ETV Bharat / state

କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଖୋର୍ଦ୍ଧା ବିଜେପି - Khordha BJP

କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ଖୋର୍ଦ୍ଧା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ....

The Khordha BJP honored the Corona warrior
କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଖୋର୍ଦ୍ଧା ବିଜେପି
author img

By

Published : May 7, 2020, 4:02 PM IST

ଖୋର୍ଦ୍ଧା: ଆତଙ୍କ ଖେଳାଇଛି କୋରୋନା ମହାମାରୀ । ଟିକିଏ ଅସାବଧାନତା ହେଲେ ଏହି ମହାମାରୀ ତାର ମାୟାଜାଲରେ ମଣିଷକୁ ଛନ୍ଦି ଦେଉଛି । ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଲକ ଡାଉନର ଅବଧିକୁ ବୃଦ୍ଧି କରାଇଛନ୍ତି । ନିଜ ଜୀବନକୁ ବାଜି ଲଗାଇ କୋରୋନା ସହ ଯୁଦ୍ଧ କରୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ।

କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଖୋର୍ଦ୍ଧା ବିଜେପି

କୋରୋନା ଯୁଦ୍ଧର ଏହି ଯୋଦ୍ଧାମାନଙ୍କ ମନୋବଳ ବଢାଇବା ପାଇଁ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ସମ୍ମାନିତ କରାଯାଇଛି । କୋରୋନା ଯୁଦ୍ଧର ମୁଖ୍ୟ ପୁରୋଧା ସାଜିଥିବା ଜିଲ୍ଲାପାଳ,ଏସପି, ସ୍ବାସ୍ଥ୍ୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଜେପି ନେତା କାଳୁ ଚରଣ ଖଣ୍ଡେଇତରାୟ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.