ETV Bharat / state

ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ ଶୁଣାଣି

ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ନରଣଗଡ ଭଗବତୀ ମନ୍ଦିର ପରିସରରେ ଏକ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଦାବି ପୁରଣ ନହେଲେ ଆନ୍ଦୋଳନ କରିବାନେଇ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଚେତାବନୀ ଦେଇଛି। ଅଧିକ ପଢନ୍ତୁ...

ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ ଶୁଣାଣି
ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ ଶୁଣାଣି
author img

By

Published : Dec 18, 2020, 6:48 AM IST

ଖୋର୍ଦ୍ଧା: ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ନରଣଗଡ ଭଗବତୀ ମନ୍ଦିର ପରିସରରେ ଏକ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଏଥିରେ ନରଣଗଡ ପଞ୍ଚାୟତର ବହୁ ଲୋକେ ଏକାଠି ହୋଇ ସେମାନଙ୍କ ଜମି ପଟାରେ ଥିବା ଜମିଦାରଙ୍କ ନାମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପରିବର୍ତ୍ତେ ଓଡିଶା ସରକାରଙ୍କ ନାମ ଉଲ୍ଲେଖ ପାଇଁ ଦାବି କରିଛନ୍ତି ।

ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ ଶୁଣାଣି

ଏଥିରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ, ଶ୍ରୀମନ୍ଦିର ଉପ ପ୍ରଶାସକ ସୁବ୍ରତ ବେହେରା, ଓଏମସି ଅଧିକାରୀ ପିତାମ୍ବର ନାୟକ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଓଏମସି ନେଇଥିବା ନରଣଗଡର କୁଣ୍ଡା ପଥର ଖଣିରେ ପଥର ଉତ୍ପାଦନକୁ ବନ୍ଦ କରିବା ସହ ତୁରନ୍ତ ଜମି ପଟାର ମାଲିକାନା ସତ୍ତ୍ବେ ରାଜ୍ୟ ସରକାରଙ୍କ ନାମରେ କରିବା ସହ 9 ଦଫାର ଦାବି ଉପସ୍ଥାପନ କରାଯାଇଛି।

ଦାବି ପୂରଣ ନହେଲେ ଆନ୍ଦୋଳନ କରିବାନେଇ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଚେତାବନୀ ଦେଇଛି। ଅପର ପକ୍ଷରେ ଜନ ସାଧାରଣଙ୍କ ଦାବିକୁ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇବା ନେଇ ବୈଠକରେ ଉପସ୍ଥିତ ଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.