ଖୋର୍ଦ୍ଧା: ପୁଣି କଡ଼ ଲେଉଟାଇଲା କୋରୋନା । ରାଜ୍ୟ ସରକାର ଏନେଇ ସତର୍କ ଓ ସଚେତନତା କରୁଥିବାବେଳେ ଖୋର୍ଦ୍ଧା ଜିଲା ପ୍ରଶାସନ ମଧ୍ୟ ଏନେଇ ପଦକ୍ଷେପ ନେଇଛି । ଆଜି ଖୋର୍ଦ୍ଧା ଜିଲାପାଳଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ କୋରୋନା ସମ୍ପର୍କରେ ସଚେତନତା କରିଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କୋରୋନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି ।
ସେହିପରି ଆସନ୍ତାକାଲିଠାରୁ କୋରୋନା ନିୟମକୁ କଡାକଡି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ