ETV Bharat / state

୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା - ୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା

୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା । ଗାଁରେ ଖୁସିର ଲହରୀ । ଅଧିକ ପଢନ୍ତୁ....

The mother has returned her son, who has been missing for 22 years, from a detention center
୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା
author img

By

Published : Jun 20, 2020, 7:57 AM IST

ଖୋର୍ଦ୍ଧା : ଦୀର୍ଘ ୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ପଞ୍ଚାୟତରେ । ସୂଚନା ଅନୁସାରେ, ମହାନ୍ତି ସାହିର ଜଣେ ଯୁବକ ନିଜ ବାପାଙ୍କ ମୃତ୍ୟୁ ପରେ, ପରିବାର ମୁହଁରେ ଦି ମୁଠା ଦାନା ଦେବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ କି ଘର ସହ ଯୋଗାଯୋଗ କରି ନଥିଲେ ।

୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା

ଲକ ଡାଉନ ସମୟରେ ନିଜ ରାଜ୍ୟକୁ ଫେରିବା ପାଇଁ ନାଁ ରେଜିଷ୍ଟ୍ରସନ କରିଥିଲେ ଯୁବକ ଜଣକ । ତେବେ ସେ ଗାଁକୁ ଆସି ପ୍ରଥମେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ପରେ ଏବିଷୟରେ ପରିବାର ଲୋକ ଜାଣିବା ପରେ ପରିବାର ଠୁ ନେଇ ସାଙ୍ଗସାଥି ତାଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିଲେ । କିନ୍ତୁ ସବୁଠାରୁ ବେଶୀ ବ୍ୟାକୁଳ ଥିଲେ ତାଙ୍କ ମା । ଯେତେବେବେଳେ ସେ କ୍ବାରେଣ୍ଟାଇନ କେନ୍ଦ୍ରରୁ ବାହାରିଲେ ସାଙ୍ଗସାଥି ସମସ୍ତେ ସାମାଜିକ ଦୂରତା ରକ୍ଷାକରି ତାଙ୍କୁ ପାଛୋଟି ଆଣିଥିଲେ ତାଙ୍କ ଘରକୁ । ପୁଅକୁ ପାଖରେ ପାଇ କିଛି ସମୟ ପାଇଁ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ ତାଙ୍କ ମା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.