ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରିଛି । ଏହି ଚଢାଉରେ 80 ଲିଟର ନକଲି ମଦ, 20 ଲିଟର ନକଲି ପାଉଚ ମଦ ଜବତ ହୋଇଛି । ଏହା ସହ କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ଅନ୍ୟପକ୍ଷେ ପ୍ରତିଭା ବେହେରା ନାମକ ଜଣେ ମହିଳାଙ୍କ ଘରେ ଅବକାରୀ ବିଭାଗ ଚଢ଼ାଉ କରି 30 କେଜି ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ