ୟ ନଜୀର ରହିଛି । ତେବେ ବାଘ ବଢିବା ସହ ଶିକାର ମଧ୍ୟ ବଢୁଛି ।
ଏହା ମଧ୍ୟ ପଢନ୍ତୁ- Cyclone Mocha: କେଉଁଠି ଲ୍ୟାଣ୍ଡଫଲ୍ କରିବ ସମ୍ଭାବ୍ୟ ବାତ୍ୟା ମୋଚା, କେତେ ରହିବ ପବନ ବେଗ ?
ବିଧାନସଭା ତଥ୍ୟ ଅନୁସାରେ ରାଜ୍ୟରେ ୨୮ ଟି ମହାବଳ ବାଘ ଓ ୭୬୦ଟି କଲରାପତରିଆ ବାଘ ରହିଛନ୍ତି । ଗତ ୧୦ ବର୍ଷରେ ୨୦୧୨-୧୩ ମସିହା ରୁ ୨୦୨୧-୨୨ ମସିହା ମଧ୍ୟରେ ୬ଟି ମହାବଳ ବାଘର ମୃତ୍ୟୁ ଘଟିଛି । ସେଥି ମଧ୍ୟରୁ ୩ଟି ଶିକାରୀ ଦ୍ଵାରା ଶିକାର ହୋଇଛନ୍ତି । ସେହିପରି ୧୦ ବର୍ଷରେ ୪୯ଟି କଲରାପତରିଆ ବାଘ ମରିଥିବା ବେଳେ ୨୬ଟିର ଶିକାରୀଙ୍କ ଦ୍ଵାରା ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହା ଛଡା ବାଘଙ୍କ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ୨ ଗୋଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା, ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଭଳି ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି ।
ଇଟିବି ଭାରତ, ଭୁବନେଶ୍ବର