ETV Bharat / state

ସାନପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ - ବୋଲଗଡ ବ୍ଳକ କଣ୍ଟେନମେଣ୍ଟ ଘୋଷଣା

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଳକ ସାନପଦର ପଞ୍ଚାୟତର ସାନପଦର ସାନପାଟଣା ସାହିର ଜଣେ ୨୦ ବର୍ଷୀୟ ଗଞ୍ଜାମ ଫେରନ୍ତା ଯୁବକ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାୟାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାନପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲାପାଳ

author img

By

Published : Jun 16, 2020, 12:38 AM IST

ଖୋର୍ଦ୍ଧା: ବୋଲଗଡ ବ୍ଳକ ସାନପଦର ପଞ୍ଚାୟତର ସାନପଦର ସାନପାଟଣା ସାହିର ଜଣେ ୨୦ ବର୍ଷୀୟ ଗଞ୍ଜାମ ଫେରନ୍ତା ଯୁବକଙ୍କୁ କୋରୋନା ପଜିଟିଭ ଚିହ୍ନଟ ପରେ ସୋମବାର ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ସାନପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲାପାଳ
ସାନପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲାପାଳ

ଜନସାଧାରଣ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗୋଷ୍ଠୀ ସଂକ୍ରମଣ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଦୁଇ ସାହିର ବାସିନ୍ଦାମାନେ କୋଭିଡ-୧୯ ନିୟମ ଅନୁଯାୟୀ ସୋମବାର ଠାରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଘର ବାହାରକୁ ନଯିବା ସହିତ ବାହାର ଲୋକଙ୍କୁ ଉକ୍ତ ଅଞ୍ଚଳକୁ ପ୍ରବେଶ ନକରିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବା ପାଇଁ ପାଞ୍ଚଟି ଟିମ ଗଠନ କରାଯାଇଛି । ସେହିପରି ସମସ୍ତ ଟିମର କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ବୋଲଗଡ ତହସିଲଦାର ମୋନାଲିସା ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.